ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅପ ଇଣ୍ଡିଆ ନିଜ ଗ୍ରାହକମାନଙ୍କୁ ଚେତାବନୀ ଦେଇ କହିଛି କି, ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲକୁ ନେଇ କିଛିଦିନ ହେଲା ଏକ ଏସଏମଏସ ଲୋକମାନଙ୍କ ନିକଟକୁ ପଠାଯାଉଛି , ଯାହାକି ଏକ ମିଥ୍ୟା ଖବର ଅଟେ । ତେଣୁ ଏଭଳି ମେସେଜ ଆସିଲେ ତୁରନ୍ତ ତାକୁ ବ୍ଲକ କରିଦିଅନ୍ତୁ , ନଚେତ ବ୍ୟାଙ୍କ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ।

Advertisment

ସୂଚନା ମୁତାବକ, ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ଯେତିକି ଆଖେଇ ଆସୁଛୁ, ସେତିକି ଏହାକୁ ନେଇ ବିଭିନ୍ନ ପ୍ରକାରର ବିଭ୍ରାନ୍ତିକର ଖବର ସାମ୍ନାକୁ ଆସୁଛି । ଯାହା ଏବେ ବ୍ୟାଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଇତି ମଧ୍ୟରେ ଇନକମ ଟାକ୍ସ ଡିପାର୍ଟମେଂଟ ନାଁରେ ଏକ ଏସଏମଏସ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି, ଯେଉଁଥିରେ ସ୍ପଷ୍ଟ ଲେଖାଯାଇଛି , ଆପଣ ଆପଣଙ୍କ ଇନକମ ଟାକ୍ସ ରିଟର୍ନ ଫାଇଲ ତୁରନ୍ତ ଭରନ୍ତୁ ନଚେତ ଆପଣ ଅସୁବିଧାରେ ପଡିପାରନ୍ତି । ଖାଲି ଏତିକି ନୁହେଁ , ଏହି ମେସେଜରେ ରିଫଣ୍ଡ ଆମାଉଂଟ ପାଇବା ପାଇଁ ଗ୍ରାହକଙ୍କ ସୂଚନା ମଧ୍ୟ ମଗାଯାଉଛି । ଏଠାରେ ଆମେ କହି ରଖୁଛୁ କି, ଇନକମ ଟାକ୍ସ ଡିପାର୍ଟମେଂଟ କେବେ ବି ଏଭଳି ପ୍ରକାରର କୌଣସି ବି ସୂଚନା ମାଗି ନଥାଏ ।

ସତର୍କ ରୁହନ୍ତୁ । କାରଣ ଆୟକର ରିଫଣ୍ଡ ସମ୍ବନ୍ଧିତ କିଛି ଏସଏମଏସ ଆପଣଙ୍କ ବ୍ୟକ୍ତିଗତ ସୂଚନା ଚୋରାଇ ନେଇପାରେ । ଏଭଳି ପରିସ୍ଥ୍ିତରେ ଗ୍ରାହକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇ କୁହାଯାଇଛି କି, ଏଭଳି ପ୍ରକାରର ଏସଏମଏସକୁ ଅଣଦେଖା କରନ୍ତୁ କିମ୍ବା ତାକୁ ବ୍ଲକ୍ କରିଦିଅନ୍ତୁ । ଯଦି ଆପଣଙ୍କ ବ୍ୟକ୍ତିଗତ ତଥ୍ୟର କୌଣସି ପ୍ରକାରେ ସେମାନଙ୍କ ପାଖରେ ପହଂଚିଯାଏ ତେବେ ଏସବିଆଇ ସହ ତୁରନ୍ତ ଯୋଗାଯୋଗ କରନ୍ତୁ । ବ୍ୟାଙ୍କ ଏହାକୁ ନେଇ ଏକ ଭିଡିଓ ମଧ୍ୟ ଜାରି କରିଛି । ଯେଉଁଥିରେ କୁହାଯାଇଛି କି, ଏହି ଏସଏମଏସ ଉପରେ ଯେମିତି ହିଁ ଆପଣ କ୍ଲିକ୍ କରିବେ ସେମିତି ହିଁ ଆପଣ ଜମା କରିଥିବା ସମସ୍ତ ଟଙ୍କା ହ୍ୟାକର୍ସଙ୍କ ହାତୁ ଚାଲିଯିବ । ତେଣୁ ଏଭଳି ଏସଏମଏସକୁ ସବୁ ବେଳେ ଅଣଦେଖା କରନ୍ତୁ ।