କମାଲ କରିବ ଇଂଟରନେଟ୍ ଟେଲିଫୋନ ଫିଚର ! ଏଣିକି ବିନା ନେଟୱର୍କରେ ବି କରିପାରିବେ ଫୋନ କଲ୍

44

ଖୁବ ଶୀଘ୍ର ଆପଣ ବିନା ନେଟୱର୍କରେ କୌଣସି ବି ମୋବାଇଲ କିମ୍ବା ଲ୍ୟାଣ୍ଡଲାଇନ ନମ୍ବରରେ କଲ କରି ପାରିବେ । ଟେଲିକମ ରେଗ୍ୟୁଲେଟର ତଥା ଟ୍ରାଇ ଏନେଇ ଏକ ଇଂଟରନେଟ୍ ଟେଲିକମ ଟେକନିକ ପାଇଁ ମଂଜୁରୀ ଦେଇଛି । ଯାହାଦ୍ୱାରା ୟୁଜର୍ସ ୱାଇଫାଇ ଜରିଆରେ କୌଣସି ବି ନମ୍ବରକୁ ବିନା ନେଟୱର୍କରେ କଲ୍ କରିପାରିବେ ।

ମାତ୍ର ଟ୍ରାଇର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କିଛି ପୁରୁଣା ଟେଲିକମ କଂପାନୀ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହା ଏକ ବଡ କାରବାର ଭାବେ ପ୍ରମାଣିତ ହେବ । ତେବେ ଏହି ବ୍ୟବସ୍ଥା ସେହିସମସ୍ତ ଅଚଂଳମାନଙ୍କରେ କାମ କରିବ ଯେଉଁ ଅଂଚଳରେ ମୋବାଇଲ ନେଟୱର୍କ ନାହିଁ କିମ୍ବା ଅଧିକ ଦୁର୍ବଳ ରହିଛି । ଇଂଟରନେଟ୍ ଟେଲିକମ ପାଇଁ ଟ୍ରାଇ ଦୂରସଂଚାର ବିଭାଗକୁ ନିଜର ସୁପାରିଶ ହସ୍ତାନ୍ତର କରିଛି । ଯେଉଁଥିରେ ଟ୍ରାଇ ହ୍ୱାଟସଆପ ଭଳି ଆପ ଜରିଆରେ ମୋବାଇଲ କଂପାନୀମାନଙ୍କ ନେଟୱର୍କରେ କଲ କରିବାର କିଛି ନିୟମ ସଂପର୍କରେ ପରାମର୍ଶ ଦେଇଛି । ଟ୍ରାଇର ସୁପାରିଶ ମୁତାବକ, ଏହାଦ୍ୱାରା ଇଂଟରନେଟ୍ ଟେଲିଫୋନ ଆପକୁ ମୋବାଇଲ ନମ୍ବର ସିରିଜ ସହିତ ସଂଯୋଗ କରାଯିବ । ଦୂରସଂଚାର କଂପାନୀମାନଙ୍କର କଲ ପାଇଁ ଶୁଳ୍କ ଏବଂ ଏଥିସହିତ ସାମାନ୍ୟ କଲ ସହ ଜଡିତ ସମସ୍ତ ନିୟମ ଲାଗୁ କରାଯିବ ।

ଟ୍ରାଇ, ଇଂଟରନେଟ୍ କଲିଂକୁ ଅତ୍ୟନ୍ତ ଉପଯୋଗୀ ଏବଂ ଭଏସ କଲିଂର ଲାଭ ଜନକ ବିକଳ୍ପ କରିଛି । ଟ୍ରାଇ ସୂଚନା ମୁତାବକ, ଏହା ସେସବୁ ଅଂଚଳମାନଙ୍କରେ କଲ ସଫଳତା ଦରକୁ ବୃଦ୍ଧି କରିବ ଯେଉଁଠାରେ ପବ୍ଲିକ ଇଂଟରନେଟ୍ ତ ଉପଲବ୍ଧ ଥିବ ମାତ୍ର କୌଣସି କଂପାନୀର ନେଟୱର୍କ ଆସୁନଥିବ । ତେବେ ଏସଂପର୍କରେ ଟ୍ରାଇ ଯେତେବେଳେ ଆଲୋଚନା କରିଥିଲା ସେତେବେଳେ ଟେଲିକମ କଂପାନୀମାନେ ଏହାର ବିରୋଧ କରଥିଲେ । କାରଣ ସେମାନଙ୍କର ଭୟ ରହିଛି କି ଏହାଦ୍ୱାରା କଂପାନୀମାନଙ୍କର ଭଏସ କଲିଂ ଦ୍ୱାରା ହେଉଥିବା ରୋଜଗାର ପ୍ରଭାବିତ ହେବ ।

ସୌଜନ୍ୟ: ଅମର ଉଜାଲା