ସୁପ୍ରିମକୋର୍ଟର ବଡ ନିଷ୍ପତି : ଯଦି ପୀଡିତା ବଦଳାନ୍ତି ବୟାନ ତେବେ ତାଙ୍କ ବିରୋଧରେ ବି ଚାଲିବ ମୋକଦ୍ଦମା
୧୪ ବର୍ଷ ପୁରୁଣାର ଏକ ମାମଲାର ଶୁଣାଣୀ କରି ଏଭଳି ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣୀ ହୋଇଥିଲା । କୋର୍ଟ କହିଛି କି, ଯଦି ଦୁଷ୍କର୍ମ ମାମଲାରେ ପୀଡିତା ଅଭିଯୁକ୍ତଙ୍କୁ ବଂଚାଇବା ପାଇଁ ଆପୋଷ ବୁଝାମଣା କରି ପୂର୍ବରୁ ଦେଇଥିବା ନିଜ ବୟାନକୁ ବଦଳାନ୍ତି ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଯଦି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି, ତେବେ ଏହା ସତ୍ୱେ ବି ଯଦି ଦୁଷ୍କର୍ମ ପୀଡିତା ଦେଇଥିବା ନିଜ ବୟାନକୁ ବଦଳାଇ ଦିଅନ୍ତି ତେବେ ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଜଷ୍ଟିସ ରଂଜନ ଗୋଗେଇ, ଜଷ୍ଟିସ ନବୀନ ସିହ୍ନା ଏବଂ ଜଷ୍ଟିସ କେଏମ ଜୋସେଫଙ୍କ ବେଂଚ ଏକ ମାମଲାର ଶୁଣାଣୀ କରିବାକୁ ଯାଇ ଦୋଷୀକୁ ୧୦ ବର୍ଷ କାଳ ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ଯେବେକି ଏହି ମାମଲାରେ ଦୁଷ୍କର୍ମ ପୀଡିତା ନିଜ ବୟାନ ବଦଳାଇଥିଲେ । ସେ କହିଥିଲେ କି, ତାଙ୍କ ସହ ଦୁଷ୍କର୍ମ ହୋଇନାହିଁ ବରଂ ସେ ପଡିଯିବାରୁ ତାଙ୍କୁ ଆଘାତ ଲାଗିଥିଲା । ତେବେ ଏହି ୩ ଜଣିଆ ବେଂଚର ଶୁଣାଣୀ ଅବସରରେ କୁହାଯାଇଛି କି, ଯଦି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମେଡିକାଲ ରିପୋର୍ଟ ବ୍ୟତୀତ ଅନ୍ୟ କୌଣସି ଆଧାରରେ ବି କ୍ଲିନ୍ ଚିଟ୍ ମିଳିଯାଏ, ତେବେବି ତାଙ୍କ ବିରୋଧରେ ମକଦ୍ଦମା ହେବ ।
ସୁପ୍ରିମକୋର୍ଟ ଆହୁରୀ ମଧ୍ୟ କହିଛି କି, କ୍ରିମିନାଲ ଟ୍ରାଏଲର ଉଦ୍ଦେଶ୍ୟ ହେଲା ସତ୍ୟତାତୁ ସାମ୍ନାକୁ ଆଣିବା । ତେଣୁ ଏଥିରେ କାହାକୁ ବି ଅନୁମତି ନାହିଁ କି, ସେ ଦେଇଥିବା ନିଜ ବୟାନକୁ ସଂପୂର୍ଣ୍ଣ ଭାବରେ ବଦଳାଇ ପାରିବେ କିମ୍ବା ନ୍ୟାୟ ବ୍ୟବସ୍ଥାକୁ ପରିହାସ କରିପାରିବେ । କୋର୍ଟ ୨୦୦୪ର ଏକ ମାମଲାର ଶୁଣାଣୀ ଅବସରରେ ଏଭଳି ରାୟ ଶୁଣାଇଛି ।
ଉଲ୍ଲେଖ ଥାଉ କି, ଯେଉଁ ସମୟରେ ପୀଡିତାଙ୍କ ସହ ଦୁଷ୍କର୍ମ ହୋଇଥିଲା , ସେତେବେଳେ ତାଙ୍କୁ ୯ ବର୍ଷ ହୋଇଥିଲା । ତାଙ୍କ ମାଆ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଏହାପରେ ପୀଡିତାଙ୍କ ମେଡିକାଲ ରିପୋର୍ଟ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ହେଲେ ମାତ୍ର ୬ ମାସ ପରେ ହିଁ ପୀଡିତା ଏବଂ ମାମଲାର ମୁଖ୍ୟ ସାକ୍ଷୀ ତଥା ପୀଡିତାଙ୍କ ଭଉଣୀ ନିଜର ବୟାନକୁ ବଦଳାଇଦେଇଥିଲେ ଏବଂ କହିଥିଲେ କି ପୀଡିତା ପଡିଯିବା କାରଣରୁ ତାଙ୍କୁ ଆଘାତ ଲାଗିଥିଲା ବୋଲି । ଯାହା ପରେ ଟ୍ରାଏଲକୋର୍ଟ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେଇଥିଲା ।