ଟେଲିକମ ଜଗତରେ ଚାଂଚଲ୍ୟ ! କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇପାରେ ଟାଟା ଡୋକୋମୋ

42

ଭାରତର ଟେଲିକମ ଜଗତରେ ଖୁବ୍ ଶୀଘ୍ର କିଛି ନୁଆ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଟାଟା ଗ୍ରୁପ ପକ୍ଷରୁ ସୂଚନା ମିଳିଛି କି ଖୁବଶୀଘ୍ର ଟାଟା ଟେଲି ସର୍ଭିସେସ ବା ଟାଟା ଡୋକୋମୋ ବନ୍ଦ ହେବାକୁ ଯାଉଛି ।

ସୂଚନା ମୁତାବକ, କଂପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଟେଲିକମ କଂପାନିକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଚର୍ଚ୍ଚା ହେଉଛି ଆସନ୍ତା ସପ୍ତାହ ସୁଦ୍ଧା ଟାଟା ଡୋକୋମୋର ସ୍ଥାୟୀସେବା ବନ୍ଦ କରାଯାଇପାରେ । ଖାଲି ସେତିକି ନୁହେ. କଂପାନୀ ପକ୍ଷରୁ ସୂଚନା ମିଳିଛି କି, କିଛିଦିନ ଧରି ଟାଟାର ଟେଲିକମ କଂପାନୀ କ୍ଷତିରେ ଚାଲୁଛି । ବିଶେଷ କରି ଟାଟାଗ୍ରୁପର ଏହି କଂପାନୀକୁ ନେଇ ୩୪ ହଜାର କୋଟି ଟଙ୍କାର ଋଣ ରହିଛି । ତେବେ କଂପାନୀ ବନ୍ଦ ହେବାମାତ୍ରେ ଟାଟା ଗ୍ରୁପ ଉପରେ ବଡ ଧରଣର ପ୍ରଭାବ ପଡିପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ଡୋକୋମୋର ପାଖାପାଖି ୪ କୋଟି ୫୦ ଲକ୍ଷ ଗ୍ରାହକ ଅଛନ୍ତି । ସେହିପରି ଟାଟା ଟେଲି ସର୍ଭିସେସରେ ଡୋକୋମୋର ୨୬ ପ୍ରତିଶତ ଅଂଶଧନ ରହିଛି । ତେବେ କଂପାନୀ ବନ୍ଦ ହେଲେ ବି ଏହାଦ୍ୱାରା ଗ୍ରାହକଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି କଂପାନୀ ସ୍ପଷ୍ଟ କରିଛି ।

ସୌଜନ୍ୟ: ଆଜତକ୍