ଆଜିଠୁ ଓଡିଶାରୁ ଗୁଜୁରାଟକୁ ଗଡିବ ସ୍ୱତନ୍ତ୍ର ଟ୍ରେନ୍: ଖୋର୍ଦ୍ଧା ରୋଡରୁ ସନ୍ଧ୍ୟା ୬ଟା ୪୦ରେ ଛାଡିବ ଟ୍ରେନ୍; ସପ୍ତାହକୁ ୪ଦିନ ଗୁଜୁରାଟ ଅଭିମୁଖେ ଗଡିବ ଟ୍ରେନ୍

ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଗଡିବ ଟ୍ରେନ୍

306

କନକ ବ୍ୟୁରୋ: ଆଜିଠାରୁ ଓଡ଼ିଶାରୁ ଗୁଜରାଟକୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହେଉଛି। ମିଳିଥିବା ସୂଚନା ଅନୂଯାୟୀ ଖୋର୍ଦ୍ଧା ରୋଡରୁ ପ୍ରତି ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଓ ଶନିବାର ସନ୍ଧ୍ୟା ୬ଟା ୪୦ରେ ଛାଡ଼ିବ ଏବଂ ଅହମଦାବାଦଠାରୁ ସେପ୍ଟେମ୍ବର ୧୪ରୁ ପ୍ରତି ସୋମବାର, ଗୁରୁବାର, ଶନିବାର ଓ ରବିବାର ସନ୍ଧ୍ୟା ୬ଟା ୪୦ରେ ଛାଡ଼ିବ। ସେହିପରି ଖୋର୍ଦ୍ଧା ରୋଡ଼ରୁ ସେପ୍ଟେମ୍ବର ୧୩ରୁ ପ୍ରତି ରବିବାର ପୂର୍ବାହ୍ନ ୧୦ଟା ୪୦ରେ ଛାଡିବ ଏବଂ ଓ଼ଖାଠାରୁ ସେପ୍ଟେମ୍ବର ୧୬ରୁ ପ୍ରତି ବୁଧବାର ସକାଳ ୮ଟା ୩୦ରେ ଛାଡିବ। ସେହିପରି ସେପ୍ଟେମ୍ବର ୧୬ରୁ ପ୍ରତି ବୁଧବାର ରାତ୍ର ୧୧ଟାରୁ ଗାନ୍ଧୀଧାମରୁ ଛାଡିବ ଏବଂ ଖୋର୍ଦ୍ଧା ରୋଡ଼ରୁ ସେପ୍ଟେମ୍ବର ୧୬ରୁ ପ୍ରତି ଶନିବାର ପୂର୍ବାହ୍ନ ୧୧ଟା ୪୦ରେ ଛାଡିବ। ପ୍ରଥମ ଦଫାରେ ଏହି ସମସ୍ତ ଟ୍ରେନ ଟିକେଟ ବୁକିଂ ହୋଇ ସାରିଥିବା ସୂଚନା ମିଳିଛି।

ପୂର୍ବରୁ ଘୋଷିତ ହୋଇଥିବା ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ୧୨ ତାରିଖଠାରୁ ଭୁବନେଶ୍ୱରରୁ ସନ୍ଧ୍ୟା ୭ଟା ୫୫ରେ ଛାଡ଼ିବ ଏବଂ ସେପ୍ଟେମ୍ବର ୧୩ରୁ ଅପରାହ୍ଣ ୪ଟା ୧୦ରେ ଦୁର୍ଗଠାରୁ ଛାଡ଼ିବ। ରାୟଗଡ଼ା ମାର୍ଗ ଦେଇ ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ଆଜିଠାରୁ ବିଶାଖାପାଟଣାରୁ ସନ୍ଧ୍ୟା ୮ଟା ୫ରେ ଛାଡିବ ଏବଂ ସେପ୍ଟେମ୍ବର ୧୩ରୁ କୋର୍ବାରୁ ଅପରାହ୍ଣ ୪ଟା ୧୦ରେ ଛାଡ଼ିବ। ଭୁବନେଶ୍ୱର-ଅହମଦାବାଦ-ଭୁବନେଶ୍ୱର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ସେପ୍ଟେମ୍ବର ୧୬ ତାରିଖରୁ ଭୁବନେଶ୍ୱରରୁ ପ୍ରତି ବୁଧବାର ସନ୍ଧ୍ୟା ୬ଟାରେ ଛାଡ଼ିବ ଓ ସେପ୍ଟେମ୍ବର ୧୮ରୁ ଅହମଦାବାଦରୁ ପ୍ରତି ଶୁକ୍ରବାର ସନ୍ଧ୍ୟା ୬ଟା ୪୦ରେ ଛାଡ଼ିବ। ଏହା ବ୍ୟତୀତ ଆଉ ଦୁଇ ଯୋଡ଼ା ଟ୍ରେନ ଓଡ଼ିଶା ମଧ୍ୟ ଦେଇ ଚାଲିବ। ଟିକଟ ସଂରକ୍ଷିତ କରିଥିବା ଯାତ୍ରୀମାନେ କେବଳ ଟ୍ରେନରେ ଯାଇପାରିବେ।