ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶା ଆସିବ ସ୍ବତନ୍ତ୍ର ଟ୍ରେନ୍: କେରଳ ଏର୍ଣ୍ଣାକୁଲମ୍ ଜିଲ୍ଲା ଆଲୁଭା ଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ବାହାରିବ ଟ୍ରେନ୍; ପ୍ରାୟ ୧୨ ଶହ ଓଡିଆଙ୍କୁ ନେଇ ଓଡ଼ିଶା ଆସିବ ସ୍ବତନ୍ତ୍ର ଟ୍ରେନ୍

1,441

କନକ ବ୍ୟୁରୋ: ଓଡିଶା ଆସିବ ସ୍ୱତନ୍ତ୍ର ଟ୍ରେନ୍ । ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଆସିବ ସ୍ୱତନ୍ତ୍ର ଟ୍ରେନ ।୍ୟ ଏର୍ଣ୍ଣାକୁଲମ ଜିଲ୍ଲା ଆଲୁଭା ଷ୍ଟେସନରୁ ଛାଡିବ ସ୍ୱତନ୍ତ୍ର ଟ୍ରେନ । ସଂଧ୍ୟା ୬ଟାରେ ଓଡିଶା ଅଭମୁଖେ ବାହାରିବ ଟ୍ରେନ । ପ୍ରାୟ ୧୨ ଶହ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଆସିବ ସ୍ୱତନ୍ତ୍ର ଟ୍ରେନ ।

ତାଲାବନ୍ଦ କଟକଣା ଲାଗୁ ହେବା ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରେ ଫଶି ରହିଛନ୍ତି ଓଡିଆ । ତେବେ ବାହାରେ ଫଶି ରହିଥିବା ଏହି ପ୍ରବାସୀ ଓଡିଆଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଗତକାଲି ପାଖାପାଖି ୧୮ଟି ବସରେ ସୁରତରୁ ତଥା ବିଭିନ୍ନ ସ୍ଥାନରୁ ପ୍ରବାସୀ ଓଡିଆଙ୍କୁ ଅଣାଯାଇଛି । କିନ୍ତୁ ଏହାରି ଭିତରେ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ବଡ ନିଷ୍ପତି ନିଆଯାଇଛି । ଯେଉଁଥିରେ କେରଳରେ ଯେଉଁ ଓଡିଆ ଲୋକ ତାଲାବନ୍ଦ ଯୋଗୁଁ ଫସି ରହିଛନ୍ତି ସେମାନଙ୍କୁ ଆଣିବା ପାଇଁ ଡେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ଏବଂ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କୁ କେରଳରୁ ଓଡିଶା ଅଣାଯିବ ।  ଏନେଇ ଉଚ୍ଚପଦସ୍ଥ କର୍ମଚାରୀମାନଙ୍କ ସହ ବିଚାରବିମର୍ଶ ଜାରି ରହିଥିବା ସୂଚନା ମିଳିଛି । ବିଶେଷ କରି କେରଳର ଏର୍ଣ୍ଣାକୁଲମ ଜିଲ୍ଲା ଆଲୁଭା ଷ୍ଟେସନରୁ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଟ୍ରେନ ଆସିବ ଏବଂ ଏହି ଟ୍ରେନରେ ସଂଧ୍ୟା ୬ଟା ଛାଡିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ଏହି ଟ୍ରେନରେ ୧୦୦୦ରୁ ୧୨ ଶହ ଯାତ୍ରୀଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି ।

ସେପଟେ, ତେଲେଙ୍ଗାନାରୁ ୧୨ଶହ ଜଣ ଶ୍ରମିକଙ୍କୁ ନେଇ ପ୍ରଥମ ଟ୍ରେନ ଗଲା ଝାଡଖଣ୍ଡ । ତେଲେଙ୍ଗାନାର ଲିଙ୍ଗମପଲ୍ଲିରେ ଏହି ସମସ୍ତ ଶ୍ରମିକ ଫଶି ରହିଥିଲେ । ସେମାନଙ୍କୁ ଟ୍ରେନ ଯୋଗେ ଝାଡଖଣ୍ଡର ହାତିଆକୁ ନିଆଯାଇଛି । ଆଜି ସକାଳ ୪ଟା୫୦ମିନିଟରେ ଏହି ୨୪ କୋଚ ବିଶିଷ୍ଟ ଟ୍ରେନ ଯାତ୍ରା ଆରମ୍ଭ କରିଛି । ଆରପିଏଫ ଡିଜି ଅରୁଣ କୁମାର ଏହି ସୂଚନା ଦେଇଛନ୍ତି । ଲକ ଡାଉନ ବା ତାଲା ବନ୍ଦ ଆରମ୍ଭ ହେବା ଦିନଠାରୁ ଏହା ହେଉଛି ପ୍ରଥମ ଟ୍ରେନ ଯିଏ ଶ୍ରମିକମାନଙ୍କୁ ନେଇ ଝାଡଖଣ୍ଡକୁ ଯାଇଛି । ତାଲା ବନ୍ଦ କାରଣରୁ ଦେଶର ବିଭିନ୍ନ ରାଜ୍ୟରେ କାମ କରିବାକୁ ଯାଇଥିବା ଶ୍ରମିକମାନେ ଫଶିରହିଥିବା ବେଳେ ସେମାନଙ୍କୁ କିପରି ଅଣାଯିବ ସେ ଦିଗରେ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବାପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ନିବେଦନ କରାଯାଇଥିଲା ।