ହଜିଗଲା ପ୍ରଧାନମନ୍ତ୍ରୀଙ୍କ ଅଚ୍ଛେ ଦିନର ପ୍ରତିଶ୍ରୁତି ! ମୋଦିଙ୍କର କେତୋଟି ଭୁଲ ପାଇଁ ଅଧାରେ ରହିଗଲା ସାଧାରଣ ଜନତାଙ୍କର ଭାଗ୍ୟ

64

ଯଦିଓ କେନ୍ଦ୍ରରେ ବର୍ତ୍ତମାନ ଏନଡିଏ ସରକାରଙ୍କର ଶାସନ ଚାଲିଛି, ହେଲେ ବାସ୍ତବରେ ଏକ ଅଚ୍ଛେ ଦିନ(ଭଲ ଦିନ)ର ଅପେକ୍ଷାରେ ରହିଛନ୍ତି ଜନତା । କାରଣ, ୨୦୧୪ରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଏବଂ ନରେନ୍ଦ୍ର ମୋଦି ଗୁଜୁରାଟ ଭଳି ଦେଶକୁ ମଡେଲ କରିବା ପାଇଁ ବାହାସ୍ପଟ ମାରିଥିଲେ । ଲୋକଙ୍କୁ ବିଶ୍ୱାସ ଦେଇଥିଲେ କି, ସେ ସାରା ଦେଶକୁ ଗୁଜୁରାଟ ଭଳି ବିକାଶ କରିବାକୁ ଚାହୁଁଛନ୍ତି ଆଉ ଏହାକୁ ଦୃଷ୍ଟିରେ ରଖି ସାଧାରଣ ଜନତା ତାଙ୍କୁ ଏକ ସୁଯୋଗ ଦେଇଥିଲେ ଓ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇଦେଇଥିଲେ ।

ତେବେ ଚାହୁଁ ଚାହୁଁ ମୋଦି ସରକାରଙ୍କର ତିନି ବର୍ଷ ପୁରିଯିବା ପରେ ବି ମୋଦିଙ୍କ ଅଚ୍ଛେ ଦିନ ପ୍ରତିଶ୍ରୁତି ପୁରଣ ହେବା ତ ଦୁରର କଥା ଭଲ ଦିନର କୌଣସି ବି ଚିହ୍ନବର୍ଣ୍ଣ ଦେଖିବାକୁ ମିଳିପାରିନି । ମୋଦିଙ୍କ ଅଚ୍ଛେ ଦିନର କଥା ଖାଲି ଏକ କଥା ଭାଷଣ ହୋଇ ରହିଯାଇଛି ଯାହାକି କେବେ କାର୍ଯ୍ୟାକାରୀ ହେବାରେ ଅସଫଳ ହୋଇଛି ।

ଯେଉଁସବୁ ପ୍ରସଙ୍ଗକୁ ନେଇ ମୋଦି ବଡ ବଡ କଥା ଏବଂ ସକରାତ୍ମକ ସ୍ତରରେ ଉପସ୍ଥାପନା କରିଥିଲେ ତାହା ବର୍ତ୍ତମାନ ତାଙ୍କ ପାଇଁ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ତେବେ ଆସନ୍ତୁ ଜାଣିବା କେନ୍ଦ୍ର ସରକାରଙ୍କର କେତୋଟି ଭୁଲ ସଂପର୍କରେ ଯେଉଁଥି ପାଇଁ ମୋଦି ଦେଶରେ ଅଚ୍ଛେ ଦିନ ଆଣିବାରେ ଅସଫଳ ହୋଇଛନ୍ତି ।

ବିମୁଦ୍ରାକରଣ

ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରାଳୟର ମିଳିତ ଉଦ୍ୟମରେ କରାଯାଇଥିବା ବିମୁଦ୍ରାକରଣ ଭଳି ମହାନ ପଦକ୍ଷେପ ଏବେ ସାଧାରଣ ଜନତାଙ୍କ ପାଇଁ କାଳ ପାଲଟିଯାଇଛି । ଦେଶର ଆର୍ଥିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ତଥା କଳାଧନ ଏବଂ ଆତଙ୍କବାଦୀଙ୍କ କାର୍ଯ୍ୟାକଳାପକୁ ରୋକିବା ଉର୍ଦ୍ଦେଶ୍ୟରେ ନିଆଯାଇଥିବା ନୋଟବନ୍ଦୀ ଭଳି କଠୋର ନିଷ୍ପତି ଏବେ ଏକ ବଡ ସମସ୍ୟା ହୋଇ ଉଭା ହୋଇଛି । ତେବେ ବିନା କୌଣସି ଯୋଜନା ବା ପ୍ରସ୍ତୁତିରେ ୮ ନଭେମ୍ବର, ୨୦୧୬ରେ ଘୋଷଣା କରାଗଲା କି ମଧ୍ୟରାତ୍ରିରୁ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିଦିଆଯିବ । ଆଉ ଏହି ସମୟରେ ସରକାରଙ୍କର ଯୁକ୍ତି ରହିଥିଲା କି ଏହାଦ୍ୱାରା କେବଳ କଳାଧନ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକା ଯାଇପାରିବ । ଯାହାକି ଏବେବି ଅସଫଳ ହୋଇଛି ।

୩୦ ଅଗଷ୍ଟ, ୨୦୧୭ରେ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରେ ଦର୍ଶାଯାଇଥିଲା କି, ପାଖାପାଖି ୯୯ ପ୍ରତିଶତ ଟଙ୍କା (୫୦୦ ଓ ୧୦୦୦ ଟଙ୍କିଆ ନୋଟ) ଏକ୍ସଚେଂଜ ବା ଫେରସ୍ତ ହୋଇଛି । ଯାହାର ଅର୍ଥ ଏହା ହେଲେ କି, ବ୍ଲାକ ମନି ରଖିଥିବା ଲୋକେ ମଧ୍ୟ ଏଥିରେ ନିଜର ଟଙ୍କାକୁ କଳାରୁ ଧଳା କରିବାରେ ସଫଳ ହୋଇପାରିଛନ୍ତି । ଖାଲି ସେତିକି ନୁହେଁ , ଅର୍ଥିକ କ୍ଷେତ୍ରରେ ବି ଏଥିଯୋଗୁଁ ଦୁଇ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ତେବେ ଏହା ୭.୫ ପ୍ରତିଶତ ରୁ କମି ୫.୭ ହୋଇଯାଇଥିଲା ।

ସ୍ମୃତି ଇରାନିଙ୍କୁ ମାନବ ସମ୍ଭଳ ମନ୍ତ୍ରୀ କରିବା

ମୋଦି ସରକାରଙ୍କ ଆଉ ଏକ ବଡ ଭୁଲ ରହିଥିଲା ସ୍ମୃତି ଇରାନିଙ୍କୁ ମାନବ ସମ୍ଭଳ ଏବଂ ବିକାଶ ମନ୍ତ୍ରାଳୟର ଦାୟିତ୍ୱ ଭାର ଅର୍ପଣ କରିବା । କାରଣ ନା ଖୋଦ ସ୍ମୃତି ଇରାନି ନିଜର ପାଠପଢାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଘେରରେ ରହିଆସୁଛନ୍ତି । ଏନେଇ ସ୍ମୃତିଙ୍କର ଦାବି ରହିଛି କି, ତାଙ୍କ ନିକଟରେ ୟୁନିଭର୍ସିଟିର ଡିଗ୍ରୀ ରହିଛି । ଯେବେକି ୟୁନିଭର୍ସିଟି ସ୍ପଷ୍ଟ କରିଥିଲା କି, ସ୍ମୃତି ୨୦୧୩ରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ମାତ୍ର ଗୋଟିଏ ସପ୍ତାହ ପାଇଁ ସାମିଲ ହୋଇଥିଲେ ବୋଲି । ତେବେ ଶିକ୍ଷାଗତଯୋଗ୍ୟତା ବ୍ୟତୀତ ସ୍ମୃତି ବିଭିନ୍ନ ବିବାଦ ଘେରରେ ମଧ୍ୟ ରହିସାରିଛନ୍ତି । ଆଇଆଇଟି ଏବଂ ଅନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କର ନିର୍ଦ୍ଦେଶକଙ୍କର ଇସ୍ତଫାକୁ ନେଇ ନିଜର କାର୍ଯ୍ୟକାଳ ସମୟରେ ସେ ଅନେକ ବାର ହସ୍ତକ୍ଷେପ ମଧ୍ୟ କରିଥିଲେ ।

ଅର୍ଥ ମନ୍ତ୍ରୀ ଭାବେ ଅରୁଣ ଜେଟଲୀଙ୍କୁ ଚୟନ କରିବା

ନରସିହ୍ମା ରାଓଙ୍କ ସରକାରର ସଫଳତାର ଅଧିକାର ଶ୍ରେୟ ପାଇଁ ଆଜିବି ସେତେବେଳର ମଜଭୁତ ଅର୍ଥମନ୍ତ୍ରାଳୟର ଆଲୋଚନା କରାଯାଏ । କିନ୍ତୁ ମୋଦି ସରକାରରେ ଅର୍ଥ ମନ୍ତ୍ରାଳୟ ଉପରେ ଅନେକ ଥର ପ୍ରଶ୍ନ ମାନ ଉଠୁଥିବାର ନଜିର ରହିଛି । ତେବେ ବିମୁଦ୍ରାକରଣ ବିଫଳ ହେବା ପଛରେ ଜେଟଲିଙ୍କର ହାତ ମଧ୍ୟ ରହିଛି । କାରଣ ବିମୁଦ୍ରାକରଣ ସମୟରେ ଜେଟଲି ନିତିଦିନ ନୋଟକୁ ନେଇ ବିଭିନ୍ନ ପ୍ରକାରର ନିୟମ ପ୍ରଚଳନ କରିଥିବାର ଖବର ଶୁଣିବାକୁ ମିଳିଥିଲା । ଯାହାକି ବିମୁଦ୍ରାକରଣ ବିଫଳ ହେବା ପଛର ଏକ ବଡ କାରଣ ରହିଥିଲା । ଜେଟଲି ଦେଶରେ କର ବ୍ୟବସ୍ଥାର ପ୍ରବନ୍ଧନ କରିବାରେ ମଧ୍ୟ ଅସଫଳ ହୋଇଥିଲେ । କାରଣ ନା ପେଟ୍ରୋଲ ଉପରେ ୫୮ ଏବଂ ଡିଜେଲ ଉପରେ ୫୦ ପ୍ରତିଶତ ଟାକ୍ସ ଲାଗିବା ଭଳି ଖବର ଏହି ସମୟରେ ସାମ୍ନାକୁ ଆସିଥିଲା । ଯାହାକି ସାଧାରଣ ଜନତାଙ୍କ ପକେଟ ମାର କରିବା ଭଳି ପ୍ରତୀୟମାନ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏହି ମନ୍ତ୍ରାଳୟ ପାଇଁ ଆହୁରି ବି ଅନେକ ବିକଳ୍ପ ରହିଥିଲା ହେଲେ ମୋଦି ଏଥିପାଇଁ ଜେଟଲିଙ୍କୁ ହିଁ ଚୟନ କରିଥିଲେ ।

ଡିଜିଟାଲ ଇଣ୍ଡିଆ

ଦେଶର ଇନଫାଷ୍ଟ୍ରକଚରକୁ ସ୍ଥାୟୀ ଏବଂ ସୁରକ୍ଷିତ କରିବାକୁ ମାଦି ସରକାର ଡିଜିଟାଲ ଇଣ୍ଡିଆ ଭଳି ମହାନ ଅଭିଯାନକୁ ଲଂଚ କରିଥିଲେ । ହେଲେ ଏହାପରେ ବି ଘରୋଇ ସ୍ତରରୁ ଆରମ୍ଭ କରି ସରକାରୀ ୱେବସାଇଟ୍ ହ୍ୟାକ ବା କ୍ରାସ ହେବାରେ ଲାଗିଛି । ତେବେ ଏଭଳି ଡାଟାବେସକୁ ଟିସିଏସରୁ ଏନଆଇ ଭଳି ପ୍ଲାଟଫର୍ମରେ ଟ୍ରାନ୍ସଫର କରିବା ଦ୍ୱାରା ହୋଇଛି ।

ଭଲ ଜାଗାରେ ଟଙ୍କା ନିବେଶ ନକରିବା

କୌଣସି ବି ସରକାର ଦେଶରେ କରଦାତାମାନଙ୍କର ଟଙ୍କାକୁ ଏକ ମହାନ ଉର୍ଦ୍ଦେଶ୍ୟରେ ଖର୍ଚ୍ଚ କରିବା ଆବଶ୍ୟକତା ରହିଛି । ହେଲେ ମୋଦି ସରକାରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କାରଣ ମୋଦି ସରକାର ବିଜ୍ଞାପନ ଏବଂ ନିଜର ଇମେଜକୁ ନିର୍ମାଣ କରିବା ଉର୍ଦ୍ଦେଶ୍ୟରେ ଦେଶର ପାଣ୍ଠିକୁ ପାଣି ଭଳି ଖର୍ଚ୍ଚ କରିବାରେ ଲାଗିପଡିଛନ୍ତି । ଆଉ ଏହାର ଏକ ବଡ ଉଦାହରଣ ହେଉଛି ନିକଟରେ ଉଦଘାଟନ କରାଯାଇଥିବା ଶିବାଜୀଙ୍କ ପ୍ରତିମୂର୍ତ୍ତୀ । ପାଖାପାଖି ୩୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଶିବାଜୀଙ୍କ ପ୍ରତିମୂର୍ତ୍ତିରେ ଏହାର ଝଲକ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ନିଜର ତିନି ବର୍ଷ ପୂର୍ତ୍ତୀ ଅବସରରେ ମୋଦି ସରକାର ପାଖାପାଖି ଦୁଇ ହଜାର କୋଟି ଟଙ୍କା ଦଳୀୟ କାର୍ଯ୍ୟକ୍ରମରେ ଉଡାଇ ଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।

ସୌଜନ୍ୟ: ଜନସତ୍ତା