କନକ ବ୍ୟୁରୋ: ଓଏଲଏକ୍ସରେ ଗାଡି ବିକିବାକୁ ଚାହୁଁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ୍ ଆପଣ ବି ହୋଇପାରନ୍ତି ଲୁଟର ଶିକାର । କାହିଁକି ନାଁ, ଅମିତ ପାତ୍ର ନାମକ ଜଣେ ବ୍ୟକ୍ତିକୁ ଆଜି ପୋଲିସ ଗିରଫ କରିବା ପରେ ଗାଡି ଚୋରି ଘଟଣାର ଏକ ନୂଆ ତରିକା ଦେଖିବାକୁ ମିଳିଛି ।

Advertisment

ଗଞ୍ଜାମ ଅଂଚଳର ଯୁବକ ଅମିତ ପାତ୍ର ଓଏଲଏକ୍ସରେ ଗାଡି ବିକିବା ବିଜ୍ଞାପନ ଦେଖିବା ପରେ ଏହାକୁ କିଣିବାକୁ ଆଗ୍ରହ ଦେଖାଉଥିଲା । ହେଲେ ଏଥିପାଇଁ ଗାଡି ଟେଷ୍ଟ ଡ୍ରାଇଭ୍ କରିବା ନାଁରେ ସେ ଗାଡି ଧରି ଫେରାର ହୋଇଯାଉଥିଲା । ଗଞ୍ଜାମରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁ ଥାନାରେ ଏଥିପାଇଁ ଅମିତ ନାଁରେ ଅଭଯୋଗ ରହିଛି । ଗତ ୨୦୧୯ରେ ବାବୁ ଜଣକ ଏମିତି ଠକେଇ କରି ଜେଲ ଯାଇଥିଲେ । ଆଉ ଜେଲରୁ ମୁକୁଳିବା ପରେ ପୁଣି ସେହି ବାଇକ ଚୋରି ଆରମ୍ଭ କରିଦେଇଥିଲା । ଏବେ ଅମିତ ସ୍ପେଶାଲ ସ୍କ୍ୱାଡ ହାତରେ ଧରାପଡିବା ସହିତ ଚୋରି ହୋଇଥିବା ବାଇକକୁ ପୁଣି ଫେରିପାଇଛନ୍ତି ଲୋକେ ।

ଭୁବନେଶ୍ୱର ସ୍ପେଶାଲ ସ୍କାର୍ଡ ଅଫିସ ଆଗରେ ଥୁଆ ହୋଇଥିବା ଅନେକ ନାମୀଦାମୀ ବାଇକ ଆଉ ସ୍କୁଟିକୁ ରାଜ୍ୟର ବିଭିନ୍ନ ଉପାନ୍ତ ଅଂଚଳରେ ବିକିଥିଲା ଅମିତ । ଆଉ ରୋଜଗାର କରୁଥିଲା ଲକ୍ଷାଧିକ ଟଙ୍କା । ଅମିତର ଚୋରି କରୁଥିବା ତରିକା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । କେବଳ ଓଲଏକ୍ସରେ ଗାଡି ବିକିବା ପାଇଁ ଯିଏ କହୁଥିଲେ ସେମାନଙ୍କୁ ଟାର୍ଗେଟ କରୁଥିଲା ଅମିତ । ଗାଡି କିଣିବା ପାଇଁ ଦେଖା କରୁଥିଲା ଆଉ ଟେଷ୍ଟ ଡ୍ରାଇଭରରେ ନେଇକି ଫେରାର ହୋଇଯାଉଥିଲା । ଯାହା ପରେ ପୋଲିସ ତାକୁ ଗିରଫ କରି ଏବେ ଏହି ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରିଛି ।