ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀ ମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ରୁଟ୍ ଦେଇ ଚାଲିବ ଏହି ଟ୍ରେନ୍

ଦଶହରା ପାଇଁ ଆରପିଏଫ୍‌ ଜାରି କଲା ନିର୍ଦେଶାବଳୀ : ଛେପ ପକାଇଲେ ଗଣିବେ ତଣ୍ଡ

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଟ୍ରେନରେ ଯିବା ଆସିବା ସମୟରେ ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ ବୋଲି ସୋମବାର ଘୋଷଣା କରାଯାଇଛି।

ପୁରୀ ଠାରୁ ପଲାସା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହି ଟ୍ରେନ ପୁରୀରୁ ଅପରାହ୍ନ ୨ ଘଟିକାରେ ଛାଡି ପଲାସା ଅଭିମୁଖେ ଯାତ୍ରା କରିବ। ସେହିଭଳି ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜରକୁ ଆସନ୍ତାକାଲି ପାଇଁ ନୟାଗଡ଼ ଟାଉନକୁ ସମ୍ପ୍ରସାରିତ କରାଯିବ ଏବଂ ଏହା ଖୋର୍ଦ୍ଧା ରୋଡ଼ ଓ ନୟାଗଡ଼ ଟାଉନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଭାବେ ଚଳାଚଳ କରିବ ।

ଅନ୍ୟପକ୍ଷରେ ସ୍ୱଳ୍ପ ଦୂରଗାମୀ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ଅଣସଂରକ୍ଷିତ ସ୍ଲିପର କ୍ଲାସ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ଆହୁରି ୩ଟି ଟ୍ରେନରେ ଏହି ସୁବିଧା ପ୍ରଦାନ କରିଥିବା ନେଇ ଆଜି ଘୋଷଣା କରିଛନ୍ତି। ସ୍ୱଳ୍ପଦୂରଗାମୀ ଯାତ୍ରୀମାନେ ଆସନ୍ତା ଫେବୃୟାରି ମାସ ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସାଧାରଣ ଦ୍ୱିତୀୟ ଶ୍ରେଣୀଠାରୁ ମାତ୍ର ଅଳ୍ପ କିଛି ଅଧିକ ଦେୟ ଦେଇ ଆହୁରି ୩ଟି ଟ୍ରେନରେ ଅଣସଂରକ୍ଷିତ ସ୍ଲିପର କ୍ଲାସ ଯାତ୍ରା ସୁବିଧା ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe