ଜାଣନ୍ତୁ କିଛି ସ୍ମାର୍ଟ ଟିପ୍ସ ! କେବେ ହେବ ନାହିଁ ବ୍ୟାଟେରୀ ଲୋ କି ମୋବାଇଲ୍ ହ୍ୟାଙ୍ଗ 

39

ସ୍ମାର୍ଟଫୋନ ତିଆରି କରୁଥିବା କଂପାନୀମାନେ ଅଧିକ କ୍ଷମତା ରଖୁଥିବା ବ୍ୟାଟେରୀ ସହିତ ହ୍ୟାଣ୍ଡସେଟ୍ ବଜାରକୁ ଛାଡିଥାନ୍ତି ହେଲେ ଏହାସତ୍ୱେ ବି ମୋବାଇଲ ଅଧିକ ସମୟର ଯାଏଁ ଚାଲି ପାରିନଥାଏ । ଯାହାର ମୁଖ୍ୟ କାରଣ ରହିଛି ଏହାର ବ୍ୟାଟେରୀ ସମସ୍ୟା । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି କିଛି ସାଧାରଣ ଉପାୟ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହାକି ଆପଣଙ୍କର ମୋବାଇଲର ବ୍ୟାଟେରୀ ଲାଇଫକୁ ବୃଦ୍ଧି କରିବାରେ ସହାୟତା କରିବ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ . . .

• ଯଦି ଆପଣ କାରରେ ଡ୍ରାଇଭ୍ କରୁଛନ୍ତି ତେବେ ନିଜର ଫୋନକୁ ସବୁବେଳେ କାରର ଡ୍ୟାସବୋର୍ଡରୁ ଦୂରେଇ ରଖନ୍ତୁ । ଏଥିସହିତ ଫୋନକୁ ସୂର୍ୟ୍ୟକିରଣ କିମ୍ବା ଗରମ ବା ତାପରୁ ମଧ୍ୟ ଦୂରେଇ ରଖନ୍ତୁ । ଏଭଳି କରିବାର କାରଣ ହେଉଛି ଲିଥିୟମ ଆୟନ ବ୍ୟାଟେରୀକୁ ତାପ ଯୋଗୁଁ କ୍ଷତି ପହଂଚାଇଥାଏ ।

• ମୋବାଇଲ ବ୍ୟବହାର କରୁଥିବା ସମୟରେ ଧ୍ୟାନ ରଖିବେ କି, ଫୋନର ବ୍ୟାଟେରୀ କେବେ ସଂପୂର୍ଣ୍ଣ ରୂପେ ଶେଷ ହୋଇନ ଯାଏ । ଫୋନରେ ଯେତେବେଳେ ଚାର୍ଜ ୧୦ରୁ ୨୦ ପ୍ରତିଶତ ହୋଇଯିବ ସେତେବେଳେ ଚାର୍ଜ କରିଦିଅନ୍ତୁ ।

• ଅଧିକାଂଶ ୟୁଜର୍ସ ଭ୍ରମରେ ଥାଆନ୍ତି କି ଫୋନକୁ ୧୦୦ ପ୍ରତିଶତ ଚାର୍ଜ କରିବା ନିହାତି ଆବଶ୍ୟକ ରହିଛି । ଯେବେକି ବାସ୍ତବରେ ଜରୁରୀ ନୁହେଁ । ତେଣୁ ସବୁବେଳେ ଫୋନକୁ ୧୦୦ ପ୍ରତିଶତ ଚାର୍ଜ କରିବା ବାଧ୍ୟତାମୂଳକ ନୁହେଁ ।

• ଅଧିକାଂଶ ଲୋକେ ଫୋନ ସଂପୂର୍ଣ୍ଣ ରୂପେ ଚାର୍ଜ ହୋଇସାରିଥିଲେ ମଧ୍ୟ ଫୋନକୁ ଚାର୍ଜର ପ୍ଲଗରୁ ବାହାର କରିନଥାନ୍ତି । ତେବେ ଏଭଳି କରିବାଦ୍ୱାରା ଆପଣଙ୍କ ଫୋନ ପାଇଁ ଏହା କ୍ଷତିକାରକ ହୋଇପାରେ । ଏପରିକି ଫୋନକୁ ସାରା ରାତି ଚାର୍ଜିଂରେ ରଖିବା ମଧ୍ୟ ଅନୁଚିତ ।

• ଭାଇବ୍ରେସନ୍ ଏବଂ ହାଇ ଭଲ୍ୟୁମ୍ ରିଂଗଟୋନ୍ ବ୍ୟାଟେରୀର ଚାର୍ଜକୁ ଅଧିକ ଶେଷ କରି ଦେଇଥାଏ । ତେଣୁ ଏଥିପାଇଁ ଭାଇବ୍ରେସନ୍ ମୋଡକୁ ଅଫ୍ ରଖନ୍ତୁ ଏବଂ ରିଂଗଟୋନର ଭଲ୍ୟୁମକୁ ମଧ୍ୟ ଲୋ ରଖନ୍ତୁ ।

• ଯଦି ଆପଣଙ୍କୁ ଲାଗୁଥିବ କି ସବୁ ବ୍ୟାଟେରୀ ସେଭର ଆପ ଫୋନ ପାଇଁ ଭଲ ହୋଇଥାଏ ତେବେ ଏହା ଆପଣଙ୍କ ଭମ୍ର ଅଟେ । କାରଣ ନା ପ୍ରତ୍ୟେକ ବ୍ୟାଟେରୀ ସେଭର ଆପ୍ ମୋବାଇଲ ପାଇଁ ଭଲ ହୋଇନଥାଏ । ଏହା ଫୋନର ବ୍ୟାଟେରୀକୁ କ୍ଷତି ମଧ୍ୟ ପହଂଚାଇପାରେ ।

• ଯଦି ମୋବାଇଲରେ ଚାର୍ଜ କମ୍ ରହିଛି ତେବେ ଫୋନର ବ୍ୟାକଗ୍ରାଉଣ୍ଡ ଆପ୍ ଏବଂ ୱାଇ-ଫାଇକୁ ବନ୍ଦ କରିଦିଅନ୍ତୁ । କମ୍ ଚାର୍ଜରେ ଆପଗୁଡିକୁ ବ୍ୟବହାର କରିବାଦ୍ୱାରା ମୋବାଇଲ ବ୍ୟାଟେରୀକୁ ଶୀଘ୍ର ତଥା ଅଧିକ ଶେଷ କରିଦେଇଥାଏ ।

ସେହିପରି, ଯେମିତିକା ବି ସ୍ମାର୍ଟଫୋନ ହୋଇଥାଉ , ବାରମ୍ବାର ହ୍ୟାଙ୍ଗ ହେବାର ସମସ୍ୟା କିନ୍ତୁ ଲାଗିରହିଥାଏ । ଆପଣ ଚାହିଁଲେ ଏହି ସମସ୍ୟାର ସମାଧାନ କରିପାରିବେ । ତେବେ କିପରି ଆସନ୍ତୁ ଜାଣିବା ।

ଇଣ୍ଟରନାଲ୍ ମେମୋରୀରୁ ଏପ୍ସକୁ ବାହାରକରିଦିଅନ୍ତୁ – ସବୁବେଳେ ଏଥିରେ ଧ୍ୟାନ ରଖିଥିବେ ଯେ ଇଂଟରନାଲ ମେମୋରୀରେ ଅଧିକ ଏପ୍ସ ନରହୁ । ଅଧିକ ଏପ୍ସ ରହିବା ଦ୍ୱାରା ଫୋନର ପ୍ରୋସେସିଂ ସ୍ଲୋ ହୋଇଯାଏ । ଏମିତି କିଛି ଆଣ୍ଡ୍ରଏଡ ଆପ୍ଲିକେସନ ଅଛି ,ଯାହା ଏସଡି କାର୍ଡ ବା ୟୁଏସେବି ଷ୍ଟୋରେଜକୁ ଟ୍ରାନ୍ସଫର କରିହୋଇନଥାଏ । ଏହାକୁ କୈାଣସି ଏପ୍ ସହ ଏକା ସାଥିରେ ଟ୍ରାନ୍ସଫର କରିପାରିବେ ।

କାମରେ ଆସୁନଥିବା ଏପ୍ସକୁ ଫୋନରୁ ହଟାଇ ଦିଅନ୍ତୁ – ଯେଉଁ ଏପ୍ସ ଆପଣଙ୍କର ଦରକାରରେ ଆସୁନି, ସେଗୁଡିକୁ ଫୋନ ଷ୍ଟୋରେଜରେ ରଖନାହିଁ । ଏହାକୁ ହଟେଇଦେଲେ ଫୋନରେ ଷ୍ଟୋରେଜ ବଢିଯିବ ।

ଫୋନର୍ ଗ୍ୟାଲେରୀକୁ ଠିକରେ ମ୍ୟାନେଜ କରନ୍ତୁ –  ଏସଡି କାର୍ଡ ବଦଳରେ ଫୋନ ଗ୍ୟାଲେରୀରେ ଅଧିକ ଫଟୋ ଓ ଭିଡିଓ ରହିବା ଦ୍ୱାରା ଫୋନ୍ ସ୍ଲୋ ହୋଇଯାଏ । ଏଣୁ ଆପଣ ଚାହିଁଲେ ଏହି ଭିଡିଓ ବା ଫଟୋଗୁଡିକୁ ଦ କ୍ଲାଉଡ ଓ ଗୁଗୁଲ ଫଟୋଜରେ ରଖିପାରିବେ ।

ଫୋନରେ କରନ୍ତୁ ଫ୍ୟାକ୍ଟ୍ରି ରିସେଟ୍ – ଯଦି ସବୁ ଉପାୟ ବ୍ୟବହାର କଲା ପରେ ସ୍ମାର୍ଟଫୋନଟି ହ୍ୟାଙ୍ଗ ହେବାର ସମସ୍ୟା ଲାଗିରହୁଛି । ତାହେଲେ ଫ୍ୟାକ୍ଟ୍ରି ରିସେଟ୍ କରିଦିଅନ୍ତୁ । ସ୍ମାର୍ଟଫୋନରେ ଫ୍ୟାକ୍ଟ୍ରିରିସେଟର ଅପସନ୍ ରହିଛି । ସ୍ମାର୍ଟଫୋନର ମେମୋରୀ ବଢାଇବା ପାଇଁ ଏହା ଶେଷ ରାସ୍ତା । କିନ୍ତୁ ଏହା ମନେରଖିଥିବେ ଫୋନଟିକୁ ଫ୍ୟାକ୍ଟ୍ରି ରିସେଟ କରିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଏପ୍ସଗୁଡିକର ବ୍ୟାକଅପ୍ କରିନେବେ । କାହିଁକି ନା ଫ୍ୟାକ୍ଟ୍ରି ରିସେଟରେ ସ୍ମାର୍ଟଫୋନର ସବୁ ଡେଟା ଡିଲିଟ୍ ହୋଇଯାଏ ।