କନକ ବ୍ୟୁରୋ: ଏଣିକି ଅଯୋଧ୍ୟାରେ ଶ୍ରୀରାମଜନ୍ମଭୂମିର ସୁରକ୍ଷା ନେଇ ବଡ ନିଷ୍ପତ୍ତି ନେଇଛନ୍ତି ଉତ୍ତରପ୍ରଦେଶ ସରକାର । ରାମଲାଲା ଓ ମନ୍ଦିରର ସୁରକ୍ଷାର ଦାୟିତ୍ୱ ନେବ ଏସଏସଏଫ୍ । ଉତ୍ତରପ୍ରଦେଶ ସରକାର ନିକଟରେ ପିଏସି ଓ ପୁଲିସ ଯବାନଙ୍କୁ ମିଶ୍ରଣ କରି ଏହି ନୂଆ ଫୋର୍ସର ଗଠନ କରିଛନ୍ତି । ଏହି ଫୋର୍ସକୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡିକର ସୁରକ୍ଷା ପାଇଁ ଗଠନ କରାଯାଇଛି ।

Advertisment

ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ପାଇଁ ଏବେ ଏସଏସଏଫ୍ ବାଟାଲିଅନକୁ ଟ୍ରେନିଙ୍ଗ ଦିଆଯାଇଛି । ଏଥିରେ ୟୁପି ପୁଲିସରୁ ଉକ୍ରୃଷ୍ଟ ପ୍ରଦର୍ଶନ କରିଥିବା ଯବାନମାନଙ୍କୁ ନିଆଯାଇ ପ୍ରଶିକ୍ଷଣ ଦିଆଯାଇଛି । ବିଶେଷ କରି ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବାକୁ ଏହି ବାଟାଲିଅନକୁ ଲୋକେସନ୍ ଓ ମ୍ୟାପର ସବିଶେଷ ତ