ଆତଙ୍କୀଙ୍କ ସିକ୍ରେଟ୍ କୋଡ! ଜାଣନ୍ତୁ କିଭଳି ବାଲାକୋଟରୁ କାଶ୍ମୀରରେ ପ୍ରବେଶ କରୁଥିଲେ ଆତଙ୍କବାଦୀ

309

ପାକିସ୍ତାନର ବାଲାକୋଟରେ ଆତଙ୍କୀ ସଂଗଠନ ଜୈସ-ଏ-ମୋହମ୍ମଦର ଟ୍ରେନିଂ କ୍ୟାମ୍ପ ସହ ଜଡିତ ଅନେକ କଥା ଏବେ ସାମନାକୁ ଆସିଛି । କୁହାଯାଉଛି କି, ବାଲାକୋଟରେ ଟ୍ରେନିଂ ସମୟରେ ଆତଙ୍କୀମାନଙ୍କୁ ସିକ୍ରେଟ୍ କୋଡ ଦିଆଯାଉଥିଲା । ଯାହା ଜରିଆରେ ସେମାନେ ନିଜ ସାଥି ଏବଂ ମୁଖ୍ୟଙ୍କ ସହ କଥାବାର୍ତ୍ତା ହେଉଥିଲେ ।

ସୂଚନା ମୁତାବକ, ବାଲାକୋଟରେ ଟ୍ରେନିଂ ପରେ ଆତଙ୍କୀଙ୍କୁ ପିଓକେ ରାସ୍ତା ଦେଇ କାଶ୍ମୀର ଭ୍ୟାଲିରେ ପଠାଯାଉଥିଲା । ଏଥିପାଇଁ ବାଲାକୋଟଠାରୁ ୯୮ କିଲୋମିଟର ସଡକ ରାସ୍ତା ଦେଇ ଆତଙ୍କୀମାନଙ୍କୁ କେଲ ଏବଂ ଦୁଦ୍ଧନିୟାଲ ଲଂଚ ପ୍ୟାଡକୁ ଅଣାଯାଉଥିଲା । ଏହାପରେ କୁପୱାଡାରେ ଆତଙ୍କୀମାନଙ୍କର ଅନୁପ୍ରବେଶ ହେଉଥିଲା । ଆତଙ୍କୀ କ୍ୟାଥହାବଲି ଫରେଷ୍ଟ ଦେଇ ମଗାମ ପରେଷ୍ଟ ଆସୁଥିଲେ । ଏହା ପରେ ପାକ୍ ହ୍ୟାଣ୍ଡଲର୍ସ ତାଙ୍କୁ କୁପୱାଡା ପହଂଚାଇବାରେ ସହଯୋଗ କରୁଥିଲେ । ଆହୁରୀ ବି ଖବର ଆସିଛି କି, ଅନୁପ୍ରବେଶ ସମୟରେ ଜୈସ୍ ର ଆତଙ୍କବାଦୀଙ୍କୁ କୋଡ ୱାର୍ଡ ଦିଆଯାଉଥିଲା । ଭାରତୀୟ ସୁରକ୍ଷା ଏଜେନ୍ସିର ସୂଚନା ମୁତାବକ, ଜୈସ-ଏ-ମୋହମ୍ମଦର ଆତଙ୍କୀ ମୁଖ୍ୟ ହ୍ୟାଣ୍ଡେଲର ଏହି କୋଡର ଟ୍ରେନିଂ ଦେଉଥିଲା । ଆଉ ଏମାନଙ୍କୁ କୁହାଯାଉଥିଲା କି କାଶ୍ମୀରରେ ଅନୁପ୍ରବେଶ କରିବା ସମୟରେ ପାକ୍ ଅଧିକୃତ କାଶ୍ମୀରରେ ଆଇଏସଆଇ ଦ୍ୱାରା ଦିଆଯାଇଥିବା ଏହି କୋଡର ବ୍ୟବହାର କରିବା ପାଇଁ ।

ପୁଣି ଏହି କୋଡକୁ ଆଧାର କରି ସେମାନେ ସୀମାରେ ପ୍ରବେଶ କରୁଥିଲେ । ଅନୁପ୍ରବେଶ କରିବା ପରେ ସେମାନେ କୌଣସି ବି ୱୟାରଲେସ ସେଟରେ କଥାବାର୍ତ୍ତା ହୋଇନଥାନ୍ତି । ସୂଚନା ମୁତାବକ, ଆତଙ୍କବାଦୀଠାରୁ କୋଡ ନେମ ପଚରା ଯାଉଥିଲା । ଏହା ବି ଜଣା ପଡିଛି କି, Romiyo-POK ମୁଖ୍ୟ ହ୍ୟାଣ୍ଡେଲରର କୋଡ ଥିଲା ଯାହା ଲଂଚ ପ୍ୟାଡରେ ଉପସ୍ଥିତ ରହୁଥିଲେ । ଏହାଛଡା TANGO 2 କୋଡର ଅର୍ଥ ଥିଲା କି ୫ ଆତଙ୍କୀକୁ ଭାରତ ଭିତରେ ଏକାସାଥିରେ ଅନୁପ୍ରବେଶ କରାଇବା । Code ali@Alpha ର ଅର୍ଥ ହେଲା ଆତଙ୍କୀ ଏବଂ ତାର ନାଁ । ସେହିଭଳି Code @ ମାଇକ-ISI ସେହି ବ୍ୟକ୍ତିର କୋଡ ଥିଲା , ଯିଏକି ଏମାନଙ୍କୁ ରାସ୍ତା ଦେଖାଉଥିଲା । Code@Hotel କାଶ୍ମୀର ଘାଟୀରେ ହ୍ୟାଣ୍ଡେଲର ସହୟାତା ଲାଗି ପ୍ରସ୍ତୁତ ରହୁଥିଲା । Code@hotel2 ର ଅର୍ଥ ଅନ୍ୟ ହ୍ୟାଣ୍ଡେଲର ବି ପ୍ରସ୍ତୁତ ଅଛନ୍ତି ।

ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ଏଥିପାଇଁ ମୁଜଫରାବାଦର ଅଫିସରୁ ଏମାନଙ୍କୁ କଂଟ୍ରୋଲ କରାଯାଉଥିଲା । ଏହି କଂଟ୍ରୋଲ ରୁମକୁ କଂଟ୍ରୋଲ ୮୮ କୁହାଯାଉଥିଲା । ଅର୍ଥାତ୍ ଏହି ସମସ୍ତ ଆତଙ୍କବାଦୀମାନଙ୍କୁ ଆଇଏସଆଇର ସହାୟତାରେ ଜୈସ-ଏ-ମୋହମ୍ମଦର ମୁଜଫରାବାଦରେ ଏକ କଂଟ୍ରୋଲ ରୁମ ଦିଆଯାଇଥିଲା, ଏଠାରେ ଅନୁପ୍ରବେଶ ପାଇଁ ଆତଙ୍କୀବାଦୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା । ବର୍ଡର କ୍ରସ କରିବା ପରେ ପାକିସ୍ତାନରେ ଥିବା ଆତଙ୍କୀ ହ୍ୟାଣ୍ଡେଲର ଲଗାତର ଏହି ଆତଙ୍କବାଦୀମାନଙ୍କଠାରୁ କୋଡ ୱାର୍ଡ ଜରିଆରେ ପ୍ରତିଟି ସୂଚନା ଦେଉଥିଲେ । ସୂଚନା ଆହୁରୀ ବି ମିଳିଛି କି, ଅନୁପ୍ରବେଶ ପରେ ଆତଙ୍କୀ କମ୍ୟୁନିକେସନ ଲାଙ୍ଗୁଏଜ ପାଇଁ କୋଡିଫାଇଡ ଲାଙ୍ଗୁଏଜର ବ୍ୟବହାର କରୁଥିଲେ , ଯେଉଁଥି ପାଇଁ ଏମାନଙ୍କୁ ପୂରା ପ୍ରଶିକ୍ଷଣ ଦିଆଯାଉଥିଲା ।