ୟାମାହା ଲଂଚ କଲା ୩ ଚକିଆ ବାଇକ୍ ! ରହିଛି ଜବରଦସ୍ତ ଫିଚର

52

ଟୋକିଓ ମୋଟର ଶୋ’ ୨୦୧୭ରେ ୟାମାହା ନିଜର କଳ୍ପନା ଆଧାରିତ ମଡେଲର ଯାନ ପ୍ରଦର୍ଶନ କରିଥିଲା । ଯେଉଁଥିରୁ ଗୋଟିଏ ହେଲା ୟାମାହା ନିକେନ । ଯାହାକି ୩ଚକିଆ ବିଶିଷ୍ଟ ଥିଲା । ତେବେ ଏହି ୩ଚକିଆ ସ୍ପୋର୍ଟ୍ସ ବାଇକଟି ଏଲଏମଡବ୍ଲୁ ଟେକ୍ନୋଲୋଜି ସହ ଜଡିତ ରହିଛି । ଏଲଏମଡବ୍ଲୁ ଅର୍ଥ ମଲ୍ଟି ହ୍ୱିଲ ଟେକ୍ନୋଲୋଜି, ଏହା ଏଭଳି ଏକ ଟେକ୍ନୋଲୋଜି ଯାହାଦ୍ୱାରା କି ବାଇକ ଦୃଢ ରହିଥାଏ । ଏଥିସହିତ ଦ୍ରୁତ ବେଗରେ ଥିବା ଗାଡିକୁ କନଂଟ୍ରୋଲ କରିବା ସହ ଗାଡିର ସନ୍ତୁଳନ ବି ବିଗିଡିରେ ରକ୍ଷା କରିଥାଏ ।

ଏହି ଯାନର ଆଗ ରେ ଦୁଇଟି ଏବଂ ପଛରେ ଗୋଟିଏ ଚକା ରହିଛି । ୩ଚକା ବିଶିଷ୍ଟ ଏହି ବାଇକ ଆଗରୁ ସାମନାକୁ ଆସିଥିଲେ ମଧ୍ୟ ନିକେନରେ ଦିଆଯାଇଥିବା ଲିନ୍ ଫଂକ୍ସନ ଅନ୍ୟ ବାଇକ ତୁଳନାରେ ବହୁତ ଅଲଗା ରହିଛି । ତେବେ ଏହି ବାଇକର ଆଗରେ ଲାଗିଥିବା ଚକଟି ୧୫ଇଂଚର ରହିଛି ।

ୟାମାହା ନିକେନରେ ଲିକ୍ୱିଡ-କୁଲ୍ଡ, ଫ୍ୟୁଲ ଇଞ୍ଜେକ୍ଟେଡ, ଡିଓଏଚସୀ, ଫୋର-ବଲ୍ୱ, ଇନ୍ ଲାଇନ ଟ୍ରିପଲ ଇଂଜିନ ଦିଆଯାଇଛି । ୩ସିଲିଣ୍ଡର ବିଶିଷ୍ଟ ଏହି ଇଂଜିନର ପାୱାର ୮୪୭ସିସି ଯାହାକି ୟାମାହା ଏମଟି-୦୯ରୁ ନିଆଯାଇଛି । ଏହା କମ୍ପାନୀର ପ୍ରଥମ ପ୍ରଡକ୍ସନ ମଡେଲ ଅଟେ । ଯଦିଓ ଏହି ବାଇକ ସଂପର୍କରେ କୌଣସି ଅଧିକ ତଥ୍ୟ ମିଳିପାରନାହିଁ । ତେବେ କିଛି ବିଶେଷ ସୂତ୍ରରୁ ଯାହା ଜାଣିବାକୁ ମିଳିଛି ଆସନ୍ତା ବର୍ଷ ଏହା ବଜାରକୁ ଆସିପାରେ । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ୍ ଦାମ ସଂପର୍କରେ କି କୌଣସି ସୂଚନା ମିଳିପାରିନି ।