ପ୍ରତିଟି ବ୍ୟକ୍ତିଙ୍କ ପାଖରେ ରହିଛି ଏହି ବଡ ଅଧିକାର । ଯାହାକୁ ପୁଲିସ୍ ବି ମାନିବାକୁ ବାଧ୍ୟ, ଜାଣନ୍ତୁ ଆପଣଙ୍କର ଏହି ହକ୍ ଓ ଅଧିକାର ସଂପର୍କରେ….

51

ଭାରତୀୟ ସମ୍ବିଧାନରେ ଏଭଳି ଅନେକ ନିୟମ ପ୍ରଣୟନ କରାଯାଇଛି, ଯାହାକୁ ଦେଶର ପ୍ରତିଟି ନାଗରିକ ଜାଣିରଖିବା ଉଚିତ । କାରଣ ଏହାଦ୍ୱାରା ପ୍ରତିଟି ବ୍ୟକ୍ତି ନିଜର ହକ୍ ଏବଂ ଅଧିକାରରୁ ବଂଚିତ ହେଉଛନ୍ତି । ଯଦି ଆପଣଙ୍କୁ ଏହି ଛୋଟ ଛୋଟ ଅଧିକାର ସଂପର୍କରେ ଜ୍ଞାନ ନଥିବ ତେବେ ନିଶ୍ଚିତ ଭାବରେ ଆପଣ ବିନା କାରଣରେ କୌଣସି ବଡ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

CrPC ଧାରା ୪୬ ଅନୁସାରେ, ଦେଶରେ କୌଣସି ବି ରାଜ୍ୟର ପୁଲିସ୍ ମହିଳାଙ୍କୁ ସନ୍ଧ୍ୟା ୬ଟାରୁ ନେଇ ସକାଳ ୬ଟା ପର୍ଯ୍ୟନ୍ତ ଭିତରେ ଗିରଫ କରିପାରିବ ନାହିଁ । ଖାଲି ଏତିକି ହିଁ ନୁହେଁ CrPCରେ କୁହାଯାଇଛି କି, ସେ ମହିଳା ଜଣକ ଯେତେ ବଡ ଅପରାଧ କରିଥାଆନ୍ତୁ ନା କାହିଁକି । କିନ୍ତୁ ପୁଲିସ ତାଙ୍କୁ ସଂଧ୍ୟା ୬ରୁ ସକାଳ ୬ଟା ଭିତରେ ଗିରଫ କରି ପାରିବ ନାହିଁ । ଯଦି ପୁଲିସର କୌଣସି ଅଧିକାରୀ ଏହି ନିୟମର ଉଲ୍ଲଘଂନ କରନ୍ତି ତେବେ ଆପଣଙ୍କ ତାଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ ।

ସେହିପରି ଯଦି ଆପଣଙ୍କ ଘରେ ଥିବା ଗ୍ୟାସ ସିଲିଣ୍ଡର କୌଣସି କାରଣରୁ ଫାଟି ଯାଏ, ତେବେ ଏଭଳି ପରିସ୍ଥିତିରେ ଆପଣ ଗ୍ୟାସ କଂପାନୀଠାରୁ ବୀମା କଭର କ୍ଲେମ କରିପାରିବେ । ପବ୍ଲିକ୍ ଲାୟବିଲିଟି ପଲିସି ଅନ୍ତର୍ଗତ ସଲିଣ୍ଡର ଫାଟିବା କାରଣରୁ ହୋଇଥିବା କ୍ଷୟ କ୍ଷତିର କ୍ଷତିପୂରଣ ବାବଦକୁ ସର୍ବାଧିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କରାଯାଇପାରିବ । ଯଦି କେହି ଗ୍ୟାସ କଂପାନୀ ପୀଡିତଙ୍କୁ ବୀମା ଟଙ୍କା ଦେବାକୁ ମନା କରିଦିଅନ୍ତି କିମ୍ବା ଟଙ୍କା ଦେବାରୁ ବିଳମ୍ବ କରନ୍ତି ତେବେ ଆପଣ କଂପାନୀ ବିରୋଧରେ ମାମଲା ରୁଜୁ କରିପାରିବେ ।

ଦେଶରେ ଯେତେ ବଡ ଏବଂ ନାମକରା ହୋଟେଲ ଥାଉ ନା କାହିଁକି, ସେ ଆପଣଙ୍କୁ ପିଇବା ପାଇଁ ପାଣି ଏବଂ ୱାଶରୁମ ବ୍ୟବହାର କରିବାକୁ ମନା କରିପାରିବେ ନାହିଁ । ଯଦି ହୋଟେଲ କିମ୍ବା ହୋଟେଲର କୌଣସି କର୍ମଚାରୀ ଆପଣଙ୍କୁ ପାଣି ଏବଂ ୱାସରୁମ ପାଇଁ ମନା କରିଦିଅନ୍ତି ତେବେ ଆପଣ ତାଙ୍କ ବିରୋଧରେ ଅଭିଯୋଗ ଆଣିପାରିବେ । ଯଦି ଆପଣ କରିଥିବା ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୋଇ ଯାଏ ତେବେ ଉକ୍ତ ହୋଟେଲର ଲାଇସେନ୍ସ ରଦ୍ଦ ହୋଇପାରେ ।

ଇଣ୍ଡିଆନ ପିନଳକୋଡର ଧାରା ୧୬୬ଏ ଅନୁସାରେ, କୌଣସି ବି ପୁଲିସକର୍ମୀ ଆପଣଙ୍କ ଅଭିଯୋଗ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ । ଯଦି ଦେଶର କୌଣସି ବି ପୁଲିସକର୍ମୀ ଆପଣଙ୍କର ଅଭିଯୋଗ ପତ୍ର ଗ୍ରହଣ କରିବାକୁ ମନାକରିଦିଅନ୍ତି ତେବେ ଆପଣ ତାଙ୍କର ଅଭିଯୋଗ ବରିଷ୍ଠ ପୁଲିସ ଅଧିକାରୀଙ୍କ ଅଫିସକୁ ଯାଇ କରିପାରିବେ । ଯଦି ସେ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଯାଆନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରି କି ତାଙ୍କୁ ୬ରୁ ୧ ବର୍ଷ ପର୍ଯ୍ୟନ୍ତ ଦଣ୍ଡା ଦିଆଯାଇପାରେ । ଏତିକି ନୁହେଁ ଅଭିଯୁକ୍ତ ପୁଲିସକର୍ମୀ ନିଲମ୍ବିତ ମଧ୍ୟ ହୋଇପାରନ୍ତି ।