ଜାଣନ୍ତୁ, ଟ୍ରେନ୍ ଟିକେଟରେ ଲେଖାଯାଇଥିବା ଏହି ଶଦ୍ଦର ଅର୍ଥ । ବୁକିଂ କରିବାରେ ହେବ ନାହିଁ ସମସ୍ୟା, ତୁରନ୍ତ ମିଳିଯିବ ସିଟ୍

86

ଟ୍ରେନ ଟିକେଟ ବୁକ କରିବା ସମୟରେ କିଛି ସର୍ଟକଟ ଶଦ୍ଦ ଉପରେ ଆପଣଙ୍କର ଆଖି ନିଶ୍ଚୟ ପଡିଥିବ । କିନ୍ତୁ ଏହାକୁ ଅର୍ଥ ବିନା ଜାଣି ଆମେ ଏହା ଉପରେ କ୍ଲିକ କରିଦେଇଥାଉ । ଏଭଳି ପରିସ୍ଥିତିରେ ସମସ୍ୟା କେବଳ ଏତିକି ହୋଇଥାଏ କି, ଏସଂପର୍କରେ ଜ୍ଞାନ ନଥିବା କାରଣରୁ ହିଁ ଟିକେଟଟି ବୁକ ହୋଇଛି କି ନାହିଁ , ଏନେଇ ଆମେ ଚିନ୍ତାରେ ପଡିଯାଇଥାଉ । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ସର୍ଟକଟ ଶଦ୍ଦର ଅର୍ଥ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ ।

– WL-ଆପଣଙ୍କର ସିଟ କନଫର୍ମ ନୁହେଁ । ୱେଟିଂ ଲିଷ୍ଟ ଅଧିକ ନଥିଲେ, ଟିକେଟ କନଫର୍ମ ହୋଇଥାଏ । ସିଟ୍ ନମ୍ବର ଜର୍ଣ୍ଣିଂ ଡେଟକୁ ଚାର୍ଟ ପ୍ରସ୍ତୁତ ହେବା ପୂର୍ବରୁ ହିଁ ମିଳିଯାଇଥାଏ ।

– GNWL-  ଜେନେରାଲ ୱେଟିଂ ଲିଷ୍ଟ । ଯାହାର ଅର୍ଥ ଏହା ହେଲା, ଆପଣ ଯେଉଁ ଟ୍ରେନର ଟିକେଟ ନେଇଛନ୍ତି , ସେହି ଟ୍ରେନ ସେହି ଷ୍ଟେସନ କିମ୍ବା ଆଖପାଖ ଷ୍ଟେସନରୁ ପ୍ରସ୍ତୁତ ହୋଇ ଖୋଲିଥାଏ । ଏଥିରେ ଟିକେଟ କନଫର୍ମ ହେବାର ଆଶଙ୍କା ଅଧିକ ରହିଥାଏ ।

– RLWL-ରିମୋଟ ଲୋକେସନ ୱେଟିଂ ଲିଷ୍ଟ, ଦୁଇ ବଡ ବଡ ଷ୍ଟେସନ ମଧ୍ୟରେ, ଯେଉଁଠି ଅଧିକ ଟ୍ରେନ ଆସି ନଥାଏ ତେବେ ଏଭଳି ପ୍ରକାରର ଟିକେଟ ମିଳିଥାଏ । ଏଭଳି ଟିକେଟ କନଫର୍ମ ହେବାର ଆଶଙ୍କା ଅଧିକ ରହିଥାଏ ।

– PQWL-ଛୋଟ ଷ୍ଟେସନରେ କୋଟାରେ ଦିଆଯାଇଥିବା ସିଟକୁ ଆଧାର କରି ଟିକେଟ ପ୍ରଦାନ କରାଯାଇଥାଏ । ଏଥିରେ ବି ଟିକେଟ କନଫର୍ମ ହେବାର ଅଧିକ ସମ୍ଭାବନା ରହିଛି ।

– PQWL/REGRET-ଏହାର ଅର୍ଥ, ଟ୍ରେନରେ ସିଟ୍ ଖାଲି ନାହିଁ । ଏବଂ ଆପଣଙ୍କୁ ଏବେ ଟିକେଟ ମିଳିପାରିବ ନାହିଁ ।

– RAC- ଏହାର ଅର୍ଥ ହେଲା ଆପଣ ଏଥିରେ ଖାଲି ବସି ହିଁ ଯାତ୍ରା କରିପାରିବେ । ଆପଣଙ୍କୁ କେବଳ ବସିବାକୁ ଜାଗା ମିଳିବ । ଶୋଇ ପାରିବେ ନାହିଁ । ଅର୍ଥାତ୍ ଆପଣ ଅଧା ସିଟର ହକଦାର ଅଟନ୍ତି ।

– CNF-ଏହା ଅର୍ଥ, ଆପଣଙ୍କର ସିଟ୍ ପୂରା କନଫର୍ମ । ଆପଣଙ୍କୁ ବଗି ନମ୍ବର, ସିଟ ନମ୍ବର, ପିଏନଆର ନମ୍ବର ଟଙ୍କିକେଟରେ ନଜର ଆସିବ ।