କନକ ବ୍ୟୁରୋ : ଏସଟିଏଫ୍ ଜାଲରେ ଦୁଇ ବନ୍ୟଜନ୍ତୁ ଚୋରା ଚାଲାଣକରୀ । କୋରାପୁଟ ବନ ବିଭାଗ ସହାୟତରେ ଏସଟିଏଫ୍ କୋରାପୁଟ ବାରିଗୁମା ବାଇପାସ ରୋଡରେ ଚଢାଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି । ରାସ୍ତା କଡରେ ଡିଲ ଚାଲିଥିବା ବେଳେ ଏସଟିଏଫ୍ ଏବଂ ବନ ବିଭାଗ ମିଳିତ ଭାବେ ଚଢାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଛି । ଗିରଫ ବେପାରୀ ଦ୍ୱୟ ହେଲେ ମାଧବ ପରଜା, ଜଗବନ୍ଧୁ ପରଜା ।

Advertisment

ଏସଟିଏଫ୍ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ବନ୍ୟଜନ୍ତୁ ଶିକାର ରୋକିବାକୁ ଚେଷ୍ଟା ଜାରି ରଖିଛି । ତେବେ ବିଗତ ବର୍ଷଟେ ମଧ୍ୟରେ ଏସଟିଏଫ୍ ମୋଟ ୨୫ ଟି ବାଘ ଛାଲ, ୧୫ ଟି ହାତୀ ଦାନ୍ତ, ୭ଟି ହରୀଣ ଛାଲ, ୧୬ କିଲୋ ବଜ୍ରପାପ୍ତା କାତି ଜବତ କରିବା ସହ ୧୧ଟି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି । ଏହି କାରବାରରେ ସମ୍ପୃକ୍ତ ମୋଟ ୫୭ ଜଣଙ୍କୁ ଏସଟିଏଫ୍ ଗିରଫ କରିଛି ।