୧୩ ବର୍ଷରୁ କମ ବୟସର ପିଲା ଫେସବୁକ୍ ଆକାଉଂଟ ବନାଇବା ଆଇନଗତ ଅପରାଧ ! ସୋସିଆଲ ମିଡିଆ ବ୍ୟବହାର କରିବାକୁ ଅନୁମତି ଦେବା ପୂର୍ବରୁ ଜାଣି ରଖନ୍ତୁ କଣ ରହିଛି ନିୟମ

45

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି । ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ କରିବାରେ ଲାଗିଛନ୍ତି । କେହି କେହି ଏହାକୁ ନିଜ ଜ୍ଞାନର ପରିସରକୁ ବଢାଇବାକୁ ବ୍ୟବହାର କରୁଥିବା ତ କେହି ସୋସିଆଲ ମିଡିଆକୁ ମଉଜମସ୍ତି ପାଇଁ ବ୍ୟବହାର କରୁଛନ୍ତି । ହେଲେ ମୁଖ୍ୟ କଥା ହେଲା ଏହା ଦ୍ୱାରା ଅପରାଧୀକ ମାମଲା ବେଶି ବୃଦ୍ଧି ପାଉଛି । ତେଣୁ ବିଭିନ୍ନ ସାଇବର କ୍ରାଇମରୁ ଦୁରେଇ ରହିବା ପାଇଁ କିଛି ନିର୍ଦ୍ଦେଶାବଳୀ ମଧ୍ୟ ରହିଛି । ବିଶେଷ କରି ଛୋଟ ପିଲାଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଯାହାକୁ ପ୍ରତ୍ୟେକ ଅଭିଭାବକ ଜାଣି ରଖିବା ଉଚିତ । ଯଦି ଆପଣଙ୍କ ପିଲା ବି ସୋସିଆଲ ମିଡିଆରେ ଆକ୍ଟିଭ ଅଛନ୍ତି, କିମ୍ବା ଆକାଉଂଟ ଖୋଲିଛନ୍ତି ତେବେ ତାଙ୍କୁ ଏଭଳି କରିବାକୁ ପ୍ରଶୟ ହେବା ପୂର୍ବରୁ ଏହା ସହ ଜଡିତ ନିୟମକାନୁନ ସଂପର୍କରେ ଜାଣି ରଖିବା ଦରକାର ।

ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, କୌଣସି ବି ପିଲା ୧୩ ବର୍ଷ ବୟସରୁ ନିଜର ଫେସବୁକ୍ ପ୍ରୋଫାଇଲ, ୧୬ ବର୍ଷ ପରେ ହ୍ୱାଟସଆପ ଏବଂ ୧୮ ବର୍ଷ ପରେ ଇ-ମେଲ ଆଇଡି ବନାଇପାରିବେ । ଏହାପୂର୍ବରୁ କୌଣସି ବି ପିଲା ନିଜର ଫେସବୁକ ଆକାଉଂଟ, ହ୍ୱାଟସଆପ ଆକାଉଂଟ କିମ୍ବା ଇ-ମେଲ ଆଇଡି ବନାଏ ତେବେ ଏହା ଆଇନଗତ ଅପରାଧ ହେବ ।

ସାଇବର କ୍ରାଇମରୁ ପିଲାଙ୍କୁ ଦୂରେଇ ରଖିବେ କିପରି?

• କୌଣସି ଅଜଣା କିମ୍ବା ଅଚିହ୍ନା ବ୍ୟକ୍ତିଙ୍କ ପାଖରେ ଅନଲାଇନ ବ୍ୟକ୍ତିଗତ ସୂଚନା, ପାସୱାର୍ଡ ଏବଂ ଇ-ମେଲ ସମ୍ବନ୍ଧିତ ସୂଚନା ଆଲୋଚନା କରନ୍ତୁ ନାହିଁ ।

• ଷ୍ଟୁଡେଂଟ ସୋସିଆଲ ସାଇଟରେ ନିଜର ବ୍ୟକ୍ତିଗତ ଫଟୋ ପୋଷ୍ଟ କରିବାକୁ ପିଲାଙ୍କୁ ମନା କରନ୍ତୁ ।

• ଅଜଣା ବ୍ୟକ୍ତିଙ୍କ ଇ-ମେଲର ଉତର କିମ୍ବା କୌଣସି ଅଜଣା ଓପନିଂ ପୋଲ କିମ୍ବା କୌଣସି ଅଜଣା ସାଇଟର କୁଇଜ୍ ପ୍ରତିଯୋଗୀତାରେ ଭାଗ ନେବାକୁ ପିଲାଙ୍କୁ ମନା କରନ୍ତୁ ।

• ଖାଲି ଅଭିଭାବକ ନୁହଁନ୍ତି ବରଂ ଶିକ୍ଷକ ବି ପିଲାଙ୍କ ଉପରେ ନଜର ରଖିବା ଉଚିତ । ପିଲାଙ୍କୁ ବିଭିନ୍ନ ସାଇବର ଅପରାଧିକ ଘଟଣା ସଂପର୍କରେ ସଚେତନ କରିବା ଉଚିତ ।

• ସମୟ ସମୟରେ ଅଭିଭାବକମାନେ ନିଜ ପିଲାଙ୍କୁ ସେମାନଙ୍କ ଅନଲାଇନ ବନ୍ଧୁଙ୍କ ସଂପର୍କରେ ପଚାରି ବୁଝିବା ଉଚିତ । ପିଲାଙ୍କ ସହ କଥା ହେଉଥିବା ବନ୍ଧୁମାନଙ୍କ ସହ ବାପାମାଆ ବି କଥା ହେବା ଉଚିତ । ଯାହାଦ୍ୱାରା ପିଲାଙ୍କ ଉପରେ ଆପଣ ନଜର ରଖିପାରିବେ ।

• ସେହିପରି ପିଲାମାନେ ଭିଜିଟ୍ କରୁଥିବା ସାଇଟଗୁଡିକୁ ବି ଅଭିଭାବକମାନେ ଚେକ୍ କରିବା ଉଚିତ ।