ମାତ୍ର ୨୯୯ଟଙ୍କାରେ କିଣନ୍ତୁ ନିଜ ମନପସନ୍ଦର ସ୍ମାର୍ଟଫୋନ । କଂପାନୀ ଦେଉଛି ଅଫର

32

ପାର୍ବଣ ଋତୁ ପରେ ବି କମ୍ ଦାମରେ ସ୍ମାର୍ଟଫୋନ କିଣି ପାରିବେ ଗ୍ରାହକ । ଏଥିପାଇଁ ଇ-କମର୍ସ କଂପାନୀ ତଥା ଆମଜନ ଏବଂ ଫ୍ଲିପକାର୍ଟ ଅନେକ ଦମଦାର ସ୍ମାର୍ଟଫୋନ ଉପରେ ବହୁ ମାତ୍ରାରେ ରିହାତି ଗ୍ରାହକଙ୍କୁ ଭେଟି ଦେବାରେ ଲାଗିପଡିଛନ୍ତି । ଆମାଜନ ଯେଉଁଠି ୧୪,୦୦୦ ଟଙ୍କାର ଫୋନକୁ ମାତ୍ର ୮,୫୦୦ ଟଙ୍କାରେ ବିକ୍ରି କରିବାର ଅଫର ରଖିଥିବା ବେଳେ ଫ୍ଲିପକାର୍ଟ ଏକ୍ସଚେଂଜ ଅଫର ଏବଂ ଫ୍ଲାଟ୍ ଡିସକାଉଂଟ୍ ସହିତ ସ୍ମାର୍ଟଫୋନକୁ ମାତ୍ର ୨୯୯ ଟଙ୍କାରେ ଦେବା ଭଳି ଦମଦାର ଅଫର ଭେଟି ଦେଇଛି । ତେବେ ନଜର ପକାନ୍ତୁ କେଉଁ କେଉଁ ମୋବାଇଲ ଉପରେ ରହିଛି ଅଫର ।

ସ୍ମାର୍ଟଅନଏସଆରଟି ଡଟ୍ ଫୋନ ଉପରେ ମିଳୁଛି ଅଫର

ସ୍ମାର୍ଟନ କଂପାନୀ ଚଳିତ ବର୍ଷ ମଇ ମାସରେ ସଚିନ ତେନ୍ତୁଲକରଙ୍କ ଦସ୍ତଖସ୍ତ ଥିବା ସ୍ମାର୍ଟଫୋନ ‘ଏସଆରଟି ଡଟ୍ ଫୋନ’ ଲଂଚ କରିଥିଲା । ଯାହାକୁ ୧୩, ୯୯୯ ଟଙ୍କାରେ ଲଂଚ କରାଯାଇଥିଲା । କଂପାନୀ ବର୍ତ୍ତମାନ ଏହି ଫୋନଟିକୁ ୫,୩୦୦ ଟଙ୍କାର ଡିସକାଉଂଟ ଦେଉଛି । ଯାହାଦ୍ୱାରା କି ଫୋନଟିକୁ ଗ୍ରାହକ ମାତ୍ର ୮,୬୦୦ ଟଙ୍କାରେ କିଣି ପାରିବେ । ତେବେ ଏହି ଫୋନର ବୈଶିଷ୍ଟ୍ୟ ହେଲା, ଏଥିରେ ଫଟୋଗ୍ରାଫି ପାଇଁ ୧୩ ମେଗାପିକ୍ସଲର ରିୟର କ୍ୟାମେରା ଏବଂ ୫ ମେଗାପିକ୍ସଲର ପ୍ରଂଟ କ୍ୟାମେରା ରହିଛି । ଏଥିସହିତ ଫୋନଟିକୁ ପାୱର ଦେବା ପାଇଁ ଏଥିରେ ରହିଛି ୩୦୦୦ ଏମଏଏଚର ବ୍ୟାଟେରୀ । ଏହି ଅଫରଟି ବର୍ତ୍ତମାନ ଆମାଜନରେ ଉପଲବ୍ଧ ।

ଇନଟେକ୍ସ ଆକ୍ୱା ୫.୫ ଭିଆର ପ୍ଲସ ଉପରେ ମିଳୁଛି ରିହାତି

ଇନଟେକ୍ସର ଏହି ଫୋନ ଉପରେ ରହିଛି ୬ ପ୍ରତିଶତର ଫ୍ଲାଟ ଡିସକାଉଂଟ । ଯାହାଦ୍ୱାରା ଆପଣ ଏହାକୁ ମାତ୍ର ୫,୭୯୯ଟଙ୍କାରେ କିଣିପାରିବେ । ଏହି ଫୋନ ଉପରେ ନୋ କଷ୍ଟ ଇଏମଆଇ ଅଫର ମଧ୍ୟ ଉପଲବ୍ଧ । ଯଦି ଗ୍ରାହକ ନିଜର ପୁରୁଣା ଫୋନକୁ ଏକ୍ସଚେଂଜ କରନ୍ତି ତେବେ ତାଙ୍କୁ ୫,୫୦୦ଟଙ୍କାର ଏକ୍ସଚେଂଜ ଅଫର ଦିଆଯିବ । ଯଦି ଗ୍ରାହକ ସଂପୂର୍ଣ୍ଣ ଏକ୍ସଚେଂଜ ଭ୍ୟାଲୁ ନେବାକୁ ସକ୍ଷମ ଅଟନ୍ତି ତେବେ ଏହି ଫୋନ ତାଙ୍କୁ ମାତ୍ର ୨୯୯ ଟଙ୍କାରେ ମିଳି ଯିବ । ଏଥିସହିତ ହିଁ ଏକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡରୁ ପେମେଂଟ କରିବା ଉପରେ ମିଳିବ ୫ ପ୍ରତିଶତ ଅତିରିକ୍ତ ଅଫର ।

ସୌଜନ୍ୟ: ଦୈନିକ ଜାଗରଣ