ଏଣିକି କ୍ଷେତରେ ଫଳିବ ଟାୟାର ! ଟମାଟୋ ଏବଂ ଅଣ୍ଡାରେ ତିଆରି ହେବ ବିଭିନ୍ନ ଗାଡିର ଚକା

Advertisment
ଏଣିକି କ୍ଷେତରେ ଫଳିବ ଟାୟାର ! ଟମାଟୋ ଏବଂ ଅଣ୍ଡାରେ ତିଆରି ହେବ ବିଭିନ୍ନ ଗାଡିର ଚକା

ଭବିଷ୍ୟତରେ ବିଭିନ୍ନ ଯାନବାହନରେ ଲାଗୁଥିବା ଟାୟାରର ତିଆରି ଫ୍ୟାକ୍ଟ୍ରି ପରିବର୍ତ୍ତେ କ୍ଷେତରୁ ବାହାରି ପାରେ । ଗବେଷକଙ୍କ ମତରେ ପେଟ୍ରୋଲିୟମ ଉତ୍ପାଦରୁ ତିଆରି ହୋଇଥିବା ପଦାର୍ଥ ସ୍ଥାନରେ ଟମାଟୋ ଚୋପା ଏବଂ ଅଣ୍ଡା ଖୋଳରେ ଟାୟାର ପ୍ରସ୍ତୁତ ପାଇଁ ଏକ ନୂଆ କୌଶଳ ବିକଶିତ କରାଯାଉଛି ।

ସୂଚନା ଅନୁସାରେ, ଆମେରିକାର ଏକ ଜଣାଶୁଣା ୟୁନିଭର୍ସିଟି’ର କିଛି ଗବେଷକମାନେ ଏଭଳି ଖାଦ୍ୟ ପଦାର୍ଥର ସନ୍ଧାନ କରିଛନ୍ତି ଯାହା ଟାୟାର ନିର୍ମାଣ କ୍ଷେତ୍ରରେ ବହୁ ସମୟ ଧରି ବ୍ୟବହାର କରାଯାଉଥିବା ପେଟ୍ରୋଲ ଚାଳିତ ତଥା ଉତ୍ପାଦରେ ତିଆରି ହୋଇଥିବା ପଦାର୍ଥର ସ୍ଥାନ ନେଇପାରିବ । ଯାହା ଦ୍ୱାରା ନୂଆ ଟେକନିକରେ ରବର ଉତ୍ପାଦଗୁଡିକର ନିର୍ମାଣ ଏବଂ ଦୀର୍ଘ ସମୟ ପାଇଁ ବ୍ୟବହାରକ୍ଷମ ହୋଇପାରିବ ।

ତେବେ ଗବେଷକଙ୍କ ମତ ଅନୁସାରେ, ଗୋଟେ ଟାୟରରେ ପାଖାପାଖି ୩୦ ପ୍ରତିଶତ କାର୍ବନ ବ୍ଲେକ ରହିଥାଏ । ଏବଂ ଏହା କାରଣରୁ ଟାୟାରର ରଙ୍ଗ ସାଧାରଣତଃ କଳା ଦେଖାଦେଇଥାଏ । ଆଉ ପେଟ୍ରୋରର ଦର ବୃଦ୍ଧି ହେବା ଦ୍ୱାରା ଏହାର ଦର ମଧ୍ୟ ବୃଦ୍ଧି ପାଇଥାଏ । ଗବେଷକମାନେ ଆଉ ମଧ୍ୟ ମତ ଦେଇଛନ୍ତି କି ଟାୟାର ଉଦ୍ୟୋଗ ବହୁତ ତୀବ୍ର ରୂପେରେ ବୃଦ୍ଧି ପାଇବାରେ ଲାଗିଛି ଆଉ ଏଥିପାଇଁ ଆମକୁ କେବଳ ପ୍ରାକୃତିକ ରବରର ହିଁ ଆବଶ୍ୟକତା ରହିଛି ତାହା ନୁହେଁ ବରଂ ପେଟ୍ରୋଲଦ୍ୱାରା ଉତ୍ପାଦିତ ପଦାର୍ଥର ମଧ୍ୟ ଆବଶ୍ୟକତା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe