ଯୋଡା ଶିଶୁ କନ୍ୟାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ: ଅପରେସନ ପାଇଁ କଟକ ଶିଶୁଭବନରେ ଗଠିତ ହେଲା ୭ଜଣିଆ ଡାକ୍ତରୀ ଟିମ

ଡାକ୍ତର ହିରଣ୍ୟ ମହାନ୍ତିଙ୍କ ନେତୃ୍ତ୍ୱରେ ହେବ ଅସ୍ତ୍ରୋପଚାର

199

କନକ ବ୍ୟୁରୋ: ଢେଙ୍କାନାଳ ଯୋଡ଼ା ପେଟ ଶିଶୁ କନ୍ୟାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ । ଅପରେସନ ପାଇଁ କଟକ ଶିଶୁଭବନରେ ୭ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଡାକ୍ତର ହିରଣ୍ୟ ମହାନ୍ତିଙ୍କ ନେତୃତ୍ୱରେ ଜନ୍ମ ଢେଙ୍କାନାଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଛନ୍ତି ଯୋଡ଼ା ଶିଶୁ କନ୍ୟା । ଢୋଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏହି ଶିଶୁ ଜନ୍ମ ନେଇଛନ୍ତି । ଶିଶୁ କନ୍ୟା ଦୁଇ ଜଣଙ୍କର ପେଟ ଏବଂ ଛାତି ଯୋଡ଼ି ହୋଇ ରହିଛି ।

 

ତେବେ ସେମାନଙ୍କର ସ୍ୱାସ୍ଥବସ୍ଥା ଠିକ୍ ନଥିବାରୁ କଟକ ଶିଶୁ ଭବନରେ ଏବେ ଚିକିତ୍ସା ଚାଲିଛି । ଯମଜ କନ୍ୟାଙ୍କର ଦୁଇଟି ମୁଣ୍ଡ, ୪ଟି ଗୋଡ, ୪ଟି ହାତ ରହିଥିବାବେଳେ ଉଭୟଙ୍କର ଓଜନ ୪.୩ କିଲୋଗ୍ରାମ ରହିଛି । ଉଭୟଙ୍କର ଗୋଟିଏ ହୃତପିଣ୍ଡ ଥିବା ଅନୁମାନ କରାଯାଉଛି । ତେବେ ଏହି ଶିଶୁକନ୍ୟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।

୨୦୧୭ ଡିସେମ୍ବର ପହିଲାରେ ନୟାଗଡରେ ଏଭଳି ଶିଶୁ କନ୍ୟା ଜନ୍ମ ନେଇଥିଲେ । ସେମାନଙ୍କ ପେଟ ଓ ଛାତି ଯୋଡି ହୋଇ ରହିଥିଲା । କିନ୍ତୁ ଡିସେମ୍ବର ୨୦ ତାରିଖରେ ଏହି ଶିଶୁ ପ୍ରାଣ ହରାଇଥିଲେ । ତେବେ ଯୋଡା ଶିଶୁ ଜଗା-ବଳିଆଙ୍କ କ୍ଷେତ୍ରରେ ଚିକିତ୍ସା ବିଜ୍ଞାନରେ ବିସ୍ମୟକର ସଫଳତା ମିଳିଛି । ଦିଲ୍ଲୀରେ ଏମ୍ସରେ ସେମାନଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି । ବିଦେଶୀ ବିଶେଷଜ୍ଞ ବି ଏଥିରେ ସାମିଲ ହୋଇଛନ୍ତି ।