ମିଛ ନୁହେଁ ବରଂ ସତ ଖବର ! ବନ୍ଦ ହେବ ୧୦ ଟିକିଆ ମୋବାଇଲ ନମ୍ବର । ସରକାରଙ୍କ ତରଫରୁ ମିଳିଲା ଅନୁମତି

Advertisment
ମିଛ ନୁହେଁ ବରଂ ସତ ଖବର ! ବନ୍ଦ ହେବ ୧୦ ଟିକିଆ ମୋବାଇଲ ନମ୍ବର । ସରକାରଙ୍କ ତରଫରୁ ମିଳିଲା ଅନୁମତି

ଆପଣମାନେ ବ୍ୟବହାର କରୁଥିବା ସମସ୍ତ ମୋବାଇଲ ନମ୍ବର ୧୦ଟିକିଆ ବୋଲି ବୋଲି ଜାଣିଥିବେ । ହେଲେ ଏବେ ଏହା ୧୦ ଡିଜିଟ୍ ବିଶିଷ୍ଟ ନହୋଇ ବରଂ ୧୩ ଅଙ୍କ ବିଶିଷ୍ଟ ହୋଇଯିବା ନେଇ ଖବର ଆସିଛି । ଯାହାକି ବର୍ତ୍ତମାନ ଟେଷ୍ଟିଂ ମୋଡରେ ରହିଛି । କେନ୍ଦ୍ରୀୟ ସଂଚାର ମନ୍ତ୍ରାଳୟ ପକ୍ଷରୁ ଏନେଇ ସମସ୍ତ ଟେଲିକମ କଂପାନୀଗୁଡିକକୁ ୧୩ ଡିଜିଟ ବିଶିଷ୍ଟ ନମ୍ବର ଜାରି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇସାରିଛି । ଯଦିଓ ବର୍ତ୍ତମାନ ଏହା ପରୀକ୍ଷଣ ସ୍ଥିତିରେ ହିଁ ରହିବ । ତେବେ ଟେଲିକମ ବିଭାଗ ଏମଟୁଏମ ନମ୍ବରର ଟେଷ୍ଟିଂ ପାଇଁ ବିଏସଏନଏଲ, ଏୟାରଟେଲ, ରିଲାଏନ୍ସ ଜିଓ , ଆଇଡିଆ ଏବଂ ଭୋଡାଫୋନ ଭଳି କଂପାନୀଗୁଡିକୁ ଅନୁମତି ଦେଇଛି ।

ମିଳିଥିବା ସୂଚନା ଅନୁସାରେ, ଟେଲିକମ ରେଗୁଲେଟର ଅଥରିଟି ଅଫ ଇଣ୍ଡିଆ ଦେଶର ସମସ୍ତ ଟେଲିକମ କଂପାନୀମାନଙ୍କୁ ଏମଟୁଏମ ସର୍ଭିସ ଦେବାକୁ ନିର୍ଦ୍ଦେଶ ଦେଇଛି । ଏଥିପାଇଁ ସରକାର ପୃଥକ ଭାବରେ ଏକ ଲାଇସେନ୍ସ ମଧ୍ୟ ଜାରି କରିପାରନ୍ତି । ଏଠାରେ ଆମେ କହି ରଖୁଛୁ କି, ୧୩ ଡିଜିଟ ବିଶିଷ୍ଟ ନମ୍ବର ଜାରି କରିବାକୁ ନିର୍ଦ୍ଦେଶ କେବଳ ମେସିନ-ଟୁ-ମେସିନ ବା ଏମଟୁଏମ କମ୍ୟୁନିକେସନ ପାଇଁ ରହିଛି । ଯାହାକି କୌଣସି ମୋବାଇଲ ନମ୍ବର ପାଇଁ ନୁହେଁ । ତେବେ ଏମଟୁଏମ କମ୍ୟୁନିକେସନର ବ୍ୟବହାର ସ୍ମାର୍ଟ ଇେଲେକ୍ଟ୍ରୋନିକ କାର ଏବଂ କାର ଟ୍ରାକିଂ ପାଇଁ କରାଯିବ ଆଉ ଏହାର ବ୍ୟବହାର ସ୍ମାର୍ଟ ହୋମରେ ମଧ୍ୟ ହୋଇଥାଏ ।

ଉଲ୍ଲେଖ ଥାଉ କି, ପୂର୍ବରୁ ବିଭିନ୍ନ ସୋସିଆଲ ମିଡିଆରେ ଗୁଜବ ଉଠିଥିଲା କି, ଖୁବ ଶ୍ରୀଘ୍ର ଆପଣଙ୍କର ମୋବାଇଲ ନମ୍ବର ବଦଳି ଯିବ ଏବଂ ସରକାର ୧୦ ଅଙ୍କ ବିଶିଷ୍ଟ ନମ୍ବର ପରିବର୍ତ୍ତେ ୧୩ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଜାରି କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ସେହିପରି ଏହି ମାମଲା ଉପରେ ଦୂର ସଂଚାର ବିଭାଗ ସ୍ପଷ୍ଟ କରିଥିଲା କି, ସମସ୍ତ ୟୁଜର୍ସଙ୍କ ପାଇଁ ୧୩ ଟିକିଆ ମୋବାଇଲ ନମ୍ବର ଜାରି କରିବା ଭଳି ଖବରଟି ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe