ଅଫିସରେ ଦଂପତିଙ୍କୁ ସେକ୍ସ କରିବାକୁ ଏକ ଘଂଟା ବିରତି ଦେବାକୁ ପ୍ରସ୍ତାବ ! ସ୍ୱିଡେନରେ ଏଭଳି ଏକ ଅଜବ ପ୍ରସ୍ଥାବକୁ ନେଇ ଜୋର ଧରିଛି ଚର୍ଚ୍ଚା

91

ସାଧାରଣତଃ ଅଫିସମାନଙ୍କରେ ଛୁଟି କିମ୍ବା ବିରତି ଅବସରରେ ଲଂଚ,ଡିନର ଏବଂ ଟିଫିନ୍ ଆଦି କଥା ଏକ ମାମୁଲି ପ୍ରସଂଗ । କିନ୍ତୁ ସେକ୍ସ ପାଇଁ ଏକ ଘଂଟା ଛୁଟି ଦେବାର ପ୍ରସ୍ତାବ କଥାଟା ଶୁଣିଲେ ଆପଣଙ୍କୁ ନିଶ୍ଚୟ ରୂପେ ଟିକେ ଅଡୁଆ ଲାଗୁଥିବ । ତେବେ ଏଭଳି ଘଟଣା ଶୁଣିବାକୁ ମିଳିଛି ସ୍ୱିଡେନ ସହରରେ । ଯେଉଁଠାରେ ଏଭଳି ଏକ ଅଜବ ପ୍ରସ୍ଥାବ ରଖାଯାଇଛି ।

ଏପି ନାମକ ଏକ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ସ୍ୱିଡେନର ଜଣେ ରାଜନେତା ତଥା ‘ସୋସିଆଲ ଡେମୋକ୍ରେଟ’ ନାମକ ଏକ ରାଜନୈତିକ ଦଳର ନେତା ପେର-ଏରିକ ମୁସକୋସ କର୍ମଚାରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିରତି ସମୟରେ ସେକ୍ସ ପାଇଁ ଅଧିକ ଏକ ଘଂଟା ସମୟ ଦେବାକୁ ଓବରଟନର୍ନେଓର କାଉସିଲ ବେଠକରେ ପ୍ରସ୍ତାବ ରଖିଛନ୍ତି । ଆଉ ଏହି ପ୍ରସ୍ତାବ ମୁତାବକ, ସେକ୍ସ ବ୍ରେକ୍ ନାଁରେ ମିଳିବାକୁ ଯାଉଥିବା ଏହି ଛୁଟି ବଦଳରେ ଦରମା କଟା ଯିବ ନାହିଁ । ସେ ଆଉ ମଧ୍ୟ ଯୁକ୍ତି ବାଢିଥିଲେ କି ଏହା ଦ୍ୱାରା ଦେଶରେ ଜନ୍ମହାର ବୃଦ୍ଧି ପାଇବ ।

ସୁସକୋସ କହିଛନ୍ତି କି ଆଜି କାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ପ୍ରେମିକ –ପ୍ରେମିକା ଓ ବିବାହିତ ଦଂପତିଙ୍କୁ ପରସ୍ପର ସହ ସମୟ ବିତାଇ ବାକୁ ଖୁବ୍ କମ୍ ସମୟ ମିଳିଥାଏ । ସେ ଦାବି କରିଛନ୍ତି ତାଙ୍କର ଏହି ପ୍ରସ୍ତାବ ଲାଗୁ ହେବା ଦ୍ୱାରା ଲୋକଙ୍କ ମଧ୍ୟରେ ସଂପର୍କ ଦୃଢିଭୂତ ହେବ । କହିବାକୁ ଗଲେ, ସ୍ୱିଡେନରେ ପୂର୍ବରୁ ମଧ୍ୟ କର୍ମଚାରୀଙ୍କୁ ଅନେକ ପ୍ରକାରର ସୁବିଧା ସୁଯୋଗ ଦିଆଯାଇଥାଏ । ଏଠାରେ କର୍ମଚାରୀମାନଙ୍କୁ ଦିନରେ ପାଖାପାଖି ୨-୩ ଥର ଚା,କଫି ପାଇଁ ବିରତି ମିଳିଥାଏ । ଏଥିସହ ଗର୍ଭବତୀ ମହିଳାଙ୍କୁ ପାଖାପାଖି ୪୮୦ ଦିନ ଯାଏ ଛୁଟି ମଧ୍ୟ ମିଳିଥାଏ ।