ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ… ଦିନକ ପରେ ଭୁବନେଶ୍ୱରରୁ ଦିଲ୍ଲୀ ଗଡିବ ଟ୍ରେନ । ୧୩ ତାରିଖରୁ ଭୁବନେଶ୍ୱରରୁ ଦିଲ୍ଲୀ ସବୁଦିନ ଚାଲିବ ଟ୍ରେନ । ଜାଣନ୍ତୁ କେଉଁ କେଉଁ ଷ୍ଟେସନରେ ଅଟକିବ ? ଯାତ୍ରା ପୂର୍ବରୁ କଣ କରିବେ ଯାତ୍ରୀ…?

798

କନକ ବ୍ୟୁରୋ: ମେ ୧୩ରୁ ଭୁବନେଶ୍ୱରରୁ ଦିଲ୍ଲୀ ଗଡିବ ଟ୍ରେନ । ଆସନ୍ତା ବୁଧବାରରୁ ସବୁଦିନ ଚାଲିବ ସ୍ୱତନ୍ତ୍ର ଟ୍ରେନ । ତେବେ ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରୁ ଏହି ସ୍ୱତନ୍ତ୍ର ଟ୍ରେନ ଚାଲିବ । ଆସନ୍ତା ୧୩ ତାରିଖ ସକାଳ ୧୦ଟାରୁ ଏହି ଟ୍ରେନ ଭୁବନେଶ୍ୱରରୁ ଛାଡିବ ।

ତେବେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ସ୍ୱତନ୍ତ୍ର ଟ୍ରେନରେ ୧୭ଟି କୋଚ୍ ରହିବ । ମୋଟ ୭ଟି ଷ୍ଟେସନରେ ଭୁବନେଶ୍ୱରରୁ ବାହାରିଥିବା ଏହି ଟ୍ରେନ ଅଟକିବ । ବାଲେଶ୍ୱର, ହିଜଲି (ଖଡଗପୁର), ଟାଟା, ବୋକାରୋ, ଗୟା, ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, କାନପୁର ସେଣ୍ଟ୍ରାଲରେ ମଧ୍ୟ ଏହି ଟ୍ରେନ ରହିବ ।

ସବୁଠାରୁ ବଡ କଥା ହେଉଛି ଟ୍ରେନ ଛାଡିବାର ୯୦ ମିନିଟ ପୂର୍ବରୁ ପ୍ଲାଟଫର୍ମରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । କେବଳ ଆଇଆରସିଟିସି ୱେବସାଇଟରେ ଟିକେଟ ବୁକ କରିହେବ । ୭ ଦିନର ଆଗୁଆ ଟିକେଟ ବୁକ କରି ପାରିବେ ଯାତ୍ରୀ । ୱେଟିଂଲିଷ୍ଟ ନୁହେଁ କେବଳ କନଫର୍ମ ଟିକେଟରେ ହିଁ ଯାତ୍ରା କରିହେବ । ତେବେ ଟ୍ରେନ ଛାଡିବାର ୨୪ ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରିପାରିବେ ଯାତ୍ରୀ । ଆଉ ଟିକେଟ ବାତିଲ କଲେ ୫୦ ପ୍ରତିଶତ ଚାର୍ଜ ପଡିବ ।

ତେବେ ଗୁରୁତ୍ୱପୂର୍ଣ୍ଣରେ କଥା ହେଉଛି ଯାତ୍ରୀମାନେ ନିଜ ସାଥିରେ ଖାଦ୍ୟ ସାମଗ୍ରୀ ନେବେ । ଘୋଡିବା ପାଇଁ ଚାଦର ମଧ୍ୟ ଯାତ୍ରୀମାନେ ନିଜେ ନେବେ । କାରଣ ରେଲୱେ ପକ୍ଷରୁ କୌଣସି ଚାଦର ଦିଆଯିବନି । ତେବେ ରେଳ ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଯାତ୍ରା ପୂର୍ବରୁ ଯାତ୍ରୀମାନେ ନିଜ ସାଥିରେ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ସାବୁନ ଆଣିବାକୁ ପରାମର୍ଶ । ତେବେ ଆସନ୍ତା ୧୩ରୁ ଭୁବନେଶ୍ୱରରୁ ଦିଲ୍ଲୀ ଗଡିବାକୁ ଥିବା ବେଳେ ୧୪ରୁ ଦିଲ୍ଲୀରୁ ଭୁବନେଶ୍ୱର ଚାଲିବ ଟ୍ରେନ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀ ହେଉ କିମ୍ବା ଭୁବନେଶ୍ୱର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଯାତ୍ରୀମାନେ ରାଜ୍ୟ ସରକାରଙ୍କ ନିୟମ ପାଳନ କରିବେ ।