ଫୋନରେ ଡାଏଲ କରନ୍ତୁ କେବଳ ଏହି ସିକ୍ରେଟ୍ ନମ୍ବର । ଆପଣଙ୍କୁ ମିଳିଯିବ ସବୁ ସମସ୍ୟାର ସମାଧାନ

77

ସ୍ମାର୍ଟଫୋନ ସହ ଜଡିତ ଫିଚର୍ସ ସଂପର୍କରେ ଆପଣଙ୍କୁ ନିଶ୍ଚୟ ଜଣାଥିବ । କିନ୍ତୁ ଫୋନ ସହ ଜଡିତ କିଛି ସେଟିଂ ଏଭଳି ବି ରହିଛି, ଯାହା ବିଷୟରେ ଅଧିକାଂଶ ୟୁଜର୍ସଙ୍କୁ ଜଣା ନଥାଏ । ଏହି ସେଟିଂ ଜରିଆରେ କଲ ଫରୱାର୍ଡ କରିବା ସହିତ ଫୋନକୁ ଟ୍ରାକ୍ ମଧ୍ୟ କରାଯାଇପାରିବ । ଯଦିଓ ଏସମସ୍ତ ସେବା ୟୁଏସଏସଡି କୋଡ ଦ୍ୱାରା ଆକ୍ଟିଭ ଏବଂ ଡିଆକ୍ଟିଭ ହୋଇଥାଏ । ତେବେ ଏହି ସେବା ଟେଲିକମ କଂପାନୀମାନଙ୍କ ଦ୍ୱାରା ହିଁ ଉପଲବ୍ଧ କରାଯାଇଥାଏ ।

ସେହପରି ଏହା ଜରୁରୀ ନୁହେଁ କି, ଆପଣ ଯେଉଁ ଟେଲିକମ କଂପାନୀର ସେବା ନେଇଛନ୍ତି ତାହା ୟୁଏସଏସଡି ସେବା ଆକ୍ଟିଭ ହୋଇଥିବ । ଯେପରିକି ରିଲାଏନ୍ସ ଜିଓ ନିଜର ସମସ୍ତ ୟୁଏସଏସଡି ସେବା ବ୍ଲକ କରି ରଖିଛି । ତଥାପି ଆପଣ ଥରେ ଏହିସବୁ କୋଡକୁ ବ୍ୟବହାର କରି ଦେଖି ନେବା ଉଚିତ ।

Code 1: *#21#

ଏହି କୋଡ ଜରିଆରେ ଆପଣ ଆପଣଙ୍କ ନମ୍ବରରେ Data, Voice, Fax, SMS, Sync, Async, Packet access ଏବଂ Pad ହୋଇପାରୁଛି କି ନାହିଁ ତାହା ଚେକ୍ କରିପାରିବେ ।

Code 2: *#62#

ଯଦି ଆପଣଙ୍କ ନମ୍ବରରେ ନୋ ସର୍ଭିସ କିମ୍ବା ନୋ ଆନସର ଆସୁଛି , ତେବେ ଆପଣ ଏହି କୋଡ ଡାଏଲ କରିବା ଦରକାର । ଏହି କୋଡ ଆପଣଙ୍କର କଲ, ମେସେଜ, କିମ୍ବା ଡାଟା ସହ ଜଡିତ ସର୍ଭିସକୁ ଆକ୍ଟିଭ କରିଦେଇଥାଏ ।

Code 3: ##002#

ଏହି କୋଡ ସବୁଠାରୁ ବେଶି କାମକାରୀ କୋଡ ଅଟେ । ଯଦି ଆପଣଙ୍କ ନମ୍ବରରେ କୌଣସି ସର୍ଭିସ ତଥା କଲ କିମ୍ବା ଅନ୍ୟ ଫରୱାର୍ଡ ହୋଇଛି, ତେବେ ଏହି କୋଡ ଜରିଆରେ ଆପଣଙ୍କ ଏହାକୁ ଇରେଜ କରିପାରିବେ ।

Code 4: *#06#

ଏହି କୋଡରୁ ଫୋନର ସିମ ସ୍ଲଟର ଇଏମଇଆଇ ନମ୍ବର ସଂପର୍କରେ ଜଣାଯାଇଥାଏ । ଫୋନ ଚୋରି ହୋଇଗଲେ କିମ୍ବା ହଜିଗଲେ ଆଉ ଏହି ନମ୍ବରରୁ ହିଁ ତାକୁ ଟ୍ରାକ୍ କରିପାରିବେ ।