ଦେଶରେ ଦିନକୁ ଦିନ ବଢୁଥିବା ପେଟ୍ରୋଲ ଦରକୁ ନେଇ ଜନସାଧାରଣ ସମ୍ପୁର୍ଣ୍ଣ ଭାବେ ହତାସ ହୋଇପଡିଛନ୍ତି । ଏବେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ଟପିଲାଣି। ତେବେ ଏହି ଭଳି ପରିସ୍ଥିତିରେ ଗାଡି ଚଳାଇବା ଏକ ପ୍ରକାର ଅସମ୍ଭବ ହୋଇପଡିଲାଣି । ଖାସ କରି ସାଧାରଣ ଲୋକମାନେ ପେଟ୍ରୋଲ ଦରକୁ ନେଇ ଅଧିକ ପ୍ରଭାବିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ଇଲୋକ୍ଟ୍ରୋନିକ ଦୁଇଚକିଆ ବାହାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଏହି ପେଟ୍ରୋଲ ଖର୍ଚ୍ଚକୁ କମ କରିବା ପାଇଁ ଇଲେକ୍ଟ୍ରୋନିକ ବାଇକ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଯାହା ଫଳରେ ପେଟ୍ରୋଲ ପାଇଁ ହେଉଥିବା ଖର୍ଚ୍ଚକୁ ରୋକାଯାଇ ପାରିବ ।
ଜନତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଦୁଇ ଚକିଆ ଗାଡି ନିର୍ମାଣ କରୁଥିବା କଂପାନୀ ତଥା ଲୋକପ୍ରିୟ ମୋଟରସାଇକେଲ କଂପାନୀ ଟିଭିଏସ ମୋଟର ‘କ୍ରେୱନ’ ନାମକ ଇଲେକ୍ଟ୍ରୋନିକ୍ ସ୍କୁଟର ଲଂଚ କରିଛି । ଯେଉଁଥିରେ କଂପାନୀର ଦାବି ରହିଛି କି, ଏହି ସ୍କୁଟରରେ ମାତ୍ର ୫ ଟଙ୍କାର ରିଚାର୍ଜ କରିବା ଦ୍ୱାରା ଏହା ପାଖାପାଖି ୮୦ କିଲୋମିଟର ଗତିକରିଥାଏ ।
ଫିଚର୍ସ
ଏହି କନସେପ୍ଟ ସ୍କୁଟରରେ ଦୁଇ ଜଣ ଲୋକ ବେଶ୍ ଆରାମରେ ବସିପାରିବେ । ଏହାଛଡା ଏହାର ସଫ୍ଟ ସିଟ୍ ଗାଡିକୁ ଆହୁରୀ ଅଧିକ ଆକର୍ଷଣୀୟ କରିଛି । କ୍ରେୱନରେ ଫୋନ ଚାର୍ଜ କରିବାର ସୁବିଧାର ମଧ୍ୟ ଦିଆଯାଇଛି । ଯଦି ଏହାର ଷ୍ଟୋରେଜ ସ୍ପେସ କଥା କହିବା, ତେବେ ଏଥିରେ ଏକ ଫୁଲ ସ୍ପେସ ହେଲମେଟ ଆରାମରେ ରଖିପାରିବେ । ଏହାଛଡା ଏଥିରେ ଏକ ସ୍କ୍ରିନ୍ ମଧ୍ୟ ବ୍ୟବହାର କରାଯାଇଛି , ଯାହା ବ୍ୟାଟେରୀ ସଂପର୍କରେ ଚାଳକଙ୍କୁ ସୂଚିତ କରିଥାଏ ।
ଏଥିସହିତ ହିଁ ଏଥିରେ , ରେଜନରେଟିକ୍ ବ୍ରେକିଂ, ଜିପିଏସ, ନେଭିଗେସନ , ପାର୍କ ଆସିଷ୍ଟ ଏବଂ ଆଂଟି ଥେପ୍ଟ ମେକାନିଜିମ ଭଳି ଉନ୍ନତମାନର ଫିଚର୍ସ ରହିଛି । କ୍ରେୱନରେ ଡାଇମଣ୍ଡ କଟ ଅଏଲ ହ୍ୱିଲ ମଧ୍ୟ ବ୍ୟବହାର କରାଯାଇଛି । ଯାହା ସ୍କୁଟରକୁ କୌଣସି ଦାମୀ କାର ଭଳି ଲଗଜୁରୀ ଲୁକ୍ ଦେଇଥାଏ । ଏଥିସହିତ ହିଁ ସମସ୍ତ ଟାୟାର ଟ୍ୟୁବଲେସ ଅଟେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/xtvs-creon-side-design-1518023945.jpg.pagespeed.ic_.PD2IqM2VXd.jpg)