ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ତଥା ଟ୍ରାଇ ପକ୍ଷରୁ ଦେଶର ସମସ୍ତ କେବୁଲ , ଟିଭି ଉପଭୋକ୍ତାଙ୍କୁ ଭରସା ଦେଇଛି କି, ୨୯ ଡିସେମ୍ବରରୁ ଆପଣଙ୍କର ଟେଲିଭିଜନ ବ୍ଲାକ୍ ଆଉଟ୍ ହେବ ନାହିଁ ଆଉ ପୂର୍ବ ଭଳି ହିଁ ସମସ୍ତ ଚ୍ୟାନେଲ ଉପଭୋକ୍ତାଙ୍କ ଟିଭିରେ ଆସିବ । କାରଣ ଉଭୟ କେବୁଲ ଟିଭି ଏବଂ ଡିଟିଏଚ ସେବାର ନୂଆ ଯୋଜନାରେ ସିଫ୍ଟ ହେବା ପାଇଁ ଉପଭୋକ୍ତାଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବ । ଟ୍ରାଇ ତରଫରୁ ସମସ୍ତ ଡିଚିଏଚ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ଆଶ୍ୱସ୍ତ କରିବାକୁ କହିଛି କି, ୨୯ ଡିସେମ୍ବର ପରେ ବି ସବୁ ଚ୍ୟାନେଲ ଉପଭୋକ୍ତାଙ୍କ ଟିଭିରେ ଜାରି ରଖିବାକୁ ।
ଟ୍ରାଇ ତରଫରୁ କୁହାଯାଇଛି କି, କିଛିଦିନ ହେଲା ଟେଲିଭିଜନରେ ଦେଶର ପ୍ରମୁଖ ପ୍ରସାରଣକାରୀ ସଂସ୍ଥାଗୁଡିକ ନିଜର ସବୁ ଚ୍ୟାନେଲର ଅଲଗା ଅଲଗା ଦର ନିର୍ଦ୍ଧାରଣ କରିଛନ୍ତି । ଏ ସମ୍ପର୍କରେ ଟିଭି ସ୍କ୍ରିନରେ ସୂଚନା ମଧ୍ୟ ଦିଆଯାଉଛି । ଫଳରେ କେଉଁ ଚ୍ୟାନେଲର ଦାମ କେତେ ତାହା ଗ୍ରାହକମାନେ ଜାଣିପାରିବେ । ଏଥିସହିତ ହିଁ ଏହି ସବୁ ଚ୍ୟାନେଲକୁ ଦେଖିବା ପାଇଁ ୨୯ ଡିସେମ୍ବର ପୂର୍ବରୁ ନିଜ ନିଜ ଅପରେଟର୍ସଙ୍କ ଯୋଗାଯୋଗ କରିବାକୁ ହେବ । ନଚେତ ଆପଣ ଏହି ଚ୍ୟାନେଲ ଦେଖିପାରିବେ ନାହିଁ ବୋଲି ଲୋକଙ୍କୁ ଭୟଭୀତ କରାଯାଉଛି । ଯାହା ଦ୍ୱାରା ଲୋକଙ୍କୁ ଲାଗୁଛି କି, ଯଦି ସେମାନେ ନିଜ କେବୁଲ ଅପରେଟର୍ସ ତଥା ଡିଟିଏଚ ପ୍ରଦାନକାରୀ କଂପାନୀମାନଙ୍କ ସହ ଯୋଗାଯୋଗ ନକରନ୍ତି ତେବେ ତାଙ୍କ ଟିଭି ୨୯ ଡିସେମ୍ବରରୁ ବ୍ଲାକ୍ ଆଉଟ୍ ହୋଇଯିବ ।
ତେଣୁ ଏହାକୁ ଦୃଷ୍ଟିରେ ରଖି ଟ୍ରାଇ ପକ୍ଷରୁ ଗତ ବୁଧବାର ଏକ ଅଧିସୂଚନା ଜାରି କରାଯାଇ ସମସ୍ତ ଉପଭୋକ୍ତାଙ୍କୁ ନିଶ୍ଚିନ୍ତରେ ରହିବାକୁ ଭରସା ଦିଆଯାଇଛି । ଟ୍ରାଇ କହିଛି କି ନୂଆ ଯୋଜନା ଅନୁସାରେ ନିଜ ଚ୍ୟାନେଲର ଚୟନ କରିବା ପାଇଁ ଉପଭୋକ୍ତାଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବ । ଏବଂ ଟ୍ରାଇ ଏହି କାମ ପାଇଁ ପୃଥକ ଭାବେ ସମୟ ସୀମା ନିର୍ଧାରଣ କରାଯିବ ବୋଲି ଏଥିରେ ସ୍ପଷ୍ଟ କରି କହିଛି ।
ନୂଆ ଯୋଜନା ଅନୁସାରେ, ସମସ୍ତ ଉପଭୋକ୍ତାଙ୍କ ନିକଟରେ ନିଜ ଇଚ୍ଛା ଅନୁସାରେ ଚ୍ୟାନେଲ ଚୟନ କରିବାର ଅଧିକାର ରହିବ ଏବଂ ଅପରେଟର୍ସ ସେମାନଙ୍କଠାରୁ ସେହି ଚ୍ୟାନେଲ ମୁତାବକ ଶୁଳ୍କ ନିଆଯିବ । ବର୍ତ୍ତମାନ ଟିଭି ଉପଭୋକ୍ତାଙ୍କୁ ଅନେକ ଏଭଳି ଚ୍ୟାନେଲ ବି ନେବାକୁ ପଡୁଛି ଯାହାର ଆବଶ୍ୟକତା ତାଙ୍କର ନାହିଁ , ହେଲେ ପ୍ୟାକେଜରେ ସାମିଲ ହେବା କାରଣରୁ ତାଙ୍କୁ ଏଭଳି କରିବାକୁ ପଡୁଛି । ତେଣୁ ନୂଆ ଯୋଜନା ଲାଗୁ ହେବା ଦ୍ୱାରା ଉପଭୋକ୍ତା ପୂର୍ବପେକ୍ଷା ଅଧା ଦାମରେ ନିଜ ମନ ପସନ୍ଦର ଚ୍ୟାନେଲ ଦେଖିପାରିବେ ।
ଏଠାରେ ଆମେ କହି ରଖୁଛୁ କି, କେବୁଲ ଓ ଡିଟିଏଚ ସେବା ପାଇଁ ମାସ ଏକ ନିର୍ଦିଷ୍ଟ ପରିମାଣର ବିଲ ଦେବାକୁ ପଡୁଥିଲା । କିନ୍ତୁ ନୂଆ ନିୟମ ଲାଗୁ ହେବା ଦ୍ୱାରା ପ୍ରତି ଚ୍ୟାନେଲ ପାଇଁ ଅଲଗା ଅଲଗା ଦାମ ଗଣିବାକୁ ପଡିବ । ଟିଭି ଉପଭୋକ୍ତାମାନଙ୍କୁ ପ୍ରଥମେ ଶହେଟି ଚ୍ୟାନେଲ ପାଇଁ ୧୩୦ ଟଙ୍କା ସହିତ ଟିକସ ଦେବାକୁ ପଡିବ । କିନ୍ତୁ ଲୋକପ୍ରିୟ ଚ୍ୟାନେଲଗୁଡିକୁ ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ ଚୟନ କରିବେ । ସେହି ଅନୁସାରେ ଗ୍ରାହକଙ୍କୁ ପେମେଂଟ କରିବାକୁ ପଡିବ ।