ସ୍ମୃତି ଇରାନୀଙ୍କ ଖୋଲା ଚିଠି ! ପ୍ରଧାନମନ୍ତ୍ରୀ ମୋଦି ଦେଶ ପାଇଁ ଚିନ୍ତା କରୁଥିବାବେଳେ ସୋନିଆ କରନ୍ତି ନିଜ ପରିବାରର ଚିନ୍ତା

ସ୍ମୃତି ଇରାନୀଙ୍କ ଖୋଲା ଚିଠି ! ପ୍ରଧାନମନ୍ତ୍ରୀ ମୋଦି ଦେଶ ପାଇଁ ଚିନ୍ତା କରୁଥିବାବେଳେ ସୋନିଆ କରନ୍ତି ନିଜ ପରିବାରର ଚିନ୍ତା

ସ୍ମୃତି ଇରାନୀଙ୍କ ଟାଗେର୍ଟରେ କଂଗ୍ରେସ ମହାମହିମ ସୋନିଆ ଗାନ୍ଧୀ । ସୂଚନା ମୁତାବତ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏକ ଚିଠି ଲେଖି ସେଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ତାଙ୍କର ଏହି ଚିଠିରେ ସେ ଭାରତଛାଡ ଆନ୍ଦୋଳନର ୭୫ତମ ବାର୍ଷୀକି ପୃର୍ତ୍ତି ଅବସରରେ ସୋନିଆ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ଅଭିଭାଷଣର ଆଲୋଚନା କରିଛନ୍ତି ।

ସ୍ମୃତି ଲେଖିଛନ୍ତି ଯେ, ଏହି ଅବସରରେ ତଥା ଭାରତଛାଡ ଆନ୍ଦୋଳନ ଭଳି ଐତିହାସିକ ଘଟଣା ସଂପର୍କରେ ଆମେ ନିଜର ବିଚାର ବା ଚିନ୍ତାଧାରାକୁ ସଠିକ୍ ରୂପରେ ଉପସ୍ଥାପନ କରିବାର ଥିଲା, ମାତ୍ର ସୋନିଆ ଗାନ୍ଧୀଙ୍କୁ ନିଜ ଅଭିଭାଷଣରେ ୨୦୧୪ରେ ଦଳୀୟ ସତ୍ତାର ବିଫଳତା ତଥା ହାରିବାର ଦୁଃଖ ପ୍ରକାଶ କରୁଥିବାର ଦେଖିବାକୁ ମିଳିଥିଲା ।

ସ୍ମୃତି ଇରାନୀ ଆହୁରି ମଧ୍ୟ ଲେଖିଛନ୍ତି, ସୋନିଆ ଗାନ୍ଧୀ ଏହା ପ୍ରମାଣିତ କରିଦେଇଛନ୍ତି କି ତାଙ୍କ ପାଇଁ ପାରିବାରିକ ସମ୍ବନ୍ଧ ବାକି ପ୍ରସଙ୍ଗ ଠାରୁ ସବୁଠାରୁ ଶୀର୍ଷରେ ବୋଲି । କଂଗ୍ରେସ ଅଧ୍ୟକ୍ଷା ଲୋକସଭାରେ ନିଜର ଅଭିଭାଷଣରେ ବିଜେପି ସରକକାର ଉପରେ ପରୋକ୍ଷ ଭାବେ ଟାଗେର୍ଟ କରିବାକୁ ଯାଇ ପ୍ରଶ୍ନ କରିଥିଲେ କି ଅନ୍ଧକାରର ଶକ୍ତି କଣ ଲୋକତନ୍ତ୍ରର ଚେରକୁ ନଷ୍ଟ କରିବାକୁ ପ୍ରସାୟ କରୁଛି ।

ଖାଲି ସେତିକି ନୁହେଁ ସ୍ମୃତି ଇରାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଗଭୀର ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ପ୍ରଶଂସା କରିବାକୁ ଯାଇ ସେ କହିଛନ୍ତି ଯେ, ମୋଦି ମହାତ୍ମା ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ‘କର ବା ମର’ ଶପଥକୁ ଗ୍ରହଣ କରିବା ପାଇଁ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନା କେବଳ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ସୁବାଷ ଚନ୍ଦ୍ର ବୋଷଙ୍କ ଭଳି ନେତାମାନଙ୍କ ପ୍ରଶଂସା କରିଛନ୍ତି ତାହା ନୁହେଁ ବରଂ ଏହି ଐତିହାସିକ ଆନ୍ଦୋଳନରେ ମହିଳାଙ୍କ ଯୋଗଦାନ ସଂପର୍କରେ ମଧ୍ୟ ନିଜର ଅଭିଭାଷଣରେ ସମ୍ମାନ ଦେଇଛନ୍ତି ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe