ଖରାଦିନିଆ ମେକଅପ୍ । ଜାଣନ୍ତୁ ବ୍ୟୁଟିସିଆନଙ୍କ ଖାସ୍ ଟିପ୍ସ

319

କନକ ବ୍ୟୁରୋ: ଖରାଦିନେ ତୈଳଗ୍ରନ୍ଥି ସବୁ ଅଧିକ ସକ୍ରିୟ ହୋଇ ଖୋଲି ଯାଆନ୍ତି । ଫଳରେ ତ୍ୱଚା ଅଧିକ ତୈଳାକ୍ତ ହୋଇଯାଏ । ଅନ୍ୟପଟେ ଅଧିକ ଝାଳ ବାହାରିବା ଦ୍ୱାରା ମେକଅପ୍ ଖରାପ ହୋଇଥାଏ । ଏଣୁ ତ୍ୱଚା କିଭଳି ସ୍ୱଚ୍ଛ ରହିବ ତା’ ଉପରେ ଆମକୁ ଦୃଷ୍ଟି ଦେବା ଆବଶ୍ୟକ । ଯାହାଦ୍ୱାରା ତ୍ୱଚା ଅଧିକ ତେଲିଆ ହେବ ନାହିଁ ଏବଂ ଝାଳ ବି କମ୍ ବାହାରିବ ।

ପ୍ରଥମେ ଅଏଲ ଫ୍ରି ଫେସ୍ୱାସରେ ମୁହଁ ସଫା କରନ୍ତୁ । ବରଫ ପାଣିରେ ସ୍ପଞ୍ଜ ବୁଡାଇ ତାକୁ ଚିପୁଡି ପାଞ୍ଚ ମିନିଟ୍ ମୁହଁରେ ଥାପି ରଖନ୍ତୁ । ଏହା ଦ୍ୱାରା ତୈଳଗ୍ରନ୍ଥି ସବୁ ଜାକିଜୁକି ହୋଇ ରହିବ ଏବଂ ଝାଳ ନବାହାରି ତ୍ୱଚା ଅଧିକ ତୈଳାକ୍ତ ହେବ ନାହିଁ ।

ଏହାପରେ ତୁଳା ସାହାଯ୍ୟରେ ଟୋନର ଲଗାଇବେ । ପରେ ଅଏଲ ଫ୍ରି ମଏଶ୍ଚରାଇଜର ଲଗାଇବେ । ତାପରେ ପ୍ରାଇମର ଲଗାଇ କନସିଲର ଓ ଫାଉଣ୍ଟେସନ୍ ଲଗାନ୍ତୁ ।

ଏସବୁ ସେଟ୍ ହେବା ପାଇଁ ଲୁଜ୍ ପାଉଡର ବ୍ୟବହାର କରନ୍ତୁ ।

ଅନ୍ୟପଟେ ଆଇଲାଇନର୍ ଓ ମସ୍କରା ଲଗାଉଥିଲେ, ସେସବୁ ୱାଟରପ୍ରୁଫ୍ ବ୍ୟବହାର କରନ୍ତୁ । ଯଥାସମ୍ଭବ ଲାଇଟ୍ ବା ହାଲୁକା ମେକଅପ୍ ନିଅନ୍ତୁ । ଓଠରେ ଲିପବାମ୍ ଲଗାଇବା ପରେ ମେଟ୍ ଲିପଷ୍ଟିକ୍ ଲଗାଇବା ଉଚିତ ।

ଶେଷରେ ମୁହଁରେ ମେକଅପ୍ ଫିକ୍ସର ସ୍ପ୍ରେ କରି ଟିକିଏ ସମୟ ଶୁଖିବାକୁ ଛିଡି ଦିଅନ୍ତୁ ।