ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ଏହି ନମ୍ବର ଜାଣିରଖିବା ଉଚିତ । ଯାହାକି ଆପଣଙ୍କର ଅସୁବିଧା ସମୟରେ ବହୁତ କାମରେ ଆସିପାରେ ।
ମହିଳା ହେଲ୍ପ ଲାଇନ
୧୮୨: ଏହି ନମ୍ବରଟି ଆରପିଏଫର ହେଲପଲାଇନ ନମ୍ବର । ଏହି ନମ୍ବରରେ ଆପଣ କଲ କରି କୌଣସି ବି ଅପରାଧ ସଂମ୍ବନ୍ଧିତ ଅଭିଯୋଗ କରିପାରିବେ ।
୧୫୧୨: ଜିଆରପି ର ଏହି ହେଲ୍ପଲାଇନ ନମ୍ବରରେ ଆପଣ କଲ କରି ନିଜ ପ୍ରତି ଘଙ୍କିବାକୁ ଯାଉଥିବା କୌଣସି ଅଘଟଣ ସଂପର୍କରେ ବି ଜଣାଇପାରିବେ ।
୧୩୮: ଏହି ନମ୍ବରଟି ମଧ୍ୟ ଜିଆରପିର କେ ହେଲ୍ପଲାଇନ ନମ୍ବର । ଏଥିରେ ଯାତ୍ରାଙ୍କ ସୁବିଧା ସଂପର୍କରେ ଫୋନ କରି ଜାଣିପାରିବେ ।
ଅନ୍ୟାନ୍ୟ ଟୋଲ ଫ୍ରି ନମ୍ବର
୯୭୧୭୬୩୦୯୮୨: ଏହି ନମ୍ବରରେ ଆପଣ ଏସଏମଏସ ଜରିଆରେ ନିଜର ଅଭିଯୋଗ ଜଣାଇପାରିବେ ।
୧୮୦୦୧୧୧୧୩୨୨: ଏହି ଟୋଲ ଫ୍ରି ନମ୍ବରରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଫୋନ କରିପାରିବେ ।
୧୮୦୦୧୧୧୩୨୧: ଖାଦ୍ୟପେୟରେ କୌଣସି ବି ଅସୁବିଧା ପାଇଁ ଆପଣ ଫୋନ କରି ଜାଣିପାରିବେ ।