ଆପଣ ବିଶେଷ କରି ଭୂତକୋଠି, ଭୟଙ୍କର ସ୍ଥାନ କିମ୍ବା ହୋଟେଲ ବିଷୟରେ ଅନେକ କଥା ଶୁଣିଥିବେ କିମ୍ବା ପଢିଥିବେ ନିଶ୍ଚୟ ହେଲେ କେବେ ଆପଣ କୌଣସି ଭୟଙ୍କର ନମ୍ବର, ଯାହା ଦ୍ୱାରା ଲୋକଙ୍କର ମୃତ୍ୟୁ ହୋଇଯାଉଛି ସେ ନେଇ ଶୁଣିଛନ୍ତି କି ?
ଆଜ୍ଞା ହଁ ! ଏକଥା ମିଛ ନୁହେଁ ବରଂ ନିରାଟ ସତ୍ୟ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଗୋଟିଏ ନମ୍ବର ଏଭଳି ରହିଛି, ଯାହାକୁ ଯେକେହି ବି କିଣୁଛନ୍ତି ତଥା ବ୍ୟବହାର କରୁଛନ୍ତି ତାଙ୍କର ଅଚାନକ୍ ମୃତ୍ୟୁ ହୋଇଯାଉଛି । ତେବେ ଏଭଳି ଘଟଣା ଜଣଙ୍କ ସହିତ ଘଟିନାହିଁ ବରଂ ତିନି ଜଣ ବ୍ୟକ୍ତି ଏହାର ଶିକାର ହୋଇସାରିଲେଣି ।
ଏହାପରେ ୨୦୦୧ରେ ବ୍ଲାଦମିରଙ୍କ ମୃତ୍ୟୁ ହୋଇଯାଏ । କେହି କେହି କୁହନ୍ତି ବ୍ଲାଦମିରଙ୍କ ମୃତ୍ୟୁ କ୍ୟାନସର କାରଣରୁ ଘଟିଥିଲା ବୋଲି । ଯେବେକି ତାଙ୍କର ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି । ଏହାପରେ ଏହି ନମ୍ବରଟିକୁ ଡିମେଟ୍ରୋଭ ନାମକ ଜଣେ କୁଖ୍ୟାତ ଡ୍ରଗ୍ସ ଡିଲର ବ୍ୟବହାର କରିଥିଲେ । ଏହି ନମ୍ବରଟି ନେବା ପରେ ଡିମେଟ୍ରୋଭଙ୍କୁ ୨୦୦୩ରେ ଜଣେ ରଷିୟାନ ମାଫିଆ ହତ୍ୟା କରିଦେଇଥିଲା । ମିଳିଥିବା ସୂଚନା ଅନୁସାରେ, ଡିମେତ୍ରୋଭଙ୍କ ଡ୍ରଗ୍ସ ବ୍ୟବସାୟ ୫୦୦ମିଲିୟନର ରହିଥିଲା । ତେବେ ମୃତ୍ୟୁ ସମୟରେ ଏହି ନମ୍ବରଟି ଡିମେତ୍ରୋଭଙ୍କ ନିକଟରେ ହିଁ ଥିଲା ।
ସେହିପରି ଡିମେତ୍ରୋଭଙ୍କ ମୃତ୍ୟୁ ପରେ ଏହି ନମ୍ବର ବୁଲଗେରିଆର ଜଣେ ବ୍ୟବସାୟୀ ତଥା ଡିସଲିଓ ନାମକ ବ୍ୟକ୍ତି କିଣିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଲା କି, ଏହି ନମ୍ବରଟି ବ୍ୟବହାର କରିବା ପରେ ପରେ ଡିସଲିଓଙ୍କର ବି ହତ୍ୟା ହୋଇଯାଇଥିଲା । କୁହାଯାଏ, ଡିସଲିଓଙ୍କୁ ୨୦୦୫ରେ ବୁଲଗେରିଆର ରାଜଧାନୀ ସୋଫିୟାରେ ହତ୍ୟା କରାଯାଇଥିଲା ତେବେ ତାଙ୍କୁ କିଏ ଆଉ କାହିଁକି ହତ୍ୟା କରାଗଲା ଏସବୁ ପ୍ରଶ୍ନ ଏବେବି ରହସ୍ୟ ଘେରରେ ରହିଛି ।