୧୨୪ ବର୍ଷ ପୂର୍ବେ ଗାନ୍ଧୀଙ୍କ ଜୀବନରେ ଘଟିଥିଲା ଏମିତି ଏକ ଘଟଣା,ଯାହା ପରମୂହୁର୍ତ୍ତରେ ତାଙ୍କୁ ମହାତ୍ମା ନାମରେ ଖ୍ୟାତି ଆଣିଦେଇଥିଲା ।

source : Quora

ଅଧିକାଂଶ ଲୋକ ଏବେ ବି ମାନୁଛନ୍ତି ଯେ ବ୍ରିଟିଶ୍ ସରକାରଙ୍କ ବିରୁଦ୍ଧରେ ମହାତ୍ମା ଗାନ୍ଧିଙ୍କ ଲବଣ ସତ୍ୟାଗ୍ରହ ପ୍ରଥମ ଆନ୍ଦୋଳନ ଥିଲା କିନ୍ତୁ ଏହାର ୩୭ ବର୍ଷ ପୂର୍ବେ ଏଭଳି କିଛି ଘଟଣା ଘଟିଥିଲା ଯାହା ଭାରତ ଏବଂ ଆଫ୍ରିକାର ଇତିହାସ ବଦଳାଇଦେଇଥିଲା ।

୧୮୯୩ ମସିହା ଜୁନ୍ ୭ ତାରିଖରେ ଗାନ୍ଧୀଜିଙ୍କ ଭଳି ଜଣେ ନବଯୁବକ ତଥା ଯୁବଓକିଲଙ୍କୁ ଆଫ୍ରିକାର ଏକ ଟ୍ରେନରେ ଯାତ୍ରା କରୁଥିବା ସମୟରେ ବର୍ଣ୍ଣବୈଷମ୍ୟ କାରଣରୁ ରେଳଗାଡିରୁ ଟିଟି ତାଙ୍କୁ ବାହାରକୁ ଫୋପାଡି ଦେଇଥିଲେ । ଏହି ଘଟଣା ତାଙ୍କ ଅନ୍ତର ଆତ୍ମାକୁ ଖୁବ୍ ଆଘାତ ପହଞ୍ଚାଇଥିଲା ।

publive-image

ଗାନ୍ଧୀଜି ସରକାରୀ କାମରେ ପ୍ରଥମ କୋଚରେ ବସି ଡରବନରୁ ପ୍ରେଟୋରିଆ ଯାତ୍ରା କରୁଥିଲେ । ଯେତେବେଳେ ସେ ପ୍ଲାଷ୍ଟ୍ କ୍ଲାସ୍ କମ୍ପାର୍ଟମେଣ୍ଟରେ ବସିଥିଲେ ସେତେବେଳେ ଜଣେ ୟୁରୋପିୟନ୍ ବ୍ୟକ୍ତି ଟିଟିଆଇଙ୍କୁ ଡାକି କହିଥିଲେ ଯେ, “କୁଲି ଭଳି ଦେଖାଯାଉଥିବା ଏହି ବ୍ୟକ୍ତିକୁ ଶୀଘ୍ର କୋଚରୁ ବାହାର କର ।”

ଗାନ୍ଧୀଜି ଯେତେବେଳେ ନିଜର ଟିକେଟ୍ ଦେଖାଇ କମ୍ପାର୍ଟମେଣ୍ଟରୁ ବାହାରିବାକୁ ମନା କଲେ ସେତେବେଳେ ରେଳ କର୍ମଚାରୀମାନେ ପିଟରମେରିଟଜବର୍ଗ ଷ୍ଟେସନରୁ ସାମାନ୍ ସହିତ ତାଙ୍କୁ ବାହାରକୁ ଧକ୍କା ଦେଇଥିଲେ । ଗାନ୍ଧୀଜି ୧ ମାସ ପାଇଁ କଣ୍ଟ୍ରାକ୍ଟରେ ଓଳିଲାତି କରିବା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ,କିନ୍ତୁ ଏହି ଘଟଣା ତାଙ୍କ ମନରେ ଏଭଳି ଭାବେ ଆଘାତ ପହଞ୍ଚାଇଲା ଏବଂ ସେ ଭାରତ ନ ଫେରିବାକୁ ମନସ୍ତ କଲେ ।

publive-image

“ମାଇ ଏକ୍ସପେରିମେଣ୍ଟ ୱିଥ୍ ଟ୍ରୁଥ୍” ପୁସ୍ତକରେ ସେ କହିଥିଲେ ଲେଖିଥିଲେ, କ’ଣ ମୋତେ ମୋ ଅଧିକାର ସାବ୍ୟସ୍ତ କରିବା ପାଇଁ ଲଢିବା ଦରକାର,ନା ଭାରତ ଚାଲିଯିବା ଦରକାର,ନା ଏହି ଘଟଣାକୁ ଭୁଲି ପୁଣି ପ୍ରେଟୋରିଆ ଚାଲିଯିବା ଦରକାର? ଏହା କାପୁରୁଷଙ୍କ ଭଳି କାର୍ଯ୍ୟ ହେବ ଯଦି ମୁଁ ମୋ ଅଧିକାରକୁ ସାବ୍ୟସ୍ତ ନକରି ଏଠାରୁ ଚାଲିଯିବି ।

ଗୋରା ସରକାରଙ୍କୁ ପାନେ ଚଖାଇବା ପାଇଁ ସେ ଦକ୍ଷିଣ ଆଫ୍ରିକାରେ ହିଁ ରହିଲେ ଏବଂ ବିଭିନ୍ନ ଆନ୍ଦୋଳନରେ ଭାଗ ନେଲେ । ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ପ୍ରତି ହେଉଥିବା ନିଷ୍ଠୁରତା ଉପରେ ସେ ନତାଲ ଇଣ୍ଡିଆନ୍ କଂଗ୍ରେସ ସ୍ଥାପନା କରିଥିଲେ । ୧୯୧୪ ମସିହାରେ ସେ ଯେତେବେଳେ ଦକ୍ଷିଣ ଆଫ୍ରିକା ଛାଡିଲେ ତେବେ ପିଟରମେରିଟଜବର୍ଗ ତାଙ୍କ ୧୪୨ ତମ ଜନ୍ମଦିନରେ ୨୦୧୧ ମସିହାରେ ଗାନ୍ଧୀଜିଙ୍କ ନାଁ ଅନୁସାରେ ରେଳ ଷ୍ଟେସନର ନାଁ ଏମ୍.କେ ଗାନ୍ଧି ଦିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe