ଏଣିକି ଆଉ ଚିରିବ ନାହିଁ କି ଫାଟିବ ନାହିଁ ନୋଟ୍ ? ବଜାରକୁ ଆସୁଛି ପ୍ଲାଷ୍ଟିକ୍ ନୋଟ୍, ଜାଣନ୍ତୁ କ’ଣ ରହିଛି ଏହି ନୋଟର ବିଶେଷତ୍ୱ

29

ଏଣିକି ଆପଣଙ୍କ ନୋଟ୍ ନା ତ ଚିରିବ-ଫାଟିବ ନା ହିଁ ପାଣିରେ ଓଦା ହେବ । କାହିଁକି ନା ରିଜର୍ଭ ବ୍ୟାଙ୍କ ନୋଟକୁ ଆହୁରୀ ସୁରକ୍ଷିତ ରଖିବା ପାଇଁ ପ୍ଲାଷ୍ଟିକରେ ପ୍ରସ୍ତୁତ କରିବାର ଯୋଜନା ଜୋରଦାର ଚଳାଇଛି । ଖାଲି ଏତିକି ନୁହେଁ ଏହି ନୋଟରେ ଏକ ସ୍ୱତନ୍ତ୍ର ଚକ୍ଟକ୍ଷସଗ୍ଦଷରୟ-ଙ୍ଖବକ୍ସଦ୍ଭସଗ୍ଦଷ ରହିବ ଏବଂ ନୋଟର ମ୍ୟାଟେରିଆଲରେ ମଧ୍ୟ ଅନେକ ପରିବର୍ତ୍ତନ କରାଯିବ ।

ମିଳିଥିବା ସୂଚନା ମୁତାବକ, ନୋଟରେ ବ୍ୟବହୃତ ମ୍ୟାଟେରିଆଲରେ କଟର୍ଣ୍ଣର ବ୍ୟବହାର ଖୁବ୍ କମ କରାଯାଇ ପ୍ଲାଷ୍ଟିକର ମାତ୍ରାକୁ ବଢାଇ ଦିଆଯିବ । କାରଣ ବର୍ତ୍ତମାନ ପ୍ରଚଳିତ ନୋଟରେ ପାଖାପାଖି ୭୫ ପ୍ରତିଶତ କଟର୍ଣ୍ଣ ବ୍ୟବହାର କରାଯାଉଛି । ତେବେ ପ୍ଲାଷ୍ଟିକ ନୋଟର ଟ୍ରାଏଲ ଉପରେ କାମ ଏବେ ଆରମ୍ଭ ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ ୧୦ ଟଙ୍କାର ପ୍ଲାଷ୍ଟିକ ନୋଟ ଆସିବ । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ୨୦୧୭-୧୮ରେ ୫୨୨୭୮୩ ନୋଟ୍ ଖରାପ ହୋଇଯାଇଥିବା ଆରବିଆଇ ପକ୍ଷରୁ କୁହାଯାଇଛି । ଯେଉଁଥିରେ ୧୦୦ ଟଙ୍କିଆ ଖରାପ ନୋଟର ସଂଖ୍ୟା ୩୫ ପ୍ରତିଶତ ରହିଥିବା ବେଳେ ୫୦ ଟଙ୍କିଆ ନୋଟର ସଂଖ୍ୟା ୧୫୪.୩ ପ୍ରତିଶତ ବଢିଛି ।

ଏଠାରେ ଆମେ କହି ରଖୁଛୁ କି, ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)କୁ ପ୍ଲାଷ୍ଟିକ୍ ନୋଟକୁ ପରୀକ୍ଷାମୂଳକ ଭାବେ ପ୍ରଚଳନ କରିବାକୁ ଅନୁମତି ଦେଇଛନ୍ତି। ପ୍ଲାଷ୍ଟିକ୍ ସବଷ୍ଟ୍ରାଟ୍ କିଣିବା ପାଇଁ ଅନୁମତି ଦିଆଯାଇଛି। କଟନ୍ ସବଷ୍ଟ୍ରାଟ୍ ବ୍ୟାଙ୍କ ନୋଟ୍ ତୁଳନାରେ ପ୍ଲାଷ୍ଟିକ୍ ନୋଟର ଜୀବନ ଅବଧି ଅଧିକ। ସମଗ୍ର ବିଶ୍ବରେ କେନ୍ଦ୍ରୀୟ ବ୍ୟାଙ୍କ ଗତ କିଛି ବର୍ଷ ହେଲା ବ୍ୟାଙ୍କ ନୋଟ୍ର ଜୀବନ ଚକ୍ର ବୃଦ୍ଧି ପାଇଁ ପ୍ଲାଷ୍ଟିକ୍ ନୋଟ୍ ଭଳି ବିକଳ୍ପକୁ ଚୟନ କରୁଛନ୍ତି ବୋଲି ସେ କହିଛନ୍ତି।

ଆର୍ବିଆଇ ଫିଲ୍ଡ ଟ୍ରାଏଲ ପରେ ସମଗ୍ର ଦେଶରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବ। ୨୦୧୪ ଫେବ୍ରୁଆରୀରେ ସରକାର ପ୍ରଥମ ଥର ୧୦ ଟଙ୍କା ମୂଲ୍ୟର ପ୍ଲାଷ୍ଟିକ୍ ନୋଟ୍ର ଫିଲ୍ଡ ଟ୍ରାଏଲ ପାଇଁ ଅନୁମତି ଦେଇଥିଲେ। ସେହିପରି ପ୍ଲାଷ୍ଟିକ୍ ନୋଟର ହାରାହାରି ଆୟୁଷ ୫ ବର୍ଷ। ଏହାକୁ ନକଲି କରିବା ମଧ୍ୟ କଷ୍ଟକର। ଏଥିସହିତ ପ୍ଲାଷ୍ଟିକ୍ ନୋଟ୍ କାଗଜ ନୋଟ୍ ଠାରୁ ଅଧିକ ପରିଷ୍କାର ମଧ୍ୟ ରହିବ।