ବିନା ଇଣ୍ଟରନେଟରେ କରନ୍ତୁ କୌଣସି ବି ଫୋନରୁ ଟଙ୍କା ଟ୍ରାନ୍ସଫର ! ଏହି ଗୋଟିଏ ନମ୍ବର ଡାଏଲ କରିବା କ୍ଷଣି ହୋଇଯିବ ସବୁକାମ

70

ବର୍ତ୍ତମାନ ସମୟରେ ଲୋକେ ବ୍ୟାଙ୍କକୁ ଦୌଡିବା ପରିବର୍ତ୍ତେ ସବୁକାମ ସ୍ମାର୍ଟଫୋନ ଜରିଆରେ ହିଁ କଲେଣି । ଲୋକେ ନକଦ ଦେଣନେଣ ଛାଡି ଡିଜିଟାଇଜେସନ ଆଡକୁ ଅଗ୍ରସର ହେଲେଣି । ଯେଉଁ କାରଣରୁ ଲୋକେ ଏବେ ବିନା ବ୍ୟାଙ୍କ ଯାଇ ଇଂଟରନେଟ ଜରିଆରେ ଘରେ ବସି ହିଁ କୌଣସି ବି ବ୍ୟାଙ୍କ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର କରିପାରୁଛନ୍ତି । ହେଲେ ଏଥିପାଇଁ ଆପଣଙ୍କ ଫୋନରେ ଆକ୍ଟିଭ ଇଂଟରନେଟ କନେକ୍ସନ ଥିବା ବହୁତ ଜରୁରୀ । ଥରେ ଚିନ୍ତା କରନ୍ତୁ ତ, ଯଦି ଆପଣଙ୍କ ଫୋନରେ ଇଂଟରନେଟ କନେକ୍ସନ ନାହିଁ କିମ୍ବା ଆପଣ ଫିଚର ଫୋନ ବ୍ୟବହାର କରୁଛନ୍ତି ତେବେ ଆପଣ ଟଙ୍କା କିଭଳି ଟ୍ରାନ୍ସଫର କରିପାରିବେ । ଆପଣଙ୍କ ଜାଣିବା ପାଇଁ ଆମେ କହି ରଖୁଛୁ କି, NUUP ଜରିଆରେ ଏବେ ଏହା ସମ୍ଭବ ।

NUUP ଅର୍ଥାତ୍ ନ୍ୟାସନାଲ ୟୁନିଫାଇଡ ୟୁଏସଏସଡି ଏକ ଏଭଳି ପ୍ଲାଟଫର୍ମ , ଯାହା NPCI ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ୟୁଜରଙ୍କୁ ତାଙ୍କ ବ୍ୟାଙ୍କ ଆକାଉଂଟକୁ ଫୋନ ସହ ଆକ୍ସେସ କରିବାର ସୁବିଧା ଉପଲବ୍ଧ କରାଇଥାଏ । ଏହା ଜରିଆରେ ୟୁଜର୍ସ ନିଜ ଆକାଉଂଟ ବାଲାନ୍ସ ଚେକ କରିପାରିବେ । ଏଥିସହିତ ହିଁ ମିନି ଷ୍ଟେଟମେଂଟ ଏବଂ ଟଙ୍କା ଟ୍ରାନ୍ସଫର ବି କରିପାରିବେ । NUUP ସମସ୍ତ ଜିଏସଏମ ମୋବାଇଲ ଫୋନରେ କାମ କରିଥାଏ । ତେବେ ଏହି ସେବାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ୟୁପିଆଇ ପିନ ସେଟ କରିବାକୁ ପଡିବ । ସେହିପରି ଆପଣଙ୍କ ମୋବାଇଲ ନମ୍ବର ଆପଣଙ୍କ ବ୍ୟାଙ୍କ ଆକାଉଂଟ ସହିତ ଲିଙ୍କ ହେବା ବି ଆବଶ୍ୟକ ।

କିଭଳି କରିବେ ୟୁପିଆଇ ପିନ୍ ସେଟ: ପ୍ରଥମ ତରିକା

• ୟୁପିଆଇ ପିନ ସେଟ କରିବା ପାଇଁ ଆପଣଙ୍କୁ ନିଜ ମୋବାଇଲରେ *99# ଡାଏଲ କରିବାକୁ ପଡିବ ।

• ଏହାପରେ ଆପଣଙ୍କୁ Welcome to USSDର ପପ ଅପ ଆସିବ । ଏଥିରେ କ୍ଟଳଉପରେ କ୍ଲିକ୍ କରିବାକୁ ହେବ ।

• ଏହାପରେ ଆପଣଙ୍କ ସ୍କ୍ରିନ ଉପରେ ଯଦି ଆକାଉଂଟର ନାଁ ସମେତ ବାଲାନ୍ସ ଚେକ୍, ମନି ଟ୍ରାନ୍ସଫର ଆଦି ବିକଳ୍ପ ଫ୍ଲାସ ହୁଏ ତେବେ ଆପଣଙ୍କୁ ସବାତଳେ ଦିଆଯାଇଥିବା ଅପସନ UPI PIN ଉପରେ ଟ୍ୟାପ କରିବାକୁ ହେବ ।

• ଏବେ Set/Forgot Pinର ବିକଳ୍ପ ଚୟନ କରନ୍ତୁ ।

• ଏବେ ଆପଣଙ୍କୁ ଡେବିଟ କାର୍ଡର ଶେଷ ୬ଡିଜିଟ ଏଂଟର କରିବାକୁ ହେବ । ଏବେ ସ୍ପେସ ଦେଇ ଡେବିଟକାର୍ଡର ଏକ୍ସପାୟରୀ ଡେଟ ମଧ୍ୟ ଏଂଟର କରି ଦିଅନ୍ତୁ ।

• ଏବେ ଆପଣଙ୍କୁ ୟୁପିଆଇ ପିନ ସେଟ କରିବାକୁ ହେବ ।

ଦ୍ୱିତୀୟ ତରିକା

• ଯଦି *99#ଡାଏଲ କରିବା ପରେ ଆପଣଙ୍କ ସ୍କ୍ରିନରେ ଭାଷା ସିଲେକ୍ଟ କରିବାକୁ କୁହାଯାଏ ତେବେ ଆପଣ ପ୍ରଥମେ ନିଜ ଭାଷା ଚୟନ କରନ୍ତୁ ।

• ଏହାପରେ ଆପଣଙ୍କ ସ୍କ୍ରିନ ଉପରେ ବ୍ୟାଙ୍କର ନାଁ ଏବଂ ଆଇଏଫଏସସି କୋଡ ଡାଏଲ କରିବାକୁ କୁହାଯିବ ।ତାକୁ ଏଂଟର କରନ୍ତୁ ।

• ଏବେ ଆପଣଙ୍କ ସାମ୍ନାରେ ଏକ ମେନ୍ୟୁ ଆସିବ, ଯେଉଁଥିରୁ ଆପଣଙ୍କୁ ଡେବିଟ କାର୍ଡର ଶେଷ ୬ଡିଜିଟ ଏଂଟର କରିବାକୁ ହେବ । ଏବେ ସ୍ପେସ ଦେଇ ଡେବିଟକାର୍ଡର ଏକ୍ସପାୟରୀ ଡେଟ୍ ମଧ୍ୟ ଏଂଟର କରିଦିଅନ୍ତୁ ।

• ଏହାପରେ ଆପଣଙ୍କୁ ପିନ ନମ୍ବର ସେଟ କରିବାକୁ କୁହାଯିବ ।

କିଭଳି ପାଇବେ ବ୍ୟାଙ୍କ ତଥ୍ୟ

• ପିନ ସେଟ କରିବା ପରେ ଆପଣଙ୍କୁ ପୁଣି ଥରେ ଞ୍ଚ୯୯୰ଡାଏଲ କରିବାକୁ ପଡିବ । ଏହାପରେ ଆପଣଙ୍କ ସ୍କ୍ରିନରେ ଏକ ମେନ୍ୟୁ ଓପନ ହୋଇଯିବ । ଏଥିରେ ସେଣ୍ଡ ମନି, ରିକ୍ୱେଷ୍ଟ ମନି, ଚେକ୍ ବାଲାନ୍ସ, ମାଇ ପ୍ରୋଫାଇଲ, ପେଣ୍ଡିଂ ରିକ୍ୱେଷ୍ଟ, ଟ୍ରାନଜାକସନ ଏବଂ ୟୁପିଆଇ ପିନ ସାମିଲ ।

• ସର୍ବପ୍ରଥମେ ସେଣ୍ଡ ମନି ଉପରେ ଟ୍ୟାପ କରନ୍ତୁ । ଆପଣ କାହାକୁ ବି ତାଙ୍କ ମୋବାଇଲ ନମ୍ବର, ଆଧାର ନମ୍ବ ଏବଂ ବ୍ୟାଙ୍କ ଆକାଉଂଟ ନମ୍ବର ଜରିଆରେ ଟଙ୍କା ଟ୍ରାନ୍ସଫର କରିପାରିବେ ।

• ଏହାପରେ ଯଦି ଆପଣ ମୋବାଇଲ ନମ୍ବର ସିଲେକ୍ଟ କରନ୍ତି ତେବେ ତାଙ୍କ ମୋବାଇଲ ନମ୍ବର ଏଂଟର କରନ୍ତୁ । ଧ୍ୟାନ ରଖିବେ କି ଏହି ନମ୍ବର ସେହି ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଂଟ ସହ ଲିଙ୍କ ହେବା ଦରକାର । ଏହାପରେ ଆପଣଙ୍କୁ ଆମାଉଂଟ ଏଂଟର କରିବାକୁ ହେବ ।

• ଏବେ ଆପଣଙ୍କୁ ଆପଣଙ୍କର ୟୁପିଆଇ ପିନ ଏଂଟର କରିବାକୁ ପଡିବ । ଏହାପରେ ଆପଣଙ୍କ ପାଖରେ ପେମେଂଟର କନଫର୍ମେସନ ଆସିବ ।