ସତର୍କ ରୁହନ୍ତୁ ! ପୃଥିବୀର ମାତ୍ର ୩୦୦ କିଲୋମିଟର ଉପରେ ଘୁରି ବୁଲିଛି ବିପଦ, କୌଣସି ବି ମୁହୂର୍ତ୍ତରେ ଘଟିପାରେ ଅଘଟଣ

151

ଆପଣ ପିଲାଦିନେ ଗୋଟିଏ କାହାଣୀ ଶୁଣିଥିବେ । ଆକାଶ ଛିଣ୍ଡି ପଡିଛି  । ଏକ ଡରୁଆ ଠେକୁଆ ଆମ୍ବ ଗଛ ତଳେ ଶୋଇଥିଲା ଆଉ ଏହି ସମୟରେ ତା ମୁଣ୍ଡ ଉପରେ ଏକ ଆମ୍ବ ଖସି ପଡିଥିଲା । ଯାହାଦ୍ୱାରା ଠେକୁଆଟିର ନିଦ ଭାଙ୍ଗି ଯାଇଥିଲା ଆଉ ସେ ଚିକ୍ରାର କରିବା ଆରମ୍ଭ କରିଦେଇଥିଲା  କି ଆକାଶ ଛିଣ୍ଡି ପଡିଛି ଦୌଡ ଦୌଡି । ତେବେ ତା ଦେଖା ଦେଖି ଜଙ୍ଗଳରେ ଥିବା ବାକି ଜୀବଜନ୍ତୁ ମାନେ ମଧ୍ୟ ତା ପଛେ ପଛେ ଦୌଡିବାକୁ ଲାଗିଥିଲେ ଆଉ ସମସ୍ତଙ୍କ ପାଟିରେ ସେହି ଗୋଟିଏ କଥା କି ଆକାଶ ଛିଣ୍ଡି ପଡିଛି । ଶେଷରେ ଯେତେବେଳେ ସେମାନେ ସିଂହ ନିକଟରେ ପହଂଚିଥିଲେ ସେତେବେଳେ ସେ ତାଙ୍କୁ ଆକାଶ କେଉଁଠି ଛିଣ୍ଡି ପଡିଛି ବୋଲି ପଚାରି ଥିଲା । ମାତ୍ର ସିଂହ ସେଠାରେ ଯାଇ ଦେଖେ ତ ଠେକୁଆ ଶୋଇଥଇବା ସ୍ଥାନରେ ଆକାଶ ନୁହେଁ ବରଂ ଏକ  ଆମ୍ବ ହିଁ ପଡିଥିଲା ଆଉ କିଛି ମିଳିନଥିଲା ।

କିନ୍ତୁ ଆମେ ଆପଣଙ୍କୁ ଯେଉଁ ପ୍ରସଙ୍ଗରେ କହିବାକୁ ଯାଉଛୁ ତାହା ଆମ୍ବ ନୁହେଁ ବରଂ ଆକାଶଜନିତ ବିପଦ । ଆଜ୍ଞ ହଁ ! ଆକାଶ ଜନିତ ବିପଦ ଆଉ ଏହି ବିପଦ କୌଣସି ପ୍ରାକୃତିକ ବିପଦ ମଧ୍ୟ ନୁହେଁ ବରଂ ଚୀନ ଦ୍ୱାରା ସୃଷ୍ଟି କରାଯାଇଥିବା ବିପଦ ଅଟେ । ୩୮ ବର୍ଷ ପୂର୍ବରୁ ଆମେରିକୀ ଅନ୍ତରୀକ୍ଷ କେନ୍ଦ୍ର ସ୍କାଇଲ୍ୟାବର ପୃଥିବୀ ଉପରେ ଛିଣ୍ଡି ପଡିବାର ଖବର ପ୍ରଘଟ ପରେ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା କୋକୁଆ ଭୟ । ତେବେ ଏହି ଘଟଣାରେ କୌଣସି ଗମ୍ଭୀର କ୍ଷୟକ୍ଷତି ହୋଇନଥିଲା ।

ବର୍ତ୍ତମାନ ୨୦୧୧ରେ ମହାକାଶ ପଠାଯାଇଥିବା ଚୀନର ପ୍ରଥମ ଅନ୍ତରୀକ୍ଷ କେନ୍ଦ୍ର ତିଆଗଙ୍ଗ-୧ କିଛି ମାସ ମଧ୍ୟରେ ପୃଥିବୀ ଉପରେ ଖ ସିପଡିପାରେ । ହାର୍ଭର୍ଡ ୟୁନିଭର୍ସିଟିର ଗବେଷଣା ମୁତାବକ, ଏହା ଚଳିତ ବର୍ଷ ଅକ୍ଟୋବରରୁ ଆଗାମୀ ଏପ୍ରିଲ ମାସ ମଧ୍ୟରେ କୌଣସି ବି ମୁହୂର୍ତ୍ତରେ ଖସିବାର ସମ୍ଭାବନା ରହିଛି ଏବଂ ଏହାଦ୍ୱାରା ଜନହାନି ହେବାର ଆଶଙ୍କା ମଧ୍ୟ ରହିଛି । ଯାହାକି ପୃଥିବୀଠାରୁ ମାତ୍ର ୩୦୦ କିଲୋମିଟର ଉଚ୍ଚରେ ରହିଛି ।

ଏବେ ଆସନ୍ତୁ ଜାଣିବା କେବେ ଲଂଚ ହୋଇଥିଲା ତିଆଗଙ୍ଗ

• ୨୫  ଜାନୁଆରୀ, ୨୦୦୯ରେ ପ୍ରଥମ ଥର ପାଇଁ ତିଆଗଙ୍ଗ-୧ର ମଡେଲ ଚିନ୍ ନବ ବର୍ଷ କାର୍ଯ୍ୟକ୍ରମରେ ଲଂଚ କରାଯାଇଥିଲା ।

• ୨୯ ସେପ୍ଟେମ୍ବର, ୨୦୧୧ରେ ଏହାକୁ ଲୋଗୋ ମାର୍ଚ୍ଚ ୨ଏଫ-ଜି ରକେର୍ଟ ଭାବେ ଲଂଚ କରାଯାଇ ପୃଥିବୀର ନିମ୍ନ କକ୍ଷରେ ସ୍ଥାପିତ କରାଯାଇଥିଲା ।

• ତିଆଗଙ୍ଗ-୧ ର ଲମ୍ବ ରହିଛି ୧୦.୪ ମିଟର ।

• ଏହାର ଓଜନ ୧୮୫୦୬ କିଲୋଗ୍ରାମ ରହିଥିବା ବେଳେ ଏହାର ବ୍ୟାସ ରହିଛି ୩.୩୫ ମିଟର ।

• ୧ ଅକ୍ଟୋବର ୨୦୧୭ ମଧ୍ୟରେ ଏହା ପୃଥିବୀର ୩୪,୪୭୯ ଥର ଚକ୍କର କାଟି ସାରିଛି ।

ଏଠାରେ ଆମେ କହି ରଖୁଛୁ କି, ଏହା ପୂର୍ବରୁ ବି ମହାକାଶ କେନ୍ଦ୍ରର ପୃଥିବୀ ଉପରେ ଖସି ପଡିବା ଖବର ଦ୍ୱାରା ଲୋକେ ଭୟଭୀତ ହୋଇସାରିଛନ୍ତି । ୧୯୮୨ରେ ଲଂଚ କରାଯାଇଥିବା ସୋଭିଏତ ସଂଘର ସଲ୍ୟୁତ-୭ ଅନିୟନ୍ତ୍ରିତ ହେବା ପରେ ୭ ଫେବୃଆରୀ, ୧୯୯୧ରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା ଏହି ଘଟଣା ଆର୍ଜେଂଟିବାର ରାଜଧାନୀ ବର୍ମୁଡେଜ ସହର ଉପରେ ହୋଇଥିଲା ।

ସେହିପରି ୧୯୭୩ରେ ଲଂଚ ପ୍ରଥମେ ଆମେରିକୀ ମହାକାଶ କେନ୍ଦ୍ର ସ୍କାଇଲ୍ୟାବ ୧୧ ଜୁଲାଇ,୧୯୭୯ରେ ପୃଥିବୀର ଜୈବମଣ୍ଡଳରେ ପ୍ରବେଶ କରିଥିଲା । ସାରା ବିଶ୍ୱରେ ଆଶଙ୍କା ସହିତ ଭୟର ବାୟୁମଣ୍ଡଳରେ ଖେଳି ଯାଇଥିଲା । ତେବେ ଏହାର ଏକ ବଡ ଅଂଶ ତ ଜଳିଯାଇଥିଲା । କିନ୍ତୁ ଅନେକ ଅଂଶ ଅଷ୍ଟ୍ରେଲିଆର ପର୍ଥ ସହରରେ ଖସି ଥିଲା । ତେବେ ଏହାଦ୍ୱାରା କେହି ମୃତାହତ ହୋଇନଥିଲେ ।

ସୌଜନ୍ୟ- ଦୈନିକ ଜାଗରଣ