ଜାଣନ୍ତୁ କେଉଁ ଦେଶରେ ଦୁଷ୍କର୍ମକାରୀଙ୍କୁ ମିଳିଥାଏ କିଭଳି ଦଣ୍ଡ । କେଉଁଠି ମିଳେ ଚାବୁକ ମାଡ ତ ପୁଣି କେଉଁଠି କରିଦିଆଯାଏ ମୁଣ୍ଡରୁ ଗଣ୍ଡି ଅଲଗା

52

ଉତ୍ତର ପ୍ରଦେଶର ଉନାଓ ଏବଂ ଜାମ୍ମୁ-କାଶ୍ମୀରର କାଠୁଆରେ ଦୁଇ ଦୁଇଟି ଦୁଷ୍କର୍ମ ଘଟଣା ଦେଶକୁ ପୁଣି ଥରେ ଲଜ୍ଜିତ କରିଦେଇଛି । ଏଭଳି ଘଟଣା ବାରମ୍ବାର ଘଟିଚାଲିଛି ଆଉ ଦୋଷୀ ଆରାମରେ ଖସି ଯାଉଛନ୍ତି । ହେଲେ ପ୍ରଶ୍ନ ଉଠୁଛି କି, ପ୍ରକୃତରେ ଏଭଳି ଯୌନପିପାସୁଙ୍କୁ କେବେ ଉଚିତ ଦଣ୍ଡ ମିଳିବ ? କେବେ ଜଣେ ପୀଡିତାକୁ ନ୍ୟାୟ ମିଳିବ ? ତେବେ ଦେଶର ଆଇନ କାନୁନ୍ ଏଭଳି ହୋଇଯାଇଛି କି, ଦୋଷୀ ଖୋଲା ଖୋଲି ବୁଲୁଛନ୍ତି ଆଉ ପୀଡିତା ଲୋକଲଜ୍ଜା ସହି ନପାରି ଆତ୍ମହତ୍ୟାର ରାସ୍ତାକୁ ଆପଣେଇ ନେଉଛି । ଯଦିଓ ଏଭଳି ଘଟଣା କିଛିଦିନ ବିଭିନ୍ନ ଗଣମାଧ୍ୟମର ପ୍ରଂଟ ପେଜରେ ସ୍ଥାନ ପାଉଛି ସତ ହେଲେ ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳିପାରୁନାହିଁ ।

ଏଠାରେ ଆମେ କହି ରଖୁଛୁ କି, ନିର୍ଭୟା ଘଟଣା ପରେ ପରେ ଭାରତରେ ଆଇନ ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଯେଉଁଥିରେ ମୃତ୍ୟୁ ଦଣ୍ଡ ବି ସାମିଲ । ହେଲେ ଆପଣ ଜାଣିଛନ୍ତି କି, ବିଶ୍ୱରେ ଏଭଳି ଅନେକ ଦେଶ ରହିଛି, ଯେଉଁଠି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଜୀବିତ ରଖାଯାଏ ତାହା ପୁଣି କୌଣସି ନର୍କଠାରୁ କମ ନୁହେଁ ତ ପୁଣି କେଉଁଠି ସଙ୍ଗେ ସଙ୍ଗେ ମୃତ୍ୟୁ ଦଣ୍ଡ ଦିଆଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଦେଶର ନିୟମ ସଂପର୍କରେ ଅବଗତ କରାଇବୁ . . .

• ଇରାନ, ସାଧାରଣତଃ ବିଶ୍ୱର କଠୋର ଦଣ୍ଡାଦେଶ ଦେଉଥିବା ଦେଶ ଭାବରେ ଜଣାଯାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି , ଏହି ଦେଶରେ ଯଦି କୌଣସି ବ୍ୟକ୍ତି ଏଭଳି କୌଣସି ବଡ ଅପରାଧ କରେ ତେବେ ତାକୁ ମୃତ୍ୟୁ ଦଣ୍ଡ ହିଁ ଦିଆଯାଇଥାଏ । ଖାଲି ଏତିକି ନୁହେଁ, କୌଣସି ଯୁବତୀଙ୍କୁ ପିଛା କରିବା ଏବଂ ଶୋଷଣ କରିବା ଅଭିଯୋଗରେ ଦୋଷୀକୁ ଚାବୁକ୍ ମାଡ ଦିଆଯିବାର ଦଣ୍ଡାଦେଶ ଦିଆଯାଇଥାଏ ।

• ସାଉଦୀରେ ଜଣେ ବ୍ୟକ୍ତିକୁ କୌଣସି ଅପରାଧ କରିବା ପୂର୍ବରୁ ପ୍ରଥମେ ବାରମ୍ବାର ଭାବିବାକୁ ପଡିଥାଏା କାରଣ, ଏଠାରେ ଦୋଷୀକୁ ମିଳିଥାଏ ଅତ୍ୟନ୍ତ ଭୟାନକ ଦଣ୍ଡ । ଏଠାରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏକ ଗଛରେ ବାନ୍ଧି ପଥରମାଡ କରାଯାଏ । ଆଉ ଯେପର୍ଯ୍ୟନ୍ତ ସେ ମରି ନ ଯାଇଛି ସେପର୍ଯ୍ୟନ୍ତ ତା ଉପରକୁ ପଥର ମାଡ କରାଯାଇଥାଏ ।

• ଗ୍ରୀସରେ ଦୁଷ୍କର୍ମ ଅପରାଧୀଙ୍କୁ ଏକ ଭିନ୍ନ ଢଙ୍ଗରେ ଦଣ୍ଡ ମିଳିଥାଏ । ଯଦି ଏଠାରେ ଶାରୀରିକ ଶୋଷଣ, ଯୌନ ଉତ୍ପିଡନ, ଜବରଦସ୍ତ ଶାରୀରିକ ସଂପର୍କ ରଖିବା, ଜୀବନରୁ ମାରି ଦେବା ଭଳି ଧମକ ଦେଇ ଶାରୀରିକ ସଂପର୍କ କିମ୍ବା କ୍ଷମତା ବଳରେ କୌଣସି ମହିଳାଙ୍କ ସହ ଶାରୀରିକ ସଂପର୍କ ରଖନ୍ତି ତେବେ ତାହା ଦୁଷ୍କର୍ମ ବୋଲି କୁହାଯାଇଥାଏ । ଅଭିଯୁକ୍ତକୁ ଜେଲରେ ବନ୍ଦ କରି କଠୋରରୁ ଅତି କଠୋର ଦଣ୍ଡ ଦିଆଯାଇଥାଏ । ଏପରିକି ଜେଲରେ ତାକୁ ପଶୁଙ୍କ ଭଳି ବ୍ୟବହାର କରାଯାଇଥାଏ ।

• ନେଦରଲାଣ୍ଡରେ ଯଦି ୧୮ବର୍ଷରୁ କମ ବର୍ଷ ବୟସର ବେଶ୍ୟା ସହିତ ଜବରଦସ୍ତ ଶାରୀରିକ ସଂପର୍କ ରଖାଯାଏ ତେବେ ତାହା ମଧ୍ୟ ଦୁଷ୍କର୍ମ ଅପରାଧରେ ଅନ୍ତର୍ଭୂକ୍ତ କରାଯିବ । ସେହିପରି ଯଦି ଏହା ଦୁଷ୍କର୍ମ ବୋଲି ପ୍ରମାଣିତ ହୁଏ ତେବେ ଅଭିଯୁକ୍ତକୁ ୪ରୁ ୧୫ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥାଏ ।

• କୁହାଯାଏ କି, ଚୀନ, ଏକ ଏଭଳି ଦେଶ, ଯେଉଁଠି ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଦଣ୍ଡ ମିଳିଥାଏ । କୁହାଯାଏ, ଏଠାରେ ଦୁଷ୍କର୍ମ ଅପରାଧରେ ଦଣ୍ଡ ଭାବରେ କ୍ୟାପିଟାଲ ପନିସମେଂଟ ଦିଆଯାଇଥାଏ ।

• ସେହିପରି ଆରବରେ ଦୁଷ୍କର୍ମକାରୀଙ୍କୁ ୭ ଦିନ ମଧ୍ୟରେ ମୃତ୍ୟୁ ଦଣ୍ଡ ଦିଆଯାଇଥାଏ ।

• ଆଫଗାନୀସ୍ତାନ ଏକ ମୁସଲମାନ ସଂପ୍ରଦାୟର ଦେଶ ଅଟେ । ଏବଂ ଏଠାରେ ଇସଲାମି ନିୟମ କାନୁନ ଚାଲିଥାଏ । ଏଠାରେ ମଧ୍ୟ ଅଭିଯୁକ୍ତଙ୍କୁ ସିଧା ମୃତ୍ୟୁ ଦଣ୍ଡ ହିଁ ମିଳିଥାଏ । କୁହାଯାଏ କି, ଅପରାଧୀଙ୍କୁ ଚାରି ଦିନ ମଧ୍ୟରେ ହିଁ ତାର ମୁଣ୍ଡରୁ ଗଣ୍ଡି ଅଲଗା କରିଦିଆଯାଏ ।