ରେଳ ଧାରଣାରେ ଫାଟ ଥିଲେ ଇଞ୍ଜିନ କରିବ ଭବିଷ୍ୟବାଣୀ ! ଦୁର୍ଘଟଣା ହେବାରୁ ରୋକିବ ବିଆରଡି

27

ଟ୍ରେନରେ ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତ୍ରା କରିଥାନ୍ତି । ଅନ୍ୟପଟେ ଦେଶରେ ଦିନକୁ ଦିନ ରେଳ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି  ଅଷ୍ଟ୍ରେଲିୟା କମ୍ପାନୀ, ବ୍ରୋକନ ରେଲ ଡିଟେକ୍ସନ ସିଷ୍ଟମ (ବିଆରଡି) ନାମକ ଏକ ମେସିନର ଉଦ୍ଭାବନ କରିଛନ୍ତି । ଯାହା ଦ୍ୱାରା ରେଳ ଲାଇନରେ ଯଦି ପୂର୍ବରୁ କୌଣସି ଫାଟ ଥାଏ କିମ୍ବା ରେଳ କୌଣସି ଦୁର୍ଘଟଣାର ଶିକାର ହେବାକୁ ଯାଉଥାଏ ତେବେ ଏହି ମେସିନ ଏହାକୁ ବହୁ ପୂର୍ବରୁ ହିଁ ସଙ୍କେତ ଦେଇଦେବ । ଏହି ମେସିଟକୁ ସମସ୍ତ ରେଳ ଇଞ୍ଜିନରେ ବ୍ୟବହାର କରିବାକୁ ସରକାରଙ୍କ ତରଫରୁ ଯୋଜନା ଚାଲିଛି । ତେବେ ରେଳ ଇଂଜନରେ ବ୍ୟବହାର କରିବା ପୂର୍ବ ପ୍ରଥମେ ଏହାକୁ ପରୀକ୍ଷାମୂଳକ ଭାବେ ଗାଜିଆବାଦ, ମୁରାଦାବାଦ, ଲକ୍ଷ୍ନୌ ଆଦିର ରେଳ ଲାଇନକୁ ଚିହ୍ନଟ କରାଯାଇଛି ।

ସୂଚନା ଅନୁଯାୟୀ, ରେଳ ଲାଇନରେ ଫାଟ ସୃଷ୍ଟି ହେବା କାରଣରୁ ଦୁନିଆରେ ରେଳ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ରେଳ ପ୍ରଶାସନ ଦ୍ୱାରା ରେଳ ଲାଇନ ଗୁଡିକୁ ଭଲ ଭାବରେ ମରାମତି କରାଯାଇଥାଏ । ଏହା ପରେ ମଧ୍ୟ ରେଳ ଲାଇନରେ ଫାଟ ସୃଷ୍ଟି ହେବା ସହ ଦୁର୍ଘଟଣା ଘଟିଚାଲିଛି । ତେଣୁ ଏଥିପାଇଁ ବିଆରଡି ନାମକ ଏକ ଉପକରଣର ନିର୍ମାଣ କରାଯାଇଛି , ଯାହାକି ଦୁର୍ଘଟଣା ପୂର୍ବରୁ ଚାଳକଙ୍କୁ ସାବଧାନ କରିଦେବ ।
କିପରି କାମ କରିଥାଏ

ବିଆରଡି ଉପକରଣଟି ରେଳ ଇଞ୍ଜିନର ତଳେ ଲଗାଯିବ । ରେଳ ଲାଇନ ଦୁର୍ବଳ ଥଲେ , ରେଳ ଧାରଣାରେ ଫାଟ ସୃଷ୍ଟି ହେଲେ କିମ୍ବା ଅନ୍ୟ କୌଣସି ଦୁର୍ଘଟଣା ହେଲା ଭଳି ପରିସ୍ଥିତି ସୃଷ୍ଟି ହେଲେ ଏହି ଉପକରଣରେ ଲାଗିଥିବା ସେନସର ଏକ ମ୍ୟାଗ୍ନେଟିକ ତରଙ୍ଗ ସାହାଯ୍ୟରେ ସଚେତନ କରିଦେବ । ଯଦି କୌଣସି ଜାଗାରେ ରେଳ ଧାରଣାରେ ଫାଟ ହୋଇଛି କିମ୍ବା ଫାଟ ସୃଷ୍ଟି ହେବାକୁ ଯାଉଥାଏ ତେବେ ଏହି ଉପକରଣଟି ତୁରନ୍ତ ଚାଳକକୁ ସିଗନାଲ ଦେଇ ସତର୍କ କରିଦେବ । ଏବଂ ଚାଳକ ଏହାର ସୂଚନା ତକ୍ରାଳିନ କଣ୍ଟ୍ରୋଲରୁମକୁ ପଠାଇପାରିବେ । ଯାହା ଫଳରେ ଟ୍ରେନକୁ ଦୁର୍ଘଟଣାରୁ ରୋକାଯାଇ ପାରିବ ।