ଏଣିକି ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଚାହୁଁଥିବା ଯାତ୍ରୀ ମାନଙ୍କୁ ହେବନି କୌଣସି ଅସୁବିଧା । ଭୁବନେଶ୍ୱର, ଭଦ୍ରକ ଓ ଗୟା ଦେଇ ବିଶାଖାପାଟଣାରୁ ଆଲ୍ଲାବାଦ୍ ପର୍ଯ୍ୟନ୍ତ ଗଡିବ ସ୍ୱତନ୍ତ୍ର ଟ୍ରେନ୍ 

Advertisment
ଏଣିକି ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଚାହୁଁଥିବା ଯାତ୍ରୀ ମାନଙ୍କୁ ହେବନି କୌଣସି ଅସୁବିଧା । ଭୁବନେଶ୍ୱର, ଭଦ୍ରକ ଓ ଗୟା ଦେଇ ବିଶାଖାପାଟଣାରୁ ଆଲ୍ଲାବାଦ୍ ପର୍ଯ୍ୟନ୍ତ ଗଡିବ ସ୍ୱତନ୍ତ୍ର ଟ୍ରେନ୍ 
କନକ ବ୍ୟୁରୋ: ଦେଶର ପସିଦ୍ଧ ପର୍ୟ୍ୟଟନସ୍ଥଳୀଗୁଡ଼ିକୁ ଯାତ୍ରା କରିବା ପାଇଁ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଏକ ସ୍ବତନ୍ତ୍ର ଟ୍ରେନ୍ ଯାତାୟତ କରିବ। ବିଶାଖାପାଟଣାରୁ ଆଲ୍ଲାବାଦ୍ ପର୍ୟ୍ୟନ୍ତ ଯିବାକୁ ଥିବା ଏହି ଟ୍ରେନ୍ ଭୁବନେଶ୍ବର, ଭଦ୍ରକ ଓ ଗୟା ଦେଇ ଯିବ। ଟ୍ରେନ୍ରେ ଯାତ୍ରୀମାନଙ୍କର ମାତ୍ରାଧିକ ଭିଡ଼କୁ ଦୂରେଇବା ଉଦ୍ଦେଶ୍ୟରେ  ପୂର୍ବତଟ ରେଳବାଇ ପକ୍ଷରୁ ପ୍ରସିଦ୍ଧ ସ୍ଥାନଗୁଡ଼ିକୁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି।
ଯାତ୍ରୀମାନଙ୍କ ଦାବିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ବିଶାଖାପାଟଣାରୁ ଭୁବନେଶ୍ବର-ଭଦ୍ରକ-ଗୟା ଦେଇ ଆଲ୍ଲାବାଦକୁ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାର ନିଷ୍ପତ୍ତି ନେଇଛି। ନିୟମିତ ଯାଉଥିବା ଟ୍ରେନଗୁଡ଼ିକରେ ଟିକେଟ୍ ପାଇବାରେ ସମସ୍ୟା ଅନୁଭବ କରୁଥିଲେ ଯାତ୍ରୀମାନେ ଏହି ସ୍ବତନ୍ତ୍ର ଟ୍ରେନରେ ଯାତ୍ରା କରିପାରିବେ।
ଟ୍ରେନଟି  ବିଶାଖାପାଟଣାରୁ ବାହାରି  ବିଜୟନଗରମ, ଶ୍ରୀକାକୁଲମ ରୋଡ, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ, ଭୁବନେଶ୍ବର, ନରାଜ, ମାର୍ଥାପୁର, ଭଦ୍ରକ, ବାଲେଶ୍ବର, ହିଜିଳି, ମିଦନାପୁର, ବଙ୍କୁଡ଼ା, ଆଦ୍ରା, ଗୋମହ, କୋଡରମା, ଗୟା, ଶଶାରାମ, ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, ମିର୍ଜାପୁର ଦେଇ ଆଲ୍ଲାବାଦରେ ପହଞ୍ଚିବ। ଏହି ଟ୍ରେନ୍ ନଭେମ୍ବର ୨୬ ତାରିଖରୁ ଡିସେମ୍ବର ୧୦ ତାରିଖ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ୧୧.୫୦ରୁ ବିଶାଖାପାଟଣାରୁ ବାହାରି ସୁଭେନ୍ଦରଗଞ୍ଜ(ଆଲ୍ଲାବାଦ)ରେ ଗୁରୁବାର ୩.୩୦ରେ ପହଞ୍ଚିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe