କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ପୁରୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ତେବେ ଭକ୍ତଙ୍କ ଯିବାଆସିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୁରୀ ପାଇଁ ସ୍ୱତନ୍ତ୍ର ବସ ସହ ଟ୍ରେନ ମଧ୍ୟ ଗଢିବ। କ୍ରୁଟ୍ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବସ ପୁରୀକୁ ଗଡିବ। ଭୁବନେଶ୍ୱର, କଟକ, ଖୋର୍ଦ୍ଧା, କାକଟପୁର ସମେତ ବିଭିନ୍ନ ସ୍ଥାନରୁ ପୁରୀ ପାଇଁ ସ୍ୱତନ୍ତ୍ର ବସର ଆୟୋଜନ କରାଯାଇଛି। ଭୁବନେଶ୍ୱର ରେଳ ଷ୍ଟେସନ, ବସଷ୍ଟାଣ୍ଡରୁ ପୁରୀ ପାଇଁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି।