ସାବଧାନ ! ନକଲି ପମ୍ପଚର ଦେଖାଇ ଲୁଟୁଛନ୍ତି ମେକାନିକ୍ । ଜାଣନ୍ତୁ କେମିତି ଠକାମୀରୁ ବଂଚିବେ ଗାଡି ମାଲିକ

43

ରାସ୍ତାରେ ଗାଡି ମଟର ଚାଲିଲେ ତାହା ପମ୍ପଚର ହେବା ତ ସୁନିଶ୍ଚିତ । କାରଣ ମଣିଷକୁ ବି ଆଘାତ ଲାଗେ, ରୋଗରେ ବି ପଡିଥାଏ । ତେବେ ମେସେନ୍ ସହିତ ମଧ୍ୟ ଏଭଳି ହିଁ କିଛି ଘଟିଥାଏ । ଅନେକ ସମୟରେ କୌଣସି ଛୋଟିଆ ବେମାରୀକୁ ଡାକ୍ତର ବଢେଇ ଚଢେଇ କହି ଲୋକଙ୍କଠାରୁ ଟଙ୍କା ଲୁଟିନେଇଥାନ୍ତି, ଯାହାକି ସଂପୂର୍ଣ୍ଣ ରୂପେ ଅପରାଧ ଅଟେ । ଠିକ୍ ସେହିପରି ଗାଡି କିମ୍ବା ବାଇକରେ ହୋଇଥିବା ସାମାନ୍ୟ ସମସ୍ୟାକୁ ବି ମେକାନିକମାନେ ବଢାଚଢା କରି ଲୋକଙ୍କଠାରୁ ଅଧିକ ଟଙ୍କା ଦାବି କରିଥାନ୍ତି । ଯାହାକୁ ବାଧ୍ୟ ଦେବା ପାଇଁ ଆମେ ବାଧ୍ୟ ହୋଇଥାଉ ।

ଯଦି ଆପଣ ଆପଣଙ୍କର ଗାଡି ଟାୟାର ପମ୍ପଚରକୁ ଠିକ୍ କରିବାକୁ କୌଣସି ମେକାନିକ୍ ନିକଟକୁ ଯାଇଛନ୍ତି ଓ ମେକାନିକ ଜଣକ ଟାୟାରରେ ୮ରୁ ୧୦ ପମ୍ପଚର ରହିଛି ବୋଲି ଆପଣଙ୍କୁ କୁହେ ତେବେ ଆପଣ ତାର କଥାକୁ ବିଶ୍ୱାସ କରିବେ କିପରି ? କାରଣ ସାଧାରଣ ଭାବରେ ଗାଡି ଚକାରେ କେବଳ ୨ରୁ ୩ଟି ପମ୍ପଚର ହିଁ ହୋଇପାରେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମେକାନିକ ମାନେ ନକଲି ପମ୍ପଚର ଦେଖାଇ ଲୋକଙ୍କଠାରୁ ଅଧିକ ଟଙ୍କା ଠକି ନେଇଥାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି ଠକାମୀରୁ କିପରି ରକ୍ଷା ପାଇବେ ସେନେଇ ନିମ୍ନରେ ଆଲୋଚନା କରିଛୁ ।

ନକଲି ପମ୍ପଚର ଦେଖାଇବା ପାଇଁ ମେକାନିକମାନେ କିଛି ଏଭଳି ଟ୍ରିକ୍ ବ୍ୟବହାର କରନ୍ତି

ଜଣେ ଦୋକାନୀ ଗୋଟିଏରୁ ଅଧିକ ପମ୍ପଚର ଠିକ୍ କରିବାକୁ ଅନେକ ଲୋକଥାଏ , ଯେଉଁମାନଙ୍କ କାମ ହେଲା, ସେମାନେ ନିଜ କଥାରେ ଗ୍ରାହକଙ୍କୁ ବ୍ୟସ୍ତ ରଖିଥାନ୍ତି ଆଉ ଠିକ୍ ଏହି ସମୟରେ ପୂରା ଖେଳ ଖେଳିଥାନ୍ତି । ଅର୍ଥାତ୍ ପମ୍ପଚର ଠିକ୍ କରିବା ସମୟରେ ଗ୍ରାହକଙ୍କୁ କଥାରେ ବ୍ୟସ୍ତ ରଖି ନକଲି ପମ୍ପଚର କରିଦେଇଥାନ୍ତି । ପମ୍ପଚର ଠିକ୍ କରୁଥିବା ବ୍ୟକ୍ତି ପୂର୍ବରୁ ହିଁ ପାଣିରେ ଇନୋ ମିଶାଇ ରଖିଥାଏ , ଯେଉଁଥିରେ ସିଓଟୁ ଗ୍ୟାସ ରହିଥାଏ । ଯେଉଁଥିରେ ଫୋଟକା ବାହାରକୁ ବାହାରି ଥାଏ । ଏବଂ ଏଭଳି ଲାଗିଥାଏ, ଯେପରି ଟାୟରରେ ଅନେକ ଗୁଡିଏ ପମ୍ପଚର ରହିଛି । ପମ୍ପଚର ଚେକ କରିବା ସମୟରେ ଟାୟାରରେ ପବନର ପ୍ରସର ୫୦ରୁ ୭୦ ପିଏସଆଇ ପର୍ଯ୍ୟନ୍ତ ଭରି ଦେଇଥାନ୍ତି । ଯାହାଦ୍ୱାରା ଟାୟାରରେ ଥିବା ଅତି ଛୋଟ କଣାରୁ ବି ପବନ ବାହାରି ଯାଇଥାଏ । ଏଥିପାଇଁ ପମ୍ପଚର ଠିକ୍ କରୁଥିବା ସମୟରେ ଟିକିଏ ସାବଧାନତା ଅବଲମ୍ବନ କରନ୍ତୁ । ଟ୍ୟୁବଲେସ ଟାୟରକୁ ଆଦୌ ବାହାରକୁ ବାହାର କରିବାକୁ ଦିଅନ୍ତୁ ନାହିଁ । ଟାୟାରରେରେ ହାୱା ୩୫ ପିଏଲଆଇ ପ୍ରେସର ପର୍ଯ୍ୟନ୍ତ ହିଁ ଭରନ୍ତୁ ଏବଂ ହାଇୱେ ନିକଟରେ ଥିବା ଗ୍ୟାରେଜମାନଙ୍କରେ ଗାଡିକୁ ଖୁବ୍ କମ ଦେଖାନ୍ତୁ ତଥା ଗାଡି ପମ୍ପଚର ଖୁବ୍ କମ ଠିକ୍ କରନ୍ତୁ ।