ପୋଲିସ ପଞ୍ଝାରେ କଟୁରୀ ଗ୍ୟାଙ୍ଗ । ରାଜଧାନୀରେ ଆତଙ୍କରାଜ ଚଳାଇଥିବା କଟୁରୀ ଗ୍ୟାଙ୍ଗକୁ ଧରିଲା ପୋଲିସ, ଜବତ କଲା ୧୯ଟି ସୁନା ଚେନ୍ ।

219

କନକ ବ୍ୟୁରୋ : ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟପାଟ କରୁଥିବା କଟୁରୀ ଗ୍ୟାଙ୍ଗକୁ ଧରିଛି କମିସନରେଟ ପୁଲିସ । ଦୀର୍ଘ ଦିନ ଧରି ପଲସର ବାଇକରେ ଆସି କଟୁରୀ ଦେଖାଇ ଲୋକଙ୍କୁ ଭୟଭୀତ କରି ଲୁଟ୍ ଓ ଛିନତାଇ କରୁଥିଲେ ଏହି ଗ୍ୟାଙ୍ଗ୍ । ସେହି କଟୁରୀ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଆଜି ଗିରଫ କରିଛି କମିସନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ।

ସହିଦନଗର ଥାନା ଓ ଖଣ୍ଡଗିରି ଥାନାର ସ୍ପେଶାଲ ଟିମ ମିଳିତ ଭାବେ କଟୁରୀ ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ପାଖରୁ ୧୯ଟି ସୁନା ଚେନ, ୬କୋଲି ୨ଶହ ଗ୍ରାମ ଓଜନର ରୁପା ଅଳଙ୍କାର ଓ ୧୩ ହଜାର ୬ଶହ ନଗଦ ଟଙ୍କା ଜବତ କରାଯାଇଛି । ମହାମାରୀ ପାଇଁ ଏବେ ରାସ୍ତାଘାଟ ପ୍ରାୟତଃ ଖାଁ ଖାଁ ରହୁଛି । ତେଣୁ ଏହାକୁ ସୁଯୋଗ ବୋଲି ଧରି ନେଇଛନ୍ତି କିଛି ଗ୍ୟାଙ୍ଗ୍ । ରାସ୍ତା ମଝିରେ ଲୋକଙ୍କ ଗାଡି ଅଟକାଇ କେତେବେଳେ ଲୁଟ୍ କରାଯାଉଛି ତ ପୁଣି କେତେବେଳେ ମର୍ଣ୍ଣିଂ ୱାର୍କ ବେଳେ ସୁନା ଚେନ୍ ଛିଣ୍ଡାଇ ନେଇ ଯାଉଥିବା ଭଳି ଘଟଣା ସାମ୍ନାକୁ ଆସୁଛି । ଏଭଳି ସ୍ଥଳେ କଟୁରୀ ଗ୍ୟାଙ୍ଗକୁ ଗିରଫ କରିବା କମିଶନରେଟ ପୋଲିସ ପାଇଁ ବଡ ସଫଳତା ବୋଲି କୁହାଯାଉଛି ।