ଯଦି ଆପଣ ପୋଷ୍ଟ ଗ୍ରଡୁଏଟ କିମ୍ବା ଏମବିଏ ପାସ୍ କରିଛନ୍ତି ତେବେ ଆପଣଙ୍କ ପାଇଁ ଦେଶର ସବୁଠାରୁ ବଡ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଚାକିରିର ସୁବର୍ଣ୍ଣ ସୁଯୋଗ ନେଇ ଆସିଛି । ଏସବିଆଇ, ମାର୍କେଟିଂ କାର୍ଯ୍ୟକାରୀ ସମେତ ଅନେକ ପଦବୀ ଉପରେ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛି । ବଡ କଥା ହେଲା କି, ଏହି ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ କୌଣସି ବି ପରୀକ୍ଷା ଦେବାକୁ ପଡିବ ନାହିଁ ।
କିଭଳି କରିବେ ଆବେଦନ
ଏସବିଆଇ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ Faculty officer ଏବଂMarketing executives ପଦବୀ ସାମିଲ ରହିଛି । ତେବେ ଭିନ୍ ଭିନ୍ନ ପଦବୀ ପାଇଁ ପୋଷ୍ଟ ସଂଖ୍ୟା ମଧ୍ୟ ପୃଥକ ରହିଛି । ଏଥିରେ ମନୋନୀତ ପ୍ରାର୍ଥୀଙ୍କୁ ସାରା ଦେଶରେ କୌଣସି ବି ରାଜ୍ୟରେ ନିଯୁକ୍ତ କରାଯିବ । ଏହି ପଦବୀ ପାଇଁ କୌଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ପୋଷ୍ଟ ଗ୍ରାଜୁଏଟ, ଏମବିଏ କିମ୍ବା ସମକକ୍ଷ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥି ହିଁ ଆବେଦନ କରିପାରିବେ । ଏହି ନିଯୁକ୍ତି ଚୁକ୍ତିଭିତ୍ତିକ ଆଧାରରେ କରାଯିବ ।
ଚୟନ ପ୍ରକ୍ରିୟା
ଏସବିଆଇ ପକ୍ଷରୁ ଜାରି ହୋଇଥିବା ସୂଚନା ମୁତାବକ, ଏହି ପଦବୀ ପାଇଁ ସର୍ବନିମ୍ନ ବୟସ ସୀମା ୨୮ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ୫୫ ବର୍ଷ ବୟସ ଧାର୍ଯ୍ୟ କରାଯାଇଛି । ଏହି ପଦବୀରେ ମନୋନିତ ପ୍ରାର୍ଥୀଙ୍କୁ ୨୫ ଲକ୍ଷରୁ ୪୦ ଲକ୍ଷ ଟଙ୍କା ବାର୍ଷିକ ଦରମା ମିଳିବ । ଉଭୟ ମେରିଟ୍ ଏବଂ ଇଂଟରଭିୟୁ ଜରିଆରେ ଏହିସବୁ ପଦବୀ ଉପରେ ଚୟନ କରାଯିବ ।
ଏଠାରେ ଆମେ କହି ରଖୁଛୁ କି, ଏହି ସବୁ ପଦବୀରେ ଆବେଦନ ପାଇଁ ସାଧାରଣ ଏବଂ ଓବିସି ବର୍ଗର ଆବେଦକଙ୍କୁ ୬୦୦ ଟଙ୍କା ଏବଂ ଅନ୍ୟ ସମସ୍ତ ଆବେଦକଙ୍କୁ ୧୦୦ ଟଙ୍କା ଫିସ୍ ବାବଦକୁ ଜମା କରିବାକୁ ହେବ । ଇଚ୍ଛୁକ ଆଶୀୟୀପ୍ରାର୍ଥୀ ଏସିବିଆଇର ଆଧିକାରୀକ ୱେବସାଇଟ ଜରିଆରେ ଅନଲାଇନ ଆବେଦନ କରିପାରିବେ । ୨୪ ମାର୍ଚ୍ଚ ୨୦୧୯ ସୁଦ୍ଧା ଆବେଦନ କରିପାରିବେ ।