ଆପଣଙ୍କ ମୋବାଇଲରେ ଦେଖାଦେଉଛି କି ଏଭଳି କିଛି ସମସ୍ୟା ? ତେବେ ହୋଇ ଯାଆନ୍ତୁ ସାବଧାନ । କାରଣ କୌଣସି ବି ମୁହୂର୍ତ୍ତରେ ଫାଟିପାରେ ଆପଣଙ୍କ ଫୋନ

ଆପଣଙ୍କ ମୋବାଇଲରେ ଦେଖାଦେଉଛି କି ଏଭଳି କିଛି ସମସ୍ୟା ? ତେବେ ହୋଇ ଯାଆନ୍ତୁ ସାବଧାନ । କାରଣ କୌଣସି ବି ମୁହୂର୍ତ୍ତରେ ଫାଟିପାରେ ଆପଣଙ୍କ ଫୋନ

Source:Beforeworks

ନିକଟରେ ବିସ୍ଫୋରଣ କାରଣରୁ ସ୍ମାର୍ଟଫୋନରେ ନିଆଁ ଲାଗିଯିବା ଖବର ସାମ୍ନାକୁ ଆସିଥିଲା । ଯେଉଁଥିରେ ସାମସଙ୍ଗ, ଆଇଫୋନ ଏବଂ ସାଓମୀ ଭଳି ବଡ ବଡ କଂପାନୀ ସମେତ ଜିଓ ଫୋନରେ ବି ନିଆଁ ଲାଗିଯିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲା । ହେଲେ ଏଭଳି ପରିସ୍ଥିତିରେ ଏକ ବହୁତ ବଡ ପ୍ରଶ୍ନ ସୃଷ୍ଟି ହୋଇଛି କି ବାସ୍ତବରେ କିପରି ଜାଣି ହେବକି ଫୋନଟି ଫାଟିବାକୁ ଯାଉଛି କିମ୍ବା ସେଥିରେ ନିଆଁ ଲାଗିବାକୁ ଯାଉଛି । ତେବେ ଜାଣନ୍ତୁ ଫୋନରେ ନିଆଁ ଲାଗିବାର ୫ଟି ମୁଖ୍ୟ କାରଣ ।

ଫୋନ ଅଧିକ ଗରମ ହେବା

ଯଦି ଆପଣଙ୍କର ଫୋନ ବାରମ୍ବାର ଗରମ ହେଉଛି ତେବେ ବିଳମ୍ବ ନକରି ତୁରନ୍ତ ମୋବାଇଲଟିକୁ ସର୍ଭିସ ସେଂଟରକୁ ନିଅନ୍ତୁ । କାରଣ ଅନେକ ରିପୋର୍ଟରେ ସାମ୍ନାକୁ ଆସିଛି କି, ଫାଟିବା ପୂର୍ବରୁ ସ୍ମାର୍ଟଫୋନ ଗରମ ହୋଇଯାଏ କିମ୍ବା ଗରମ ହୋଇଥିବା ସ୍ମାର୍ଟଫୋନର ହିଁ ଫାଟିବାର ସମ୍ଭାବନା ଅଧିକ ରହିଛି ।

ବ୍ୟାଟେରୀ ଫୁଲିଯିବା

ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କର ଫୋନର ବ୍ୟାଟେରୀ ଫୁଲି ଯାଇଛି କିମ୍ବା ଫୋନର ବ୍ୟାକ୍ ପ୍ୟାନେଲ ଉପରେ କୌଣସି ପରିବର୍ତ୍ତନ ଦେଖାଯାଉଛି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ କୌଣସି ବି ମୁହୂର୍ତ୍ତରେ ବ୍ୟାଟେରୀ ଫାଟିବାର ସମ୍ଭାବନା ବହୁତ ଅଧିକ ରହିଛି ।

ଫୋନକୁ ତଳେ ପଡିବାରୁ ବଂଚାନ୍ତୁ

ଫୋନ ବାରମ୍ବାର ତଳେ ପଡିବା ଦ୍ୱାରା ବି ବ୍ୟାଟେରୀ ଡ୍ୟାମେଜ ହୋଇଯାଇଥାଏ ଏବଂ ତାପରେ ସେଥିରେ ନିଆଁ ଲାଗିପାରେ । ଏଭଳି ପରିସ୍ଥିତିରେ ନିଜ ଫୋନର ଧ୍ୟାନ ରଖନ୍ତୁ ଏବଂ ତାକୁ ପଡିବାରୁ ଦିଅନ୍ତୁ ନାହିଁ ।

ଗରମ ଥିବା ସ୍ଥାନରେ ଫୋନକୁ ଚାର୍ଜ କରନ୍ତୁ ନାହିଁ

ଫୋନକୁ ସବୁବେଳେ କମ ତାପମାନ ଦ୍ୱାରା ହିଁ ଚାର୍ଜ କରନ୍ତୁ । କାହିଁକି ନା, ଚାର୍ଜିଂ ସମୟରେ ଫୋନ ଏମିତିରେ ବି ଟିକିଏ ଗରମ ହୋଇଯାଏ । ତେବେ ଫ୍ରିଜ ଉପରେ ଫୋନକୁ ରଖି କେବେ ବି ଚାର୍ଜ କରନ୍ତୁ ନାହିଁ । ଚାର୍ଜିଂ ସମୟରେ ଆପଣଙ୍କୁ ଚାର୍ଜ ସ୍ଥାନ ଉପରେ ବି ଗୁରୁତ୍ୱ ଦେବାକୁ ପଡିବ ।

ପାଣିରେ ପଡିବା କ୍ଷଣି ତୁରନ୍ତ ମେକାନିକକୁ ଦେଖାନ୍ତୁ

ଅଧିକାଂଶ ସମୟରେ କୌଣସି କାରଣରୁ ଫୋନଟି ପାଣିରେ ପଡିଯିବା ଦ୍ୱାରା ଆମେ ତାକୁ କୌଣସି ସର୍ଭିସ ସେଂଟର ନନେଇ ନିଜେ ନିଜେ ମେକାନିକ୍ ସାଜି ତାକୁ ଠିକ୍ କରିବାରେ ଲାଗିପଡନ୍ତି ଯାହା କି କରିବା ଆଦୌ ଠିକ୍ ନୁହେଁ । କାରଣ ପାଣିରେ ପଡିବା ପରେ ଫୋନରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ, ଏପରିକି ବ୍ୟାଟେରୀରେ ସର୍ଟ ସର୍କିଟ ମଧ୍ୟ ହେବାର ସମ୍ଭାବନା ରହିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe