ଯଦି ଦିନରେ ଥରେ କୌଣସି କାରଣରୁ କଟାଯାଇଛି ଆପଣଙ୍କ ଗାଡିର ଚାଲାଣ ! ତେବେ ପୂନର୍ବାର ଚାଲାଣ କାଟିପାରିବନି ପୁଲିସ୍, ଜାଣନ୍ତୁ ଆପଣଙ୍କ ଅଧିକାର ସଂପର୍କରେ..

ଯଦି ଦିନରେ ଥରେ କୌଣସି କାରଣରୁ କଟାଯାଇଛି ଆପଣଙ୍କ ଗାଡିର ଚାଲାଣ ! ତେବେ ପୂନର୍ବାର ଚାଲାଣ କାଟିପାରିବନି ପୁଲିସ୍, ଜାଣନ୍ତୁ  ଆପଣଙ୍କ ଅଧିକାର ସଂପର୍କରେ..

ଆପଣ ଅଧିକାଂଶ ସମୟରେ ଲୋକଙ୍କୁ ନିୟମ ଉଲ୍ଲଘଂନ କରୁଥିବାର ଦେଖିଥିବା କିମ୍ବା ଶୁଣିଥିବେ । ତେବେ ସେ ଟ୍ରାଫିକ୍ ନିୟମ ସହ ଜଡିତ ହେଉ କିମ୍ବା କୌଣସି ଅପରାଧିକ ମାମଲା ସହ ଜଡିତ ହୋଇଥାଉ । ଆଜି ଆମେ ଆପଣଙ୍କୁ ଭାରତର ଏଭଳି କିଛି ଆଶ୍ଚର୍ଯ୍ୟ ଜନକ ତଥା ଗୁରୁତ୍ୱପୂର୍ଣ୍ଣ ନିୟମ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ କାମରେ କେବେ ନା କେବେ ନିଶ୍ଚୟ ଆସିପାରେ ।

• ୨୦୧୧ରେ ମିନିଷ୍ଟ୍ରି ଅଫ୍ ଓମେନ ଆଣ୍ଡ ଚାଇଲ୍ଡ ଡେଭଲପମେଂଟ୍ ପକ୍ଷରୁ ନିୟମ ପ୍ରଣୟନ କରାଯାଇଛି କି, ଜଣେ ଏକୁଟିଆ ରହୁଥିବା ପୁରୁଷ କୌଣସି ଝିଅକୁ ବା ଶିଶୁ କନ୍ୟାକୁ ପୌଷ୍ୟଗ୍ରହଣ କରିପାରିବେ ନାହିଁ ।

• ଆପଣ ଜାଣିଛନ୍ତି କି, ଯଦି ଆପଣଙ୍କର ଗାଡିର ଗୋଟିଏ ଦିନରେ ଥରେ ମାତ୍ର କୌଣସି କାରଣରୁ ଚାଲାଣ କଟାଯାଇଥିବ ତେବେ ସାରା ଦିନ ଆଉ ଚାଲାଣ କଟାଯିବ ନାହିଁ ।

• ଗୋଟିଏ ଆଇନ ବଳରେ ଆପଣଙ୍କ ଇଚ୍ଛା ଥାଉ କି ନ ଥାଉ ସରକରା ଆପଣଙ୍କର ଜମି କିଣିପାରିବେ ।

• ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଫ୍ୟାକ୍ଟ୍ରିଜ୍ ଆକ୍ଟ ୧୯୪୮ ଅନୁଯାୟୀ ଭାରତରେ ମହିଳାମାନେ ରାତିରେ କୌଣସି କାରଖାନା ବା କଂପାନୀରେ କାମ କରିବା ଆଇନ ବିରୋଧରେ ଅଟେ ।

• ସେହିପରି ସୂର୍ଯ୍ୟ ଅସ୍ତ ହେବା ପରେ ଏବଂ ସକାଳ ସୂର୍ଯ୍ୟୋଦୟ ହେବା ପୂର୍ବରୁ କୌଣସି ବି ପୁଲିସ୍ କୌଣସି ବି ମହିଳାକୁ ଗିରଫ କରିପାରିବେ ନାହିଁ । ତେବେ ସେ ମହିଳା ଜଣକ ଯେତେ ବଡ ଅପରାଧ କରିଥାଆନ୍ତୁ ନା କାହିଁକି ।

ମହିଳାଙ୍କୁ ଦିଆଯାଇଥିବା କିଛି ଅଧିକାର

ରାତିରେ ମହିଳାଙ୍କୁ ଗିରଫ କରିପାରିବ ନାହିଁ ପୁଲିସ

ସୁପ୍ରିମକୋର୍ଟ ଆଦେଶ ଅନୁସାରେ କୌଣସି ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ଗିରଫ କରାଯାଇ ପାରିବ ନାହିଁ। ପ୍ରାୟତଃ ୬ଟା ପରେ ସୂର୍ଯ୍ୟ ଅସ୍ତ ହୋଇଯାଆନ୍ତି। ଅନେକ ମହିଳା ନିଜର ଏହି ଅଧିକାର ବିଷୟରେ ଅଜ୍ଞ ଥାଆନ୍ତି। ମହିଳା ପୁଲିସ୍‌ ମଧ୍ୟ ମହିଳାଙ୍କୁ ରାତିରେ ଗିରଫ କରିପାରିବେ ନାହିଁ। ତେବେ ସଙ୍ଗୀନ ପରିସ୍ଥିତି ହୋଇଥିଲେ ଲିଖିତ ଆକାରରେ ମାଜଷ୍ଟ୍ରେଟଙ୍କ ଠାରୁ ଅନୁମତି ଆଣି ଗିରଫ କରାଯାଇପାରିବ।

ଗୋପନୀୟତା ଅଧିକାର

ଦୁଷ୍କର୍ମ ପୀଡିତା ନିଜର ବୟାନ ଗୋପନ ସ୍ଥାନରେ ଦେବାର ଅଧିକାର ରହିଛି। ତେବେ ଏହି ସମୟରେ କେବଳ ମାଜିଷ୍ଟ୍ରେଟ୍‌ ହିଁ ମହିଳାଙ୍କ ସହିତ ରହିପାରିବେ। ପୀଡିତା ମହିଳା ଜଣକ କେବଳ ମହିଳା କନେଷ୍ଟବଳ ଓ ପୁଲିସ ଅଧିକାରୀଙ୍କୁ ଗୋପନୀୟ ଭାବେ ନିଜର ବୟାନ ଦେଇପାରିବେ। ଏହିପରି ଘଟଣାରେ ପୁଲିସ ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ବୟାନ ଦେବା ପାଇଁ ବାଧ୍ୟ କରିପାରିବ ନାହିଁ।

ଅନେକ ସମୟ ବ୍ୟବଧାନରେ ଅଭିଯୋଗ କରିପାରିବେ ମହିଳା

ସମାଜ, ପରିବାର ଓ ଅନ୍ୟ କୌଣସି କାରଣ ବଶତଃ ପୀଡିତା ଯଦି ଘଟଣାଦିନ ଅଭିଯୋଗ କରିପାରି ନାହାନ୍ତି, ତେବେ ପରେ ମହିଳା ଅଭିଯୋଗ କରିପାରିବେ। ଆଉ ପୁଲିସ୍‌ କମ୍ଲେନ ରେଜିଷ୍ଟର କରିବା ପାଇଁ ମନା କରିପାରିବେ ନାହିଁ। ମହିଳା ଇମେଲ ଜରିଆରେ ମଧ୍ୟ ଅଭିଯୋଗ କରିପାରିବେ।

ପଚରା ଉଚରା ପାଇଁ ଡାକି ପାରିବେ ନାହିଁ ପୁଲିସ

କୌଣସି ମହିଳାଙ୍କୁ ପଚରାଉଚୁରା ପାଇଁ ପୁଲିସ ଷ୍ଟେସନ୍‌ ଡକାଯାଇ ପାରିବ ନାହିଁ। ପୁଲିସ ମହିଳାଙ୍କୁ ତାଙ୍କ ଘରେ କେହି ମହିଳା କନେଷ୍ଟବଳଙ୍କ ଉପସ୍ଥିତିରେ ପଚରାଉଚୁରା କରିପାରିବେ।

ଜିରୋ ଏଫଆଇଆର ଅଧିକାର

ଦୁଷ୍କର୍ମ ପୀଡିତାଙ୍କୁ ଜିରୋ ଏଫଆଇଆରର ଅଧିକାର ରହିଛି। ଏପରି କେସରେ ମହିଳା କୌଣସି ବି ପୁଲିସ ଷ୍ଟେସନରେ ଅଭିଯୋଗ ରେଜିଷ୍ଟର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe