କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ: ପେନସନ ଫର୍ମରେ ଏଭଳି ଫଟୋ ରହିଥିଲେ ମିଳିବ ନାହିଁ ଟଙ୍କା ,ଜାଣନ୍ତୁ କଣ ରହିଛି ନୂଆ ଗାଇଡଲାଇନ୍ସ

43

କେନ୍ଦ୍ର ସରକାର ପେନସନଧାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ ଧାରକଙ୍କୁ ପେନସନ ଫର୍ମରେ ସ୍ପଷ୍ଟ ଏବଂ ଭଲ ଫଟୋ ଲଗାଇବାକୁ ରୋକଠୋକ ଶୁଣାଇ ଦେଇଛନ୍ତି ଏବଂ ବିଶେଷ କରି ସେଲ୍ଫି ଫଟୋ ଲଗାଇବା ଉପରେ ରୋକ୍ ଲଗାଇଛନ୍ତି । କେନ୍ଦ୍ର ସରକାରଙ୍କ କର୍ମଚାରୀ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ବିଭାଗ ପକ୍ଷରୁ ଏ ନେଇ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସୂଚୀତ କରାଯାଇଛି ।

ମନ୍ତ୍ରାଳୟର ନିର୍ଦ୍ଦେଶ ମୁତାବକ, କଳାଧଳା, କଳା ବା ରଙ୍ଗୀନ ଚଷମା ପିନ୍ଧି, ଆଖି ଉପରେ କେଶ ପଡୁଥିବା ଫଟୋ ମଧ୍ୟ ଗ୍ରହଣୀୟ ହେବ ନାହିଁ । ଆହୁରିମଧ୍ୟ ଫଟୋଗ୍ରାଫ ପାଇଁ ଥିବା କୋଠରୀଠାରୁ ଫଟୋଟି ଛୋଟ ହେବା ଉଚିତ ନୁହେଁ । ଗାଢ ବ୍ୟାକଗ୍ରାଉଣ୍ଡ, ୟୁନିଫର୍ମ ପିନ୍ଧା ଫଟୋ ମଧ୍ୟ ଗ୍ରହଣୀୟ ନୁହେଁ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ କର୍ମଚାରୀମାନେ ଅବସର ନେବାର ପ୍ରାୟ ୮ ମାସ ପୂର୍ବରୁ ନିଜ ବିଭାଗୀୟ ମୁଖ୍ୟଙ୍କ ଅଫିସରୁ ଫର୍ମ-୫ ସଂଗ୍ରହ କରି ତାହା ସହିତ ନିଜ ପତ୍ନି ବା ପତିଙ୍କ ସହ ଥିବା ଯୁଗ୍ମ ଫଟୋର ତିନିଟି କପି ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଆଟେଷ୍ଟେଡ କରି ଆବେଦନ କରିବେ ।

ନୂଆ ନିର୍ଦ୍ଦେଶରେ କଣ ରହିଛି ଉଲ୍ଲେଖ

ନୂଆ ନିର୍ଦ୍ଦେଶରେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋକୁ ଲଗାଇବା ଉପରେ ବି ରୋକ୍ ଲଗା ଯାଇଛି । ଏଥିସହିତ ହିଁ ଫର୍ମରେ ସାଇଜ ମୁତାବକ ହିଁ ଫଟୋ ଲଗାଇବାକୁ ପଡିବ । ଫର୍ମରେ ଦିଆ ଯାଇଥିବା ବକ୍ସ ହିସାବରେ ଫର୍ମରେ ହସ୍ତାକ୍ଷର ଛୋଟ ନହେବା ଦରକାର । ଧାରକଙ୍କୁ ମୁଖ୍ୟାଳୟ ତରଫରୁ ପ୍ରମାଣିତ ୩ ଫଟୋ ଦେବାକୁ ପଡିବ । ଅନ୍ଧାରରେ କିମ୍ବା କୌଣସି ବିଶେଷ ୟୁନିଫର୍ମରେ ନିଆଯାଇଥିବା ଫଟୋ ଗ୍ରହଣ ଯୋଗ୍ୟ ହେବନାହିଁ । କମ୍ପ୍ୟୁଟର ପ୍ରିଂଟ ଥିବା କିମ୍ବା ହସ୍ତାକ୍ଷର ବାଲା ଫଟୋ ଉପରେ ବି ରୋକ୍ ଲଗା ଯାଇଛି । ଏଠାରେ ଆମେ କହି ରଖୁଛୁ କି, ସିଭିଲ ସର୍ଭିସେସ ପେନସନ ରୁଲ୍ ୧୯୭୨ର ଅନ୍ତର୍ଗତ ଫର୍ମ-୫ ଜମା କରିବାକୁ ପଡିଥାଏ ।

ଉପଯୁକ୍ତ ସମୟରେ ମିଳିବ ପେନସନ

ମନ୍ତ୍ରାଳୟ ଅଫିସରର ମୁତାବକ, ଅନେକ ଥର ଛୋଟ ଛୋଟ କାରଣରୁ ପେନସନ ମିଳିବାରେ ସମୟ ଲାଗିଥାଏ । ମନ୍ତ୍ରାଳୟର ସମସ୍ତ କେନ୍ଦ୍ରିୟ ବିଭାଗଗୁଡିକୁ ଫଟୋ ସଂମ୍ବନ୍ଧିୟ ନିର୍ଦ୍ଦେଶ ଜାରି କରାଯାଇଛି । ପେନସନ ଫର୍ମ ସ୍ପଷ୍ଟ ହେବାଦ୍ୱାରା ପେନସନ ଜନିତ ସମସ୍ୟାକୁ ଦୂର କରାଯାଇ ନିଦ୍ଧାରିତ ତଥା ଉପ ଯୁକ୍ତ ସମୟରେ ପେନସନ ମିଳିପାରିବ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିବ ନାହିଁ । ଏଠାରେ ଆମେ କହିରଖୁଛୁ କି, ବର୍ତ୍ତମାନ ସମୟରେ ୪୮.୪୧ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୧.୧୭ ଲକ୍ଷ କେନ୍ଦ୍ରୀୟ ପେନସନ ଧାରକ ରହିଛନ୍ତି ।