ଏଣିକି ବିନା ସିମରେ ଉଭୟ ମୋବାଇଲ ଓ ଲ୍ୟାଣ୍ଡଲାଇନ ନମ୍ବରକୁ କରିହେବ କଲ୍ । ଜାଣନ୍ତୁ କିପରି

48

ଖୁବ୍ ଶୀଘ୍ର ୱାଇଫାଇ ଫୋନରୁ ହୋଇପାରିବ ଟେଲିଫୋନ୍ କଲ୍ । ଇଂଟରନେଟ୍ ଟେଲିଫୋନି ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ । ଖୁବ୍ ଶୀଘ୍ର ୱାଇଫାଇ ନେଟୱର୍କରୁ ଟୋଲିଫୋନ୍ କଲ୍ ସମ୍ଭବ ହୋଇପାରିବ । ଏପରି ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଆନ୍ତଃମନ୍ତ୍ରାଳୟ ଟେଲିକମ୍ କମିଶନ୍ । ୱାଇଫାଇ ନେଟୱର୍କରୁ ଉଭୟ ମୋବାଇଲ ଓ ଲ୍ୟାଣ୍ଡଲାଇନ୍କୁ କଲ୍ କରିବା ସମ୍ଭବ ହୋଇପାରିବ । ଏଥିପାଇଁ ଟେଲିଫୋନ୍ ଅପରେଟରଙ୍କୁ ନୂଆ ଲାଇସେନ୍ସ ହାସଲ କରିବାକୁ ପଡିବ ।

ଯାହା ଫଳରେ ଲାଇସେନ୍ସ ପ୍ରାପ୍ତ ଅପରେଟର ଗ୍ରାହକଙ୍କୁ ନୂଆ ମୋବାଇଲ ନମ୍ବର ଦେଇପାରିବେ । ଏହି ମୋବାଇଲ ନମ୍ବର ପାଇଁ ସିମ୍ କାର୍ଡ ଆବଶ୍ୟକ ହେବ ନାହିଁ । ଏକ ଇଂଟରନେଟ୍ ଟେଲିଫୋନି ଆପ୍ ଡାଉନଲୋଡ୍ କରି ଫୋନକୁ ଆକ୍ଟିଭେଟ୍ କରାଯାଇ ପାରିବ । ଟ୍ରାଇ ପକ୍ଷରୁ ଗତ ବର୍ଷ ଅକ୍ଟୋବର ମାସରେ ଏହି ପ୍ରସ୍ତାବର ସୁପାରିଶ କରାଯାଇଥିଲା । ବିଶେଷ କରି କଲ୍ ଡ୍ରପ୍ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାହକଙ୍କୁ ନୂଆ ବିକଳ୍ପ ଦେବା ପାଇଁ ଏହି ପ୍ରସ୍ତାବ ସୁପାରିଶ କରିଥିଲା ଟ୍ରାଇ ।