ହୁସିଆର୍ ! ଚାକିରି ନେଇଯିବ ସୋସିଆଲ ମିଡିଆ । ଫେସବୁକ୍, ହ୍ୱାଟସଆପ ଓ ଟୁଇଟରେ କଣ କରିବେ ପୋଷ୍ଟ, ଏନେଇ କଂପାନୀ ପକ୍ଷରୁ ଜାରି ହେଲା ନୂଆ ଗାଇଡଲାଇନ୍ସ

30

ଆଜିକା ଦିନରେ ସୋସିଆଲ ମିଡିଆ ଜଣେ ବ୍ୟକ୍ତି ପାଇଁ ବେଶି ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । କାରଣ ବିଶ୍ୱର ପାଖାପାଖି ଅଧିକାଂଶ ଲୋକ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି । ବଡ କଥା ହେଲା, ସୋସିଆଲ ମିଡିଆର ପ୍ରଭାବ ଯେତିକି ଭଲ ରହିଛି ଠିକ୍ ସେତିକି ମଧ୍ୟ ଏହାର କିଛି ଖରାପ ପ୍ରଭାବ ରହିଛି । ଏହି ସୋସିଆଲ ମିଡିଆ କାରଣରୁ ଦେଶରେ ଅନେକ ଅରାଜକତା ତଥା ହିଂସା, ଦଙ୍ଗା ଆଦି ସୃଷ୍ଟି ହୋଇଥିବା ନେଇ ଅନେକ ନଜୀର ରହିଛି । ତେଣୁ ସୋସିଆଲ ମିଡିଆର କୁପ୍ରଭାବକୁ ଦୃଷ୍ଟିରେ ରଖି ଏବଂ ନିଜର ଜଶ କାଏମ ରଖିବା ପାଇଁ ବର୍ତ୍ତମାନ ବିଭିନ୍ନ କଂପାନୀମାନେ ସତର୍କତା ଅବଲମ୍ବନ କରୁଛନ୍ତି ।

କଂପାନୀ ମାନେ ବିଶେଷ କରି ନିଜ କର୍ମଚାରୀଙ୍କ ଫେସବୁକ ଏବଂ ଟୁଇଟର ଆକାଉଂଟ ଉପରେ ନଜର ରଖୁଛନ୍ତି । କାରଣ ସେମାନଙ୍କ ଭୟ ରହିଛି କି କୌଣସି କର୍ମଚାରୀଙ୍କ କାରଣରୁ କଂପାନୀର କୌଣସି ବି ପ୍ରକାରର କ୍ଷତି ନହେଉ ବୋଲି । ଯାହାକୁ ନେଇ ଏବେ ବିଭିନ୍ନ କଂପାନୀ ମାନେ କିଛି ଗାଇଡଲାଇନ୍ସ ପ୍ରସ୍ତୁତ କରିଛନ୍ତି ଆଉ କିଛି କଂପାନୀମାନେ ବି ଏହି ନିୟମକୁ କାର୍ଯ୍ୟକାରୀ ମଧ୍ୟ କରିସାରିଲେଣି । ଯଦି କୌଣସି ବି କର୍ମଚାରୀ କଂପାନୀ ନିର୍ଦ୍ଦେଶିତ ଏହି ଗାଇଡଲାଇନ୍ସ ପାଳନ ନକରନ୍ତି ତେବେ ତାଙ୍କୁ ଚାକିରିରୁ ବହିଷ୍କୃତ କରିଦିଆଯିବ ବୋଲି କଂପାନୀ ତରଫରୁ ରୋକଠୋକ ମଧ୍ୟ ଶୁଣାଇଦିଆଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଗାଇଡଲାଇନ୍ସ ସଂପର୍କରେ. . .

• ଫେସବୁକ୍, ଟୁଇଟର ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାର୍ଟଫର୍ମରେ କିଛି ଲେଖିବା ବା ପୋଷ୍ଟ କରିବା ସମୟରେ ବହୁ ଭାବି ଚିନ୍ତି ପୋଷ୍ଟ କରିବାକୁ କଂପାନୀ ନିର୍ଦ୍ଦେଶ ଦେଇଛି । କାରଣ ଅଧିକାଂଶ ସମୟରେ କିଛି କଥା ଅନ୍ୟକୁ ହସାଇବା ଉଦ୍ଦେଶ୍ୟରେ ଲୋକେ ଲେଖିପକାନ୍ତି ମାତ୍ର ଏହା ଜରୁରୀ ନୁହେଁ କି ଲେଖାଟି ସମସ୍ତଙ୍କୁ ଭଲ ଲାଗିପାରେ । ଅନେକ ସମୟରେ କୌଣସି ଫେସବୁକ୍ ପୋଷ୍ଟକୁ ତାକୁ ଲେଖିଥିବା ବ୍ୟକ୍ତି ବିଶେଷଙ୍କ ରାୟ ବା ବିଚାରଧାରା ଦୃଷ୍ଟି କୋଣରୁ ସ୍ୱୀକାର କରାଯାଇଥାଏ । କିନ୍ତୁ ଏବେ ଏହି କଥାକୁ ନେଇ ବହୁ ବାଦବିବାଦ ସୃଷ୍ଟି ହେଉଛି । କାରଣ କର୍ମଚାରୀମାନଙ୍କର ଏହି ପୋଷ୍ଟ କଂପାନୀର ପ୍ରତିଷ୍ଠା ଉପରେ ପ୍ରଭାବ ପକାଇପାରେ । କଂପାନୀର ଇମେଜ ନଷ୍ଟ ହୋଇପାରେ । ଏଠାରେ ଆମେ କହି ରଖୁଛୁ କି, କିଛିଦିନ ତଳେ କଠୁଆ ଦୁଷ୍କର୍ମକୁ ନେଇ କଫେସବୁକରେ କରିଥିବା ବିବାଦୀୟ ପୋଷ୍ଟ କାରଣରୁ ତାଙ୍କୁ ଚାକିରିରୁ ବିଦା କରିଦିଆଯାଇଛି ।

• ବିଦେଶରେ ସୋସିଆଲ ମିଡିଆକୁ ନେଇ ପୂର୍ବରୁ ହିଁ କର୍ପୋରେଟ ଗାଇଡଲାଇନ୍ସ ପ୍ରସ୍ତୁତ ହୋଇଛି । ସେଠାକାର କର୍ମଚାରୀମାନଙ୍କର ସୋସିଆଲ ମିଡିଆ ଗତିବିଧି ଉପପେରେ ତିକ୍ଷିଣ ନଜର ମଧ୍ୟ ରଖାଯାଉଛି । ଆଉ ଏବେ ଭାରତରେ ମଧ୍ୟ କଂପାନୀମାନେ ଏହାକୁ ଫଲୋ କରିବା ଆରମ୍ଭ କରିଦେଲେଣି ।

• ସୋସିଆଲ ମିଡିଆରେ କୌଣସି କର୍ମଚାରୀ କୌଣସି ପ୍ରକାରର ଆପତିଜନକ ଭିଡିଓ, ଫଟୋ କିମ୍ବା ମେସେଜ ସେୟାର କରିପାରିବେ ନାହିଁ ।

• ସେହିପରି, କୌଣସି କର୍ମଚାରୀଙ୍କ ସୋସିଆଲ ମିଡିଆ ଆକାଉଂଟରେ କୌଣସି ପ୍ରକାରର ଧାର୍ମିକ ଭିଡିଓ, ଫଟୋ, ଟେକ୍ସଟ, ଐତିହାସିକ ବିଷୟ ବସ୍ତୁ ମଧ୍ୟ ସେୟାର ନହେବ ଦରକାର ।

• ସୋସିଆଲ ମିଡିଆ ଆକାଉଂଟରେ ଜାତି କିମ୍ବା ଧାର୍ମିକ ଭାବନା, ଯାହା ଅନ୍ୟକୁ କଷ୍ଟଦେଲା ଭଳି କିମ୍ବା ଉତକ୍ଷିପ୍ତ କଲା ଭଳି କଂଟେଂଟ ସେୟାର ନହେବା ଦରକାର । ତେବେ ଏହି ନିୟମ ମଧ୍ୟ ଭିଡିଓ, ଫଟୋ, ଅଡିଓ ଏବଂ ଟେକ୍ସଟ ସମସ୍ତ ଫର୍ମାଟ ଉପରେ ବି କାର୍ଯ୍ୟକାରୀ ଅଟେ ।

• ଯଦି ଏହି ମାମଲାରେ କୌଣସି କର୍ମଚାରୀଙ୍କ ନାଁ ସାମ୍ନାକୁ ଆସେ ତେବେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇପାରେ ବୋଲି କଂପାନୀ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

ସୌଜନ୍ୟ: ନ୍ୟୁଜ୍-୧୮