ହାଇଦ୍ରାବାଦ-ହାୱଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ : ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଆଗଲା ନିଷ୍ପତ୍ତି

Advertisment
ସହଜରେ ମିଳିବ ତତ୍କାଳ ରେଳ ଟିକଟ । ଆଇଆରସିଟିସିରେ ରହିଛି ଏହି ଫିଚର । କେମିତି ପାଇବେ ଟିକେଟ ପଢନ୍ତୁ ...

କନକ ବ୍ୟୁରୋ : ହାଇଦ୍ରାବାଦ-ହାୱଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ହାଇଦ୍ରାବାଦ-ହାୱଡ଼ା ସ୍ୱତନ୍ତ୍ର ଟ୍ରେନ(୦୮୬୪୬) ଏପ୍ରିଲ ୩୦ ପର୍ଯ୍ୟନ୍ତ ହାଇଦ୍ରାବାଦରୁ ପ୍ରତିଦିନ ସକାଳ ୮ଟାରେ ଛାଡ଼ି ତା’ ପରଦିନ ଅପରାହ୍‌ଣ ୨ଟା ୪୦ରେ ହାଓଡ଼ାରେ ପହଞ୍ଚିବ । ସେହିପରି ଫେରିବା ମାର୍ଗରେ ହାୱଡ଼ା-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ(୦୮୬୪୫) ଏପ୍ରିଲ ୧୮ରୁ ମେ’୨ ଯାଏ ହାଓଡ଼ାରୁ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ଟା ୩୦ରେ ଛାଡ଼ି ହାଇଦ୍ରାବାଦରେ ତା’ ପରଦିନ ସନ୍ଧ୍ୟା ସାଢ଼େ ୫ଟାରେ ପହଞ୍ଚିବ । ଏହି ଟ୍ରେନ୍ ହାଇଦ୍ରାବାଦ ଓ ହାୱଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍‌ଗୁଡ଼ିକରେ ରହଣି କରିବାକୁ ଥିବା ବେଳେ ଏଥିରେ ଗୋଟିଏ ଏସି-୨ ଟାୟାର୍, ତିନିଟି ଏସି-୩ ଟାୟାର୍, ୧୨ଟି ସ୍ଲିପର୍ କ୍ଲାସ୍, ୩ଟି ସେକେଣ୍ଡ୍ କ୍ଲାସ୍ ସିଟିଙ୍ଗ୍‌, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଓ ଗୋଟିଏ ପାର୍ସଲ୍ ଭ୍ୟାନ ଉପଲବ୍ଧ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe