ପୁଅକୁ ମିଳିଥିବା ସଂପତି ହେବ ଜଏଂଟ ଫ୍ୟାମିଲି ପ୍ରପୋର୍ଟି । ପରିବାରର କନିଷ୍ଠ ସଦସ୍ୟଙ୍କ ବିନା ସହମତିରେ ହୋଇଥିବା ଚୁକ୍ତି ଗ୍ରହଣଯୋଗ୍ୟ ନୁହେଁ

1,063

ଏକ ୫୫ ବର୍ଷର ପୁରୁଣା ଜମି ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛି କି, ବାପାଙ୍କଠାରୁ ମିଳିଥିବା ଜମି ବା ସଂପତି , ତାଙ୍କର ବ୍ୟକ୍ତିଗତ ସଂପତି ନୁହେଁ ବରଂ ତାହା ଜଏଂଟ ଫ୍ୟାମିଲି ପ୍ରପୋର୍ଟି ହେବ । କେବଳ ଏତିକି ନୁହେଁ ଘରର ବଡ ତଥା ବୟୋଜ୍ୟେଷ୍ଠଙ୍କ ଦ୍ୱାରା ନିଜ ସନ୍ତାନମାନଙ୍କ ସହମତି ବିନା ଏହି ସଂପତିକୁ ନେଇ କରାଯାଇଥିଲା ଏଗ୍ରିମେଣ୍ଟ ମାନ୍ୟ ବୋଲି ଗ୍ରହଣ କରାଯିବ ନାହିଁ । ବିଚାରପତି ଏଏମ ଖାନବିଲକର ଏବଂ ଅଜୟ ରସ୍ତୋଗିଙ୍କ ଖଣ୍ଡପୀଠରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି ।ତେବେ ଦୀର୍ଘ ସମୟ ଧରି କୋର୍ଟରେ ଚାଲିଥିବା ଏକ ମାମଲାର ଶୁଣାଣି କରି ଏଭଳି ଏକ କଠୋର ନିଷ୍ପତି ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ।

କୋର୍ଟ ପକ୍ଷରୁ କୁହାଯାଇଛି କି, ଏଭଳି ସଂପତିକୁ ନେଇ କରାଯାଇଥିବା କୌଣସି ବି ଏଗ୍ରିମେଂଟ ପରିବାରର ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ହିଁ କରାଯାଇପାରେ । ଉଲ୍ଲେଖନୀୟ କି, ବେଙ୍ଗାଲୁର ଚିକନ୍ନା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସଂପତି ତାଙ୍କର ତିନି ପୁଅଙ୍କୁ ମିଳିଥିଲା । ଯାହାକୁ ସେମାନେ ୧୯୫୦ରେ ବିକ୍ରି କରିଦେଇଥିଲେ । ଏଥିସହିତ ହିଁ ସର୍ତ୍ତ ରଖିଥିଲେ କି କ୍ରେତା ଯଦି ଭବିଷ୍ୟତରେ ଏହି ସଂପତି ବିକ୍ରି କରନ୍ତି ତେବେ ତାଙ୍କୁ ସେହି ତିନି ଜଣଙ୍କୁ ହିଁ ଉକ୍ତ ସଂପତି ବିକିବାକୁ ପଡିବ । ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ସଂପତିକୁ ନେଇ ପରିବାରରେ ବିବାଦ ସୃଷ୍ଟି ହେଇଥିଲା ଆଉ ମାମଲାଟି କୋର୍ଟରେ ଯାଇ ପହଂଚିଯାଇଥିଲା । ତେବେ ଏହି ମାମଲାର ରାୟ ଏବେ ପ୍ରକାଶ ପାଇଛି । ଯେଉଁଥିରେ କୋର୍ଟ ସ୍ପଷ୍ଟ କରିଛି କି, ବାପାଙ୍କଠାରୁ ମିଳିଥିବା ଜମି ବା ସଂପତି, ତାଙ୍କର ବ୍ୟକ୍ତିଗତ ସଂପତି ନୁହେଁ ବରଂ ତାହା ଜଏଂଟ ଫ୍ୟାମିଲି ପ୍ରପୋର୍ଟି ହେବ । ଏଥି ସହିତ ହିଁ ବରିଷ୍ଠ ସଦସ୍ୟଙ୍କ ଦ୍ୱାରା ନିଜ ସନ୍ତାନଙ୍କ ବିନା ସହମତିରେ କରାଯାଇଥିବା ଏଗ୍ରିମେଣ୍ଟ ଆଦୌ ଗ୍ରହଣଯୋଗ୍ୟ ନୁହେଁ ।

ହିନ୍ଦୀ ସମେତ ୬ଟି ଭାଷାରେ ଜାରି ହେବ ସର୍ବୋଚ୍ଚ ଅଦାଲତର ରାୟ

ସର୍ବୋଚ୍ଚ ଅଦାଲତ ନିଜ ନିଷ୍ପତି ଏବେ ଉଭୟ ଇଂରାଜୀ ଏବଂ ହିନ୍ଦୀ ସମେତ ୬ଟି ଅନ୍ୟ ଭାଷାରେ ଲୋକଙ୍କୁ ଉପଲବ୍ଧ କରାଇବାକୁ ନିଷ୍ପତି ନେଇଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ସୁପ୍ରିମକୋର୍ଟର ଆଧିକାରୀକ ୱେବସାଇଟରେ ହିନ୍ଦୀ, ଆସାମ, ମରାଠି, କନ୍ନଡ, ତେଲୁଗୁ ଏବଂ ଓଡିଆ ଭାଷାରେ ଅନୁବାଦିତ ନିଷ୍ପତି ଉପଲବ୍ଧ ହେବା ଆରମ୍ଭ ହୋଇପାରେ । ତେବେ ବର୍ତ୍ତମାନ କୋର୍ଟ ପକ୍ଷରୁ କେବଳ ଇଂରାଜୀ ଭାଷାରେ ହିଁ ନିଷ୍ପତି ଜାରି କରାଯାଉଛି ।