ଅକ୍ସିଜେନ ଓ ଔଷଧ ବଣ୍ଟନକୁ ନେଇ ଆକ୍ସନ ମୋଡରେ ସୁପ୍ରିମ କୋର୍ଟ ।  ଅନୁଧ୍ୟାନ କରିବାକୁ କୋର୍ଟ ଗଠନ କଲେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ

130

କନକ ବ୍ୟୁରୋ : କରୋନା ସଂକ୍ରମଣ ଏବେ ଦେଶରେ ଭୟାବହ ଅବସ୍ଥାକୁ ଆସିଛି । ଏହାରି ଭିତରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଔଷଧ ଓ ଅକ୍ସିଜେନର ଅଭାବକୁ ନେଇ ବିଭିନ୍ନ ରାଜ୍ୟ ସରକାରମାନେ ବାରମ୍ବାର କୋର୍ଟ ଓ କେନ୍ଦ୍ର ସରକାରଙ୍କ ପାଖରେ ଆବେଦନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ଶନିବାର ଦିନ ରାଜ୍ୟ ମାନଙ୍କୁ ଔଷଧ ଓ ଅକ୍ସିଜେନ ଆବଣ୍ଟନର ଅନୁଧ୍ୟାନ କରିବାକୁ ୧୨ ଜଣ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ ଟାକ୍ସ ଫୋର୍ସ ଗଠନ କରିଛନ୍ତି । ଏହାସହ ଟାକ୍ସ ଫୋର୍ସରେ ଥିବା ୧୨ ଜଣ ସଦସ୍ୟଙ୍କ ନାମ ବି ଘୋଷଣା କରିଛନ୍ତି ।

  •  ଡ. ଭବତୋଷ ବିଶ୍ୱାସ : ପୂର୍ବ କୁଳପତି, ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ, କୋଲକତା
  •  ଡଃ. ଦେବେନ୍ଦ୍ର ସିଂ ରାଣା : ଚେୟାର ପର୍ସନ, ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ, ସାର ଗଙ୍ଗାରାମ ହସ୍ପିଟାଲ,ଦିଲ୍ଲୀ
  • ଡାକ୍ତର ଦେବୀ ପ୍ରସାଦ ସେଟ୍ଟୀ : ଚେୟାର ପର୍ସନ ଓ କାର୍ଯ୍ୟକାରୀ ନର୍ଦ୍ଦେଶକ, ନାରାୟଣ ହେଲ୍ଥ କେୟାର, ବେଙ୍ଗାଲୋର
  •  ଡ. ଗଗନଦୀପ କାଙ୍ଗ : ପ୍ରଫେସର : ଖ୍ରୀଷ୍ଟିୟାନ ମେଡିକାଲ କଲେଜ , ବେଲୋର, ତାମିଲନାଡୁ
  •  ଡାକ୍ତର ଜି.ବି ପିଟ୍ଟର : ପ୍ରଫେସର : ଖ୍ରୀଷ୍ଟିୟାନ ମେଡିକାଲ କଲେଜ , ବେଲୋର, ତାମିଲନାଡୁ
  • ଡାକ୍ତର ନରେଶ ତ୍ରେହନ୍ନ : ଚେୟାର ପର୍ସନ ଓ ପ୍ରବନ୍ଧ ନିର୍ଦ୍ଦେଶକ ମେଦାନ୍ତା ହସ୍ପିଟାଲ ଓ ହଟ୍ ଇନଷ୍ଟିଚ୍ୟୁଟ୍ ଗୁରୁଗ୍ରାମ   ।
  • ଡାକ୍ତର ରାହୁଲ ପଣ୍ଡିତ୍ : ନିର୍ଦ୍ଦେଶକ , କ୍ରିଟିକାଲ କେୟାର ମେଡିସିନ ଆଣ୍ଡ ଆଇସିୟୁ , ଫର୍ଟିସ୍ ହସ୍ପିଟାଲ, ମୁମ୍ବାଇ
  •  ଡାକ୍ତର ସୌମିତ୍ର ରାୱତ : ଚେୟାରମ୍ୟାନ ଓ ହେଡ୍ ଡିପାର୍ଟମେଣ୍ଟ ଅଫ୍ ସର୍ଜିକାଲ ଗାଷ୍ଟ୍ରୋଲୋଜି , ସାର ଗଙ୍ଗାରାମ ହସ୍ପିଟାଲ ଦିଲ୍ଲୀ
  • ଡାକ୍ତର ଜରୀର ଏକ ଉଦବେଡିଆ : ଚେଷ୍ଟ ଫିଜିସିଆନ, ହିନ୍ଦୁଜା ହସ୍ପିଟାଲ
  •  ଡାକ୍ତର ଶିବ କୁମାର ସରିନ : ପ୍ରଫେସର ହେପାଟୋଲୋଜି , ନିର୍ଦ୍ଦୋକ ଆଇଏଲବିଏସ୍, ଦିଲ୍ଲୀ

ସୁପ୍ରିମକୋର୍ଟ କହିଛନ୍ତି କି ଏହି ଟାକ୍ସ ଫୋର୍ସ ଗୋଟିଏ ସପ୍ତାହ ମଧ୍ୟରେ କାମ କରିବା ଆରମ୍ଭ କରିଦେବେ । ସେମାନେ ସରକାର ଓ ସୁପ୍ରିମକୋର୍ଟଙ୍କ ଠାରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଏହାସହ ଅନୁଧ୍ୟାନ ପରେ କେନ୍ଦ୍ର ସରକାରଙ୍କୁ ଏହି ଟାକ୍ସଫୋର୍ସ ସୁପାରିଶ କରିପାରିବ । ଏହି ଟାକ୍ସଫୋର୍ସର କାର୍ଯ୍ୟ ଅବଧି ୬ ମାସ ରଖାଯାଇଛି ।  ଏହି ଟାକ୍ସଫୋର୍ସକୁ ସମସ୍ତ ସହାୟତା କେନ୍ଦ୍ର ସରକାର ଯୋଗାଇ ଦେବେ ।