ମାତ୍ର ୧୦ ଟଙ୍କାରେ ଦେଖନ୍ତୁ ନିଜ ମନ ପସନ୍ଦର ସୋ’ ସହିତ ଅସୀମ କଲ ଓ ମାଗଣା ଇଂଟରନେଟ୍ 

75

କଥାଟା ଆପଣଙ୍କୁ ମିଛ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । ରିଲାଏନ୍ସ ଜିଓର ଫ୍ରି ମୋବାଇଲରୁ ଆପଣ ମାତ୍ର ୧୦ ଟଙ୍କାରେ ପ୍ରତିଦିନ ହିସାବରେ ନିଜର ମନପସନ୍ଦିଆ କାର୍ଯ୍ୟକ୍ରମ ଦେଖିପାରିବେ । ଏହାଛଡା ଏଥିସହିତ ଆପଣ ମାଗଣାରେ ଅସୀମ କଲିଂର ସୁବିଧାର ଲାଭ ମଧ୍ୟ ଉଠାଇପାରିବେ । ଆପଣ ଆପଣଙ୍କର ଜିଓ ୪ଜି ଫିଚର ଫୋନକୁ କୌଣସି ବି ଟିଭିରେ କନେକ୍ଟ କରି ପାରିବେ । ଆପଣଙ୍କୁ ଏଠାରେ କହି ରଖୁଛୁ କି, ଜିଓ ଫୋନକୁ ଏକ କେବୁଲ ମାଧ୍ୟମରେ ଆପଣ ଆପଣଙ୍କର ଟିଭିରେ କନେକ୍ଟ କରିବାକୁ ପଡିବ ।

ବର୍ତ୍ତମାନ ଏହି କେବୁଲ ଜିଓ ଫୋନ ସହିତ ଆସି ନାହିଁ ବରଂ ଏହାକୁ ଆପଣଙ୍କୁ ବଜାରରୁ ଅଲଗା ଭାବେ କିଣିବାକୁ ପଡିବ । ତେବେ ଏହି କେବୁଲ ଦୁଇ ପ୍ରକାରର କନେକ୍ଟର ସହିତ ମିଳିଥାଏ । ଯଦି ଆପଣଙ୍କର ଏଲଇଡି ଟିଭି ରହିଛି ତେବେ ଆପଣଙ୍କୁ ଏଥିପାଇଁ ଏଚଡିଏମଆଇ ପୋର୍ଟ ଥିବା କନେକ୍ଟର ବ୍ୟବହାର କରିବାକୁ ପଡିବ । ସେହିପରି ଯଦି ଆପଣ ସିଆରଟି ଟିଭି ବ୍ୟବହାର କରୁଛନ୍ତି ତେବେ ଏଥିପାଇଁ ଆରସିଏ ପୋର୍ଟ ବ୍ୟବହାର କରିବେ ।

ବ୍ୟବହାର କରିବାର ପ୍ରକ୍ରିୟା

• କେବୁଲକୁ କନେକ୍ଟ କରିବା ବହୁତ ହିଁ ସହଜ ଅଟେ ।

• ଏଥିପାଇଁ ପ୍ରଥମେ ଆପଣଙ୍କୁ କନେକ୍ଟରରେ ଏଚଡିଏମଆଇ/ଆରସିଏ କେବୁଲ କନେକ୍ଟ କରି କେବୁଲର ଅନ୍ୟ ପାଖକୁ ଜିଓ ଫୋନରେ କନେକ୍ଟ କରିବାକୁ ପଡିବ ।

• ସେଟଅପ ହେବା ପରେ ଏବେ ଆପଣ ଜିଓ ଟିଭି ଆପକୁ ନିଜର ଜିଓ ଫୋନରେ ଓପନ କରିବାକୁ ପଡିବ । ଏହି ଆପ ମାଧ୍ୟମରେ ଆପଣ କୌଣସି ବି ଚ୍ୟାନେଲ ଲାଇଭ ଦେଖିପାରିବେ ।

• ସେହିପରି ଜିଓ ଟିଭି ଆପରେ ପାଖାପାଖି ୧୦୦ ଚ୍ୟାନେଲ ଉପଲବ୍ଧ । ବତ୍ତମାନ ଜିଓ ଟିଭିକୁ ଆକ୍ସସେସ କରିବା ପାଇଁ ଆପଣଙ୍କୁ ପ୍ରତି ମାସ ୩୦୯ ଟଙ୍କା ଦେବାକୁ ପଡିବ । ଏହି ପ୍ଲାନରେ ଭଏସ କଲ ଏବଂ ଡାଟା ସର୍ଭିସ ଭଳି ମଧ୍ୟ ସୁବିଧା ରହିଛି ।

• ସବୁ ସେଟଅପ ହେବା ପରେ ଆପଣ ଆପଣଙ୍କର ଜିଓ ଫୋନରେ କୌଣସି ବି ଭିଡିଓ ପ୍ଲେ କରିପାରିବେ । ଯାହାକୁ ଆପଣ ଟିଭିରେ ଦେଖିବାକୁ ଚାହୁଛନ୍ତି ।

• ଏହାର ଏକ ବିଶେଷତ୍ୱ ହେଲା କି ଆପଣ ଭିଡିଓକୁ ଟିଭିରେ ପ୍ଲେ କରିବା ପରେ ବି ଫୋନକୁ ଅନ୍ୟ କୌଣସି କାମରେ ବ୍ୟବହାର କରିପାରିବେ । ଯେପରିକି କୌଣସି ଆପ ବ୍ୟବହାର କରିବାକୁ ଚାହିଁବେ ତ କରିପାରିବେ ।

• ଯଦି ଆପଣ ଚ୍ୟାନେଲ ଚେଂଜ କରିବାକୁ ଚାହୁଁଛନ୍ତି ତେବେ ତାହା ବି କରିପାରିବେ । ଫୋନରେ ଚ୍ୟାନେଲ ଚେଂଜ  କରିବା ସମୟରେ ବି ଟିଭିରେ ମଧ୍ୟ ଚ୍ୟାନେଲ ବଦଳି ଯାଇଥାଏ, ଠିକ୍ ଅବିକଳ ରିମୋଟ୍ ଭଳି ।

ଏହାଛଡା ଆପଣ ଟିଭି ଦେଖିବା ସମୟରେ ଫୋନରୁ ମେସେଜ ମଧ୍ୟ ପଠାଇବା ସହ କଲ ମଧ୍ୟ କରିପାରିବେ ।

ସୌଜନ୍ୟ: ଜନସତ୍ତା